ETV Bharat / city

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୋଲିସର ବର୍ବରୋଚିତ ଆକ୍ରମଣକୁ ଦୃଢ ନିନ୍ଦା କଲେ ପିସିସି ସଭାପତି - sambalpur latest news

ସମ୍ବଲପୁର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ବର୍ବରୋଚିତ ଆକ୍ରମଣକୁ ଦୃଢ଼ ନିନ୍ଦା କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆକ୍ରମଣ କରି ଆହତ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

pcc chief niranjan pattnaik reaction on sambalpur university issue
ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୋଲିସର ବର୍ବୋରଚିତ ଆକ୍ରମଣକୁ ଦୃଢ ନିନ୍ଦା କଲେ ପିସିସି ସଭାପତି
author img

By

Published : Apr 7, 2021, 7:02 AM IST

ଭୁବନେଶ୍ବର: ସମ୍ବଲପୁର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ବର୍ବରୋଚିତ ଆକ୍ରମଣକୁ ଦୃଢ଼ ନିନ୍ଦା କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିବୃତି ମାଧ୍ୟମରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ବର୍ବୋରଚିତ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହିତ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରି ଆହତ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଚେତାଇ ଦେଇଛନ୍ତି ।

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୋଲିସର ବର୍ବୋରଚିତ ଆକ୍ରମଣକୁ ଦୃଢ ନିନ୍ଦା କଲେ ପିସିସି ସଭାପତି

କୋରୋନାର ଦ୍ବିତୀୟ ଲହର ଓଡ଼ିଶାର ବିଶେଷ କରି ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼ ଏବଂ ଦକ୍ଷିଣ ପଶ୍ଚିମାଞ୍ଚଳ ଜିଲ୍ଲା ମାଲକାନଗିରି ରେ ଅଧିକ ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି । ଏବେ ପାଖାପାଖି ଓଡ଼ିଶାର ୫୭୬ କୋରାନା ଆକ୍ରାନ୍ତ ବାହାରିଲେଣି । ତନ୍ମମଧ୍ୟରୁ ପାଖାପାଖି ୬୦ ରୁ ୬୫ ଭାଗ ଏହି ସବୁ ଜିଲ୍ଲାରେ । ତେଣୁ ଆଜି ସମ୍ବଲପୁର ବିଶ୍ବବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ କୋରୋନା ମହାମାରୀର ଉଗ୍ରରୂପକୁ ପରିଲକ୍ଷିତ କରି କିଭଳି ଭାବରେ ଛାତ୍ରମାନେ ନିଜକୁ ସୁରକ୍ଷିତ ରଖିବା ସହିତ ସଂକ୍ରମଣକୁ କିଭଳି ଭାବରେ ରୋକିବା ସହିତ ପରୀକ୍ଷା ମଧ୍ୟ ସୂଚାରୁରୂପେ ପରିଚାଳନା ହୋଇପାରିବ ତାହାକୁ ନେଇ ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟିବା ସହିତ ଅଫଲାଇନ ପରିବର୍ତ୍ତେ ଅନଲାଇନରେ ପରୀକ୍ଷା କରାଯାଉ ବୋଲି ଦାବି କରିଛନ୍ତି । ଛାତ୍ର ଓ ଛାତ୍ରୀମାନଙ୍କର କହିବା କଥା ଗତବର୍ଷ ସେମାନେ ଅନଲାଇନରେ ପାଠ ପଢ଼ିଲେ ଏବଂ ଅନଲାଇନରେ ପରୀକ୍ଷା ଦେଲେ ମଧ୍ୟ । ଏବର୍ଷ ମଧ୍ୟ ଅନଲାଇନରେ ପାଠପଢ଼ା ଚାଲିଛି କିନ୍ତୁ ଅଫଲାଇନରେ ପରୀକ୍ଷା କରିବାପାଇଁ କାହିଁକି ବିଶ୍ବବିଦ୍ୟାଳୟ କତୃପର୍କ୍ଷ ଜିଦ୍‌ରେ ଅଡିବସିଛନ୍ତି । ରାଜ୍ୟ ସରାକର କୋଭିଡ୍‌ର ସଂକ୍ରମଣର ଅଭିବୃଦ୍ଧିକୁ ଲକ୍ଷ୍ୟକରି ଏସ୍‌ଓପି ଜାରି କଲାବେଳେ ଏହି କଥାକୁ ନେଇ ହଠାତ ବିଶ୍ବବିଦ୍ୟାଳୟ କତୃପକ୍ଷଙ୍କ ନିର୍ଦ୍ଦେଶରେ ପୋଲିସ୍ ଛାତ୍ରଛାତ୍ରୀମାନଙ୍କ ଉପରେ ଅକଥନୀୟ ଲାଠି ଚାର୍ଜ କଲେ । ଏହି ଲାଠି ଚାର୍ଜ ଯୋଗୁଁ ୧୨ ଛାତ୍ରଛାତ୍ରୀ ଆଘାତପ୍ରାପ୍ତ ଏବଂ ୧୩ ଜଣ ଛାତ୍ରଛାତ୍ରୀ ଅତି ଗୁରୁତ୍ବର ଆଘାତ ପ୍ରାପ୍ତ ହୋଇ ହସ୍‌ପିଟାଲରେ ଚିକିତ୍ସାଧିନ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କ ପରିସ୍ଥିତି ଅତି ସଂକଟାପନ୍ନ ।

ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଉପରେ ପୋଲିସର ବର୍ବରୋଚିତ ଆକ୍ରାମଣ ଓ ଲାଠିଚାର୍ଜକୁ ମୁଁ ଦୃଢ଼ ଭାବରେ ନିନ୍ଦା କରୁଛି । ଛାତ୍ରଛାତ୍ରୀମାନଙ୍କୁ ଆକ୍ରମଣ କରି ଆହତ କରିବାରେ ଯେଉଁମାନଙ୍କର ସଂପୃକ୍ତି ଅଛି ସେମାନଙ୍କ ବିରୁଦ୍ଧରେ ଦୃଢ଼ ଏବଂ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଶୀଘ୍ର ସରକାର ନିଅନ୍ତୁ । ନଚେତ ଆଗାମୀ ଦିନର ରାଜ୍ୟ କଂଗ୍ରେସ ଚୁପ ହୋଇ ବସିବ ନାହିଁ ବୋଲି ପଟ୍ଟନାୟକ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.