ETV Bharat / city

ଶଙ୍ଖ ଛାଡି ପଦ୍ମ ଧରିଲେ ପାଟଣାଗଡ ବିଜେଡି ନେତା - ପାଟଣାଗଡ ବିଜେପି

ଦଳୀୟ ବିଶୃଙ୍ଖଳା ଓ ଅଣଦେଖା କାରଣରୁ ବିଜେଡି ଛାଡି ବିଜେପିରେ ସାମିଲ ହେଲେ ପାଟଣାଗଡ ବିଜେଡି ନେତା । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କେଭି ସିଂହଦେଓ, ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ପୂର୍ବତନ ବିଜେଡି ଯୁବନେତା ଆଲୋକ ପାଣିଗ୍ରାହୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 21, 2019, 5:52 PM IST

ଭୁବନେଶ୍ବର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମଙ୍ଗଳବାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ବଲାଙ୍ଗୀର ପାଟଣାଗଡର ବିଜେଡି ନେତା ଆଲୋକ ପାଣିଗ୍ରାହୀ ବିଜେପିରେ ଯୋଗ ଦେଇଛନ୍ତି । ଦଳୀୟ ବିଶୃଙ୍ଖଳା ଏବଂ ଦୀର୍ଘ ଦିନରୁ ଦଳର ଅଣଦେଖା କାରଣରୁ ସେ ଦଳ ପରିବର୍ତ୍ତନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କେ ଭି ସିଂହଦେଓ, ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବଲାଙ୍ଗୀର ଜିଲ୍ଲା ବିଜେଡି ସମ୍ପାଦକ ପ୍ରଦୀପ ପୁରୋହିତ, ଯୁବ ସଭାପତି ଆଲୋକ କୁମାର ପାଣିଗ୍ରାହୀ ଏବଂ ତାଙ୍କ ପତ୍ନୀ ତଥା ଜିଲ୍ଲା ପରିଷଦ ସଭ୍ୟ ସ୍ମିତପ୍ରଜ୍ଞା ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ଅଇଁଠୁ ସାହୁଙ୍କ ପୁତ୍ର ମାଣିକ୍ୟ ସାହୁ ଏବଂ ସନ୍ତୋଷ ମେହେର ବିଜେପିରେ ସାମିଲ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ବକୁ ଆଧାର କରି ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା କହିଛନ୍ତି ପୂର୍ବତନ ବିଜେଡି ଯୁବ ନେତା ଆଲୋକ ପାଣିଗ୍ରାହୀ । ସେପଟେ ଦଳରେ ସାମିଲ ନୂତନ ସଦସ୍ୟଙ୍କୁ ସ୍ବାଗତ କରିଛନ୍ତି ବରିଷ୍ଠ ବିଜେପି ନେତା କେ ଭି ସିଂହଦେଓ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ବିଜେପିରେ ମିଶ୍ରଣ।

Body:ବିଜେପିରେ ମିଶ୍ରଣ।ବିଜେପିରେ ଯୋଗଦେଲେ ବଲାଙ୍ଗୀର ପଟଣାନଗଡ଼ର ବିଜେଡି ନେତା।ଦଳୀୟ ବିଶୃଙ୍ଖଳା ଦୀର୍ଘଦିନ ରୁ ,ଅଣଦେଖା କାରଣରୁ ଦଳ ପରିବର୍ତ୍ତନ । ପୁର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କେଭି ସିଂହଦେଓ, ରାଜ୍ୟ ଉପସଭାପତି ସମୀର ମହାନ୍ତି ଙ୍କ ଉପସ୍ଥିତିରେ ବଲାଙ୍ଗୀର ଜିଲ୍ଲା ବିଜେଡି ସମ୍ପାଦକ ପ୍ରଦୀପ ପୁରୋହିତ, ଯୁବ ସଭାପତି ଆଲୋକ କୁମାର ପାଣିଗ୍ରାହୀ ତାଙ୍କ ପତ୍ନୀ ତଥା ଜିଲ୍ଲା ପରିଷଦ ସଭ୍ୟ ସ୍ମିତପ୍ରଜ୍ଞା ପାଣିଗ୍ରାହୀ ,ପୁର୍ବତନ ମନ୍ତ୍ରୀ ଅଇଁଠୁ ସାହୁଙ୍କ ପୁତ୍ର ମାଣିକ୍ୟ ସାହୁ ଏବଂ ସନ୍ତୋଷ ମେହେର ବିଜେପିରେ ସାମିଲ ହେଲେ।

ଦଳୀୟ ଗୋଷ୍ଠି କନ୍ଦଳ,ଅଣଦେଖା ଏବଂ ସର୍ବୋପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ କୁ ଆଧାର କରି ବିଜେଡି ଛାଡି ବିଜେପିରେ ଯୋଗ ଦେଲୁ ବୋଲି ପୁର୍ବତନ ବିଜେଡି ଯୁବ ନେତା ଆଲୋକ ପାଣିଗ୍ରାହୀ କହିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.