ETV Bharat / city

ଡାକ୍ତରଙ୍କର ହେୟଜ୍ଞାନ ପାଇଁ ହୋଇପାରିଲାନାହିଁ ଇସିଜି ଟେଷ୍ଟ: ଶେଷରେ ପ୍ରାଣହରାଇଲେ ବୃଦ୍ଧ - କ୍ୟାପିଟାଲ ହସ୍ପିଟାଲ

ଡାକ୍ତରଙ୍କ ଅବହେଳା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଆଉ ଏକ ରୋଗୀଙ୍କର ମୃତ୍ୟୁ ଘଟିଛି । ହୃଦରୋଗ ରହିଥିବା ନେଇ ଇସିଜି କରିବାକୁ ଯାଇ 3 ଘଣ୍ଟା କାଳ ବେଡ଼ରେ ପଡିରହିଥିଲେ । କେହି ଶୁଣିନଥିଲେ । ଶେଷରେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ।

ଡାକ୍ତରଙ୍କର ହେୟଜ୍ଞାନ ପାଇଁ ହୋଇପାରିଲାନାହିଁ ଇସିଜି ଟେଷ୍ଟ; ଶେଷରେ ପ୍ରାଣହରାଇଲେ ବୃଦ୍ଧ

author img

By

Published : Jun 20, 2020, 7:49 AM IST

ଭୁବନେଶ୍ବର: ଡାକ୍ତରଙ୍କର ହେୟଜ୍ଞାନ ପାଇଁ ହୋଇପାରିଲା ନାହିଁ ଇସିଜି ଟେଷ୍ଟ, ଶେଷରେ ପ୍ରାଣ ହରାଇଲେ ବୃଦ୍ଧ । ଡାକ୍ତରଙ୍କ ଅବହେଳା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଆଉ ଏକ ରୋଗୀଙ୍କର ମୃତ୍ୟୁ ଘଟିଛି । ହୃଦରୋଗ ରହିଥିବା ନେଇ ଇସିଜି କରିବାକୁ ଯାଇ 3 ଘଣ୍ଟା କାଳ ବେଡ଼ରେ ପଡିରହିଥିଲେ । କେହି ଶୁଣିନଥିଲେ । ଶେଷରେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ।

କ୍ୟାପିଟାଲ ହସ୍ପିଟାଲରେ ଗୋଟିଏ ପରେ ଗୋଟିଏ ଅଘଟଣ ଦେଖିବାକୁ ମିଳୁଛି । ଡାକ୍ତର ଓ ନର୍ସଙ୍କର ଏଭଳି ରୋଗୀ ସେବାକୁ ନେଇ ଅସନ୍ତୁଷ୍ଟ ହୋଇଛନ୍ତି ପରିବାର ଲୋକ । ଡାକ୍ତର ହସ୍ପିଟାଲରେ ଉପସ୍ଥିତ ରହିଥିଲେ ବି ରୋଗୀଙ୍କ କଥାକୁ ହେୟ ଜ୍ଞାନ କରୁଛନ୍ତି । ରୋଗୀଙ୍କୁ ଠିକ ଭାବରେ ଚିକିତ୍ସା କରାଯାଉନାହିଁ ବୋଲି ଅଭିଯୋଗ ଆଣିଛନ୍ତି ।

ଡାକ୍ତରଙ୍କର ହେୟଜ୍ଞାନ ପାଇଁ ହୋଇପାରିଲାନାହିଁ ଇସିଜି ଟେଷ୍ଟ; ଶେଷରେ ପ୍ରାଣହରାଇଲେ ବୃଦ୍ଧ

ନୟାଗଡ ଜିଲ୍ଲାର ଦୁର୍ଗାପ୍ରସାଦ ଗାଁର ବୈଇଁଶୀ ଧର ଗୁରୁ । ତାଙ୍କର ଛାତିରେ ଯନ୍ତ୍ରଣା ହେବା ସହ କାଶ ଓ କଫ ଆରମ୍ଭ ହୋଇଥିଲା । ନୟାଗଡରୁ ମଧ୍ୟାହ୍ନ 1ଟା ସମୟରେ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଇସିଜି କରିବାକୁ କୁହାଯାଇଥିଲା । କିନ୍ତୁ 4ଟା ସମୟ ପର୍ଯ୍ୟନ୍ତ ବି ହସ୍ପିଟାଲରେ କାହାରି ଦେଖାଦର୍ଶନ ନଥିଲା । ବାରମ୍ବାର ପରିବାର ଲୋକ ଡାକ୍ତରଙ୍କୁ ଅନୁରୋଧ କରିଥିଲେ ମଧ୍ୟ କାଗଜ କାମ ଚାଲିଛି ଟିକେ ଡେରି ହେବ। ରୁହ ରୁହ, ପରେ ଯିବି ବୋଲି କହିଥିଲେ । ପରିବାର ଲୋକ ଥରେ ନୁହେଁ ଦୁଇ ଥର ନୁହେଁ 5 ଥର ପରେ ନର୍ସ ବାଧ୍ୟ ହୋଇ ଗଲେ ଟେଷ୍ଟ କରିବାକୁ କିନ୍ତୁ ସେତେବେଳକୁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ସାରିଥିଲା ।

ସେହିପରି ଭାବରେ ଭୁବନେଶ୍ବର ଜୟଦେବ ବିହାର ଅଞ୍ଚଳରୁ ଅନ୍ୟ ଏକ ରୋଗୀ ଆସିଥିଲେ ଇସିଜି କରିବାକୁ । ସେହେଉଛନ୍ତି ହାର୍ଟ ପେସେଣ୍ଟ ଲକ୍ଷ୍ମୀ ଖଟୁଆ । 2ଘଣ୍ଟା ପରେ ବି କେହି ଦେଖା ଦର୍ଶନ ନଥିଲା । ବାରମ୍ବାର କହିଲା ପରେ ଲକ୍ଷ୍ମୀପ୍ରିୟାଙ୍କର ଇସିଜି ହୋଇଥିଲା । ତେବେ ଏମିତି ଗୋଟେ ଦିନରେ ଏଭଳି ଅସୁବିଧା ଅନେକଙ୍କର ଦେଖିବାକୁ ମିଳିଥିଲା । ଯାହା ମନମୁଖୀ ଭାବରେ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି । ପୂର୍ବରୁ ମଧ୍ୟ କ୍ୟାପିଟାଲ ହସ୍ପିଟାଲ ନାମରେ ଅନେକ ଅଭିଯୋଗ ଆସିଛି । କିନ୍ତୁ ତାହାକୁ ସୁଧାରିବାକୁ ହସ୍ପିଟାଲର କତ୍ତୃପକ୍ଷ ଅସମର୍ଥ ଅଟନ୍ତି । ଏନେଇ ହସ୍ପିଟାଲ କତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଲିପାରିନାହିଁ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.