ଭୁବନେଶ୍ବର: ବିଚାର ବିଭାଗୀୟ ହାଜତ ଅବଧି ଶେଷ ହେବା ପରେ କୋର୍ଟକୁ ଗଲେ ପାଠକ ବାପା ପୁଅ । ପୁଣି ଥରେ ଜାମିନ ପାଇଁ କରିବେ ଆବେଦନ । ଶୁଣାଣି ପରେ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚର ସାଇବର ସେଲ ।
ବିଚାର ବିଭାଗୀୟ ହାଜତ ଅବଧି ଶେଷ ହେବା ପରେ କୋର୍ଟରେ ହାଜର ହେଲେ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ । ସ୍କାଏ କିଙ୍ଗ ଠକେଇ ଘଟଣାକୁ କୋର୍ଟକୁ ଅବଗତ କରାଗଲା । କେସ ନମ୍ବର ୨୯୨/୨୦ ରେ କେସ ରୁଜୁ ହୋଇଥିଲା । କୋର୍ଟରେ ହାଜର ପରେ ପୁଣି ଥରେ ବାପ ପୁଅଙ୍କୁ ଜେଲ ପଠାଯାଇଛି ।
ପୁଅ ଆକାଶ ପାଠକଙ୍କୁ ଅପରାହ୍ନରେରେ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଆଜି ଆକାଶଙ୍କ ରିମାଣ୍ଡର ପ୍ରଥମ ଦିନ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ