ETV Bharat / city

RT-PCR Test At Airport: ନିୟମରେ ଆସିଲା ସାମାନ୍ୟ ପରିବର୍ତ୍ତନ

author img

By

Published : Jan 7, 2022, 3:38 PM IST

ଭୁବନେଶ୍ବର ବିମାନ ବନ୍ଦରରେ କୋଭିଡ ନିୟମରେ ସାମାନ୍ୟ ପରିବର୍ତ୍ତନ କଲା BMC । 72 ଘଣ୍ଟାର କୋଭିଡ ନେଗେଟିଭ୍ ରିପୋର୍ଟ ଥିବା ଯାତ୍ରୀଙ୍କ ପୁନର୍ବାର RT-PCR ଟେଷ୍ଟ କରାଯିବନି । ଅଧିକ ପଢନ୍ତୁ

RT-PCR Test At Airport: ନିୟମରେ ଆସିଲା ସାମାନ୍ୟ ପରିବର୍ତ୍ତନ
RT-PCR Test At Airport: ନିୟମରେ ଆସିଲା ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ବର: ଏୟାରପୋର୍ଟରେ ଆରମ୍ଭ ହୋଇଛି ଯାତ୍ରୀଙ୍କ RT-PCR ଟେଷ୍ଟ ଆଜି(ଶୁକ୍ରବାର) । କିନ୍ତୁ ପୂର୍ବ ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । 72 ଘଣ୍ଟାର କୋଭିଡ ନେଗେଟିଭ୍ ରିପୋର୍ଟ ଥିବା ଯାତ୍ରୀଙ୍କ ପୁନର୍ବାର RT-PCR ଟେଷ୍ଟ କରାଯିବ ନାହିଁ । ଲକ୍ଷଣକୁ ଅନୁଧ୍ୟାନ କରାଯାଇ ଟେଷ୍ଟ କରାଯିବ ବୋଲି ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ(BMC) ପକ୍ଷରୁ କୁହାଯାଇଛି ।

ସେହିପରି ସ୍କ୍ରିନିଂ ସମୟରେ ଯଦି ଯାତ୍ରୀଙ୍କ ନିକଟରେ ଲକ୍ଷଣ ଦେଖାଯାଏ ତେବେ ତାଙ୍କୁ ତୁରନ୍ତ ସଂଗରୋଧରେ ରଖାଯିବ ଏବଂ BMC ପକ୍ଷରୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯିବ ।

ଅନ୍ୟପଟେ ଡବଲ ଡୋଜ ଟିକା ନେଇଥିଲେ ମଧ୍ୟ ଯାତ୍ରୀଙ୍କ ଟେଷ୍ଟ କରାଯାଉଛି । ରିପୋର୍ଟ ଆସିବା ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତି ହୋମ ଆଇସୋଲେସନରେ ରହିବା ନେଇ ପରାମର୍ଶ ଦିଆଯାଇଛି । ଯଦି ପଜିଟିଭ ଆସେ ତେବେ କୋଭିଡ ନିୟମ ଅନୁଯାୟୀ ପଦକ୍ଷେପ କାର୍ଯ୍ୟକାରୀ କରାଯିବ ।

RT-PCR ଟେଷ୍ଟ ନେଇ ବିମାନବନ୍ଦର ନିର୍ଦ୍ଦେଶକ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବିମାନ ବନ୍ଦର ପକ୍ଷରୁ RT-PCR ଟେଷ୍ଟ ଲାଗି BMC କୁ ଭିତ୍ତିଭୂମି ଯୋଗାଇ ଦିଆଯାଇଛି । ଆଜି(ଶୁକ୍ରରବାର) ଠାରୁ ଟେଷ୍ଟ ଆରମ୍ଭ ହୋଇଛି । BMC ନିର୍ଦ୍ଦେଶନାମା ଅନୁସାରେ ଭୁବନେଶ୍ୱର ପହଞ୍ଚୁଥିବା ସବୁ ଯାତ୍ରୀଙ୍କର ଟେଷ୍ଟ କରାଯିବ । କିନ୍ତୁ ଏସବୁ ଟେଷ୍ଟ ହେଉଛି କି ନ ହେଉଛି BMC କର୍ତ୍ତୃପକ୍ଷ କହିପାରିବେ ବୋଲି ବିଜୁ ପଟ୍ଟନାୟକ ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.