ETV Bharat / city

ଭୁବନେଶ୍ବରରେ ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟି: ସ୍ମାର୍ଟ ସିଟି ପ୍ରକଳ୍ପ କଲେ ସମୀକ୍ଷା

author img

By

Published : Jan 18, 2020, 12:27 PM IST

ଭୁବନେଶ୍ବର ଗସ୍ତରେ ଆସିଛନ୍ତି ସହରାଞ୍ଚଳ ବିକାଶ ଷ୍ଟାଣ୍ଡିଙ୍ଗ କମିଟି । କମିଟି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ଟ୍ରିଟମେଣ୍ଟ ପ୍ଲାଣ୍ଟ ଅନୁଧ୍ୟାନ କରିଛନ୍ତି ।

Parlament urban d
Parlament urban d

ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ବରରେ ସଂସଦୀୟ ସହରାଞ୍ଚଳ ବିକାଶ ଷ୍ଟାଣ୍ଡିଙ୍ଗ କମିଟିର ସମୀକ୍ଷା। ସହରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନେଇ ସନ୍ତୋଷ ବ୍ୟକ୍ତ କରିଥିବାବେଳେ ବର୍ଜ୍ୟବସ୍ତୁ ପରିଚାଳନା , ବସ୍ତି ବାସିନ୍ଦାଙ୍କ ପାଇଁ ଶୌଚାଳୟ ଏବଂ ପର୍ଯ୍ୟାପ୍ତ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛି ଷ୍ଟାଣ୍ଡିଙ୍ଗ କମିଟି।

ଭୁବନେଶ୍ବରରେ ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟି; ସ୍ମାର୍ଟ ସିଟି ପ୍ରକଳ୍ପ କଲେ ସମୀକ୍ଷା

ବରିଷ୍ଠ ସାଂସଦ ଜଗଦମ୍ବିକା ପାଲଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟି ଭୁବନେଶ୍ବର ଗସ୍ତରେ ଆସିଛନ୍ତି । ଏହି କମିଟି ସ୍ମାର୍ଟସିଟିରେ ସହରାଞ୍ଚଳ ବିକାଶ ଯୋଜନା ଅଧୀନରେ ବିଭିନ୍ନ ପ୍ରକଳ୍ପ ଏବଂ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ଅନୁଧ୍ୟାନ କରିବା ସହ ରାଜ୍ୟ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସ୍ବଚ୍ଛତା, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ସ୍ବେରେଜ ବ୍ୟବସ୍ଥା, ଡ୍ରେନେଜ ବ୍ୟବସ୍ଥାର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ।

ଭୁବନେଶ୍ବର ଭବାନୀ ମଲସ୍ଥିତ ସ୍ମାର୍ଟସିଟି କାର୍ଯ୍ୟାଳୟରେ ଏହି ସମୀକ୍ଷା ବୈଠକ ବସିଥିଲା। ଏଥିରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ, ସ୍ମାର୍ଟସିଟି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

ସ୍ମାର୍ଟସିଟିରେ ୧୦ଟି ଡ୍ରେନେଜ ରହିଛି ଯାହା ଏତେ ବଡ ସହର ପାଇଁ ପର୍ଯ୍ୟାପ୍ତ ନୁହେଁ। ବର୍ଷା ଦିନେ ସହରରେ ବନ୍ୟାଜଳ ନିୟନ୍ତ୍ରଣ କାଠିକର ପାଠ ହେଉଛି। ତେଣୁ ଡ୍ରେନେଜ ବ୍ୟବସ୍ଥାର ବିକାଶ ତୁରନ୍ତ ଆବଶ୍ୟକ ବୋଲି ମତ ଦେଇଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ସ୍ମାର୍ଟସିଟିର କେବଳ ୪ କିମି ରାସ୍ତାକୁ ସ୍ମାର୍ଟସିଟିରେ ନିଆଯାଇଛି। ପୁରା ଭୁବନେଶ୍ବର ଅଞ୍ଚଳ ୧୩୫ ବର୍ଗ କିମିକୁ ବ୍ୟାପିଛି । ଏହି ଅବସରରେ ସାଂସଦ ଅପରାଜିତା ପୁରା ଭୁବନେଶ୍ବର ସହରକୁ ସ୍ମାର୍ଟସିଟି ଅଞ୍ଚଳ ଭାବେ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ ।

ସମୀକ୍ଷା ବୈଠକ ପରେ ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟମାନେ ବାସୁଆଘାଇ ପାଖରେ ଥିବା ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଯାଇ ପ୍ଲାଣ୍ଟ ଅନୁଧ୍ୟାନ କରିଥିଲେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସ୍ମାର୍ଟସିଟି ରେ ସଂସଦୀୟ କମିଟି।

Body:ସ୍ମାର୍ଟସିଟି ଭୁବନେଶ୍ୱର ରେ ସଂସଦୀୟ ସହରାଞ୍ଚଳ ବିକାଶ ଷ୍ଟାଣ୍ଡିଙ୍ଗ କମିଟିର ସମୀକ୍ଷା।ସହରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନେଇ ସନ୍ତୋଷ ବ୍ୟକ୍ତ ତେବେ ବର୍ଜ୍ୟବସ୍ତୁ ପରିଚାଳନା ,ବସ୍ତି ବାସିନ୍ଦା ଙ୍କ ପାଇଁ ଶୌଚାଳୟ ଏବଂ ପର୍ଯ୍ୟାପ୍ତ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ବ୍ୟକ୍ତ କଲେ ଷ୍ଟାଣ୍ଡିଙ୍ଗ କମିଟି।

ସ୍ମାର୍ଟସିଟିରେ ୧୦ ଟି ଡ୍ରେନେଜ ରହିଛି ଯାହା ଏତେ ବଡ ସହର ପାଇଁ ପର୍ଯ୍ୟାପ୍ତ ନୁହେଁ।ବର୍ଷା ଦିନେ ସହରରେ ବନ୍ୟାଜଳ ନିୟନ୍ତ୍ରଣ କାଠିକର ପାଠ ହେଉଛି।ତେଣୁ ଡ୍ରେନେଜ ବ୍ୟବସ୍ଥାର ବିକାଶ ଏକାନ୍ତ ଆବଶ୍ୟକ ବୋଲି ମତ ଦେଇଥିଲେ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ।ସ୍ମାର୍ଟସିଟିର କେବଳ ୪କିମି ରାସ୍ତାକୁ ସ୍ମାର୍ଟସିଟି ରେ ନିଆଯାଇଛି।ଭୁବନେଶ୍ୱର ଅଞ୍ଚଳର ୧୩୫ ବର୍ଗ କିମି ବ୍ୟାପିଛି।ପୁରା ଭୁବନେଶ୍ୱର ସହରକୁ ସ୍ମାର୍ଟସିଟି ଜିଲ୍ଲା ଅଂଚଳର ବୃଦ୍ଧି କରାଯିବା ନେଇ ସାଂସଦ ପ୍ରସ୍ତାବ ଦେଇଥିଲେ ବୋଲି କହିଥିଲେ।

ଉତ୍ତର ପ୍ରଦେଶର ବରିଷ୍ଠ ସାଂସଦ ଜଗଦମ୍ବିକା ପାଲ ଙ୍କ ଅଧ୍ୟକ୍ଷତାରେ ୧୨ଜଣିଆ ଷ୍ଟାଣ୍ଡିଙ୍ଗ କମିଟି ଭୁବନେଶ୍ୱର ସହରର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ସ୍ମାର୍ଟସିଟିରେ ସହରାଞ୍ଚଳ ବିକାଶ ଯୋଜନା ଅଧୀନରେ ବିଭିନ୍ନ ପ୍ରକଳ୍ପ ଏବଂ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକରେ ସ୍ୱଚ୍ଛତା, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ସ୍ବେରେଜ ବ୍ୟବସ୍ଥା, ଡ୍ରେନେଜ ବ୍ୟବସ୍ଥାର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ।

ସମୀକ୍ଷା ବୈଠକ ପରେ ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟମାନେ ବାସୁଆଘାଇ ପାଖରେ ଥିବା ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଯାଇ ଅନୁଧ୍ୟାନ କରିଥିଲେ।

ଭୁବନେଶ୍ୱର ଭବାନୀ ମଲ ରେ ପରିଚାଳିତ ଭୁବନେଶ୍ୱର ସ୍ମାର୍ଟସିଟି କାର୍ଯ୍ୟାଳୟରେ ଏହି ସମୀକ୍ଷା ବୈଠକ ବସିଥିଲା।ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ,ସ୍ମାର୍ଟସିଟି ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.