ETV Bharat / city

‘ପରୀକ୍ଷା ଦର୍ପଣ’ ଉନ୍ମୋଚିତ, ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ହେବ ସହାୟକ - bhubaneswar news

ଉନ୍ମୋଚନ ହେଲା ‘ପରୀକ୍ଷା ଦର୍ପଣ’ ପୁସ୍ତକ । ମାଟ୍ରିକ ପରୀକ୍ଷାର ସମ୍ଭାବିତ ପ୍ରଶ୍ନୋତ୍ତରକୁ ନେଇ ୭୦୦ ପୃଷ୍ଠାର ଟେଷ୍ଟ ପେପର ‘ପରୀକ୍ଷା ଦର୍ପଣ’କୁ ଉନ୍ମୋଚିତ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଧିକ ପଢନ୍ତୁ...

ଉନ୍ମୋଚିତ ହେଲା ‘ପରୀକ୍ଷା ଦର୍ପଣ’
ଉନ୍ମୋଚିତ ହେଲା ‘ପରୀକ୍ଷା ଦର୍ପଣ’
author img

By

Published : Jan 27, 2021, 12:02 PM IST

Updated : Jan 27, 2021, 3:43 PM IST

ଭୁବନେଶ୍ବର:ଉନ୍ମୋଚନ ହେଲା ‘ପରୀକ୍ଷା ଦର୍ପଣ’ ପୁସ୍ତକ । ମାଟ୍ରିକ ପରୀକ୍ଷାର ସମ୍ଭାବିତ ପ୍ରଶ୍ନୋତ୍ତରକୁ ନେଇ ୭୦୦ ପୃଷ୍ଠାର ଟେଷ୍ଟ ପେପର ‘ପରୀକ୍ଷା ଦର୍ପଣ’ କୁ ଉନ୍ମୋଚିତ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପ୍ରଥମ ପର୍ଯ୍ୟାୟରେ ଉପାନ୍ତ ଅଞ୍ଚଳର 4ଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଓ ନୂଆପଡାରେ ପ୍ରାୟ ୫୦,୦୦୦ ପରୀକ୍ଷା ଦର୍ପଣ ବଣ୍ଟନ କରାଯିବ।

ଉନ୍ମୋଚିତ ହେଲା ‘ପରୀକ୍ଷା ଦର୍ପଣ’, ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ହେବ ସହାୟକ

ବୁଧବାର ଭୁବନେଶ୍ବର ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ଅନୁଷ୍ଠାନ ପରିସରରେ ଏହାର ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ମାଗଣା ପରୀକ୍ଷା ଦର୍ପଣ ପୁସ୍ତିକା ଦେବାକୁ ପୂର୍ବରୁ ଘୋଷଣା କରାଯାଇଥିଲା।

ଏହାଦ୍ବାରା ରାଜ୍ୟର ସମସ୍ତ ଦଶମ ଶ୍ରେଣୀର ମୋଟ ୬ ଲକ୍ଷ ୨୦ ହଜାର ୫୦୮ ଛାତ୍ରଛାତ୍ରୀ ଉପକୃତ ହେବେ। ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ବହି ବଣ୍ଟନ କାର୍ଯ୍ୟର ଦାୟିତ୍ଵ ନେବେ । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ପୁସ୍ତକ ଗୁଡିକ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି । ଏହି ସମସ୍ତ ପୁସ୍ତକ ପର୍ଯ୍ୟାୟକ୍ରମେ ଫେବୃୟାରୀ ୧୨ ତାରିଖ ମଧ୍ୟରେ ସମସ୍ତ ଜିଲ୍ଲାକୁ ପ୍ରେରଣ କରାଯିବାର ବ୍ୟବସ୍ଥା କରାଯାଇଅଛି ।

ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ଫେବୃୟାରୀ ୧୫ ତାରିଖ ମଧ୍ୟରେ ସମସ୍ତ ଦଶମଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏହା ବଣ୍ଟନ କରାଯିବାର ଲକ୍ଷ୍ୟ ରଖାଯାଇଛି। ତେବେ ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ଜିଲ୍ଲାର ଉପାନ୍ତ ବ୍ଲକର ଛାତ୍ରଛାତ୍ରୀଙ୍କୁ ପ୍ରଥମେ ପ୍ରାଥମିକତା ଦେବାକୁ ବ୍ୟବସ୍ଥା କରିବେ ଏବଂ ପୁସ୍ତକ ବଣ୍ଟନରେ ନିୟୋଜିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଡିସେମ୍ବର ମାସରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଅନ୍ୟପକ୍ଷେ ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ସହାୟକ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ରାମାଶିଷ ହାଜରା କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jan 27, 2021, 3:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.