ଭୁବନେଶ୍ବର: ନୟାଗଡ଼ରୁ ରାଜଧାନୀ ଆଉ ପରେ ଦେଶର ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି ପରୀ ପ୍ରସଙ୍ଗ । ନୟାଗଡର ୫ ବର୍ଷର କୋମଳମତି ଶିଶୁ ପରୀକୁ ନ୍ୟାୟ ଦାବିରେ ଦିଲ୍ଲୀରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ଦ୍ଵାରସ୍ଥ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ।
![ଦିଲ୍ଲୀରେ ପହଞ୍ଚିଲା ‘ପରୀ’ ପ୍ରସଙ୍ଗ](https://etvbharatimages.akamaized.net/etvbharat/prod-images/od-bbs-1-pariissueindelhi-avo-7205239_30112020133245_3011f_1606723365_971.png)
ସେ ଏନସିପିସିଆର୍ ଅଧ୍ୟକ୍ଷଙ୍କୁ ଭେଟି ପରୀ ପ୍ରସଙ୍ଗରେ ଆଲୋଚନା କରିବା ସହ ଏକ ସ୍ମାରକ ପତ୍ର ଦେଇଛନ୍ତି । ପରୀର ପରିବାରକୁ ନ୍ୟାୟ ଏବଂ ଅପରାଧୀଙ୍କୁ ଦଣ୍ଡ ନ ମିଳିବା ଯାଏଁ ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି । ଏହି ଲଢ଼େଇ ନୟାଗଡରୁ ଆରମ୍ଭ ହୋଇ ଦିଲ୍ଲୀ ଯାଏଁ ଯିବ ବୋଲି ପୂର୍ବରୁ ସମ୍ବିତ ପାତ୍ର ଟ୍ବିଟ କରିଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ