ଭୁବନେଶ୍ବର: ପରୀ ପ୍ରସଙ୍ଗରେ ଆଜି ରାଜ୍ୟପାଳଙ୍କୁ ଭେଟିଛି ବିଜେପି ବିଧାୟକ ଦଳର ଏକ ଟିମ୍ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ଏକ ଟିମ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ।
ଏହାସହ ପଞ୍ଚମ ପାଳିର ସରକାର ବିଧାନସଭା ନିୟମ ଉଲଙ୍ଘନ କରୁଛନ୍ତି । ବର୍ଷକୁ 60 ଦିନ ଚାଲିବାକୁ ଥିବାବେଳେ, ମାତ୍ର 30 ଦିନ ଚଳାଇଛନ୍ତି । ଏନେଇ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛୁ ବୋଲି ପ୍ରଦୀପ୍ତ ନାୟକ କହିଛନ୍ତି ।
ସେହିପରି ପରୀ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଚାହିଁଥିଲୁ କିନ୍ତୁ ଗୃହ ବନ୍ଦ କରିଦେଲେ । ପରୀକୁ ହତ୍ୟା ଏବଂ ରାଜ୍ୟରେ 5ହଜାର ଶିଶୁ ନିଖୋଜ କଥା ରାଜ୍ୟପାଳଙ୍କୁ ଜଣାଇଲୁ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ