ଭୁବନେଶ୍ବର: ରାଜ୍ୟରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ଏପରି ସ୍ଥିତିରେ ଦୀର୍ଘ ଦିନରୁ ବନ୍ଦ ଥିବା ଶିକ୍ଷାନୁଷ୍ଠାନ ଗୁଡିକୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ କୋରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସ୍ଥିତିରେ ସ୍କୁଲ ନଖୋଲିବାକୁ ସରକାରଙ୍କୁ ଅନୁରୋଧ କରିଛି ଅଭିଭାବକ ମହାସଂଘ ।
ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ଅଭିଭାବକ ମହାସଙ୍ଘ ଓ ଅନ୍ୟ କିଛି ଆବେଦନକାରୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାବଣା ହୋଇଛି। ଅନ୍ୟପକ୍ଷେ କୋରୋନା ମହାମାରୀ ସମୟରେ ସ୍କୁଲକୁ ଛାତ୍ରଛାତ୍ରୀ ନଯିବା ପାଇଁ ସରକାରଙ୍କୁ ଅନୁରୋଧ କରିଛି ଅଭିଭାବକ ମହାସଂଘ ।
ଅଭିଭାବକ ମହାସଂଘର କହିବା ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଏହି କୋରୋନା ମହାମାରୀ ସମୟରେ ସ୍କୁଲକୁ ଯିବା ପାଇଁ ଅନୁମତି ଦିଆ ନଯାଉ । ସମସ୍ତଙ୍କୁ ଅନଲାଇନ ମାଧ୍ୟମରେ ପାଠ ପଢାଯାଉ । ଅନଲାଇନ ମାଧ୍ୟମରେ ପାଠ ପଢାଯାଉଥିବା ସମସ୍ତ ଉପକରଣ ଯୋଗାଇ ଦିଆଯାଉ ବୋଲି କହିଛନ୍ତି ଅଭିଭାବକ ମହାସଂଘ।
ପ୍ରସଙ୍ଗରେ ଅଭିଭାବକ ମହାସଂଘ ଓ ଅନ୍ୟ କିଛି ପିଟିସନର ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ତେବେ ସମସ୍ତ ଆବେଦନକାରୀଙ୍କ ସହ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ