ETV Bharat / city

ତୃତୀୟ ଲହର ଭୟ, ପିଲାଙ୍କୁ ସ୍କୁଲ ଛାଡିବାକୁ ନାରାଜ ଅଭିଭାବକ

author img

By

Published : Aug 20, 2021, 6:38 PM IST

ରାଜ୍ୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି ଶିଶୁ ସୁରକ୍ଷା ଅଧିକାର ଆୟୋଗ । ସେପଟେ ଏହି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ପ୍ରତିକ୍ରିୟା ରଖିଲେ ଅଭିଭାବକ ମହାସଙ୍ଘ । ଅଧିକ ପଢନ୍ତୁ...

ତୃତୀୟ ଲହର ଭୟ, ସ୍କୁଲ ଖୋଲିବାକୁ ଅଭିଭାବକ ମହାସଙ୍ଘର ବିରୋଧ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ କୋରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ । ଯେଉଁ କାରଣରୁ କେତେକ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ସରକାରଙ୍କୁ ସୁପାରିଶ କରିଛି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ । ହେଲେ ସମ୍ଭାବ୍ୟ ତୃତୀୟ ଲହର ଭୟାବହତାକୁ ଦୃଷ୍ଟିରେ ରଖି ଶିଶୁ ଆୟୋଗର ଏଭଳି ନିଷ୍ପତ୍ତିକୁ ଘୋର ବିରୋଧ କରିଛି ଅଭିଭାବକ ମହାସଙ୍ଘ ।

ସଙ୍ଘର କହିବା କଥା, ତୃତୀୟ ଲହର ଶିଶୁଙ୍କ ପ୍ରତି ଅଧିକ କ୍ଷତିକାରକ ବୋଲି ବିଶେଷଜ୍ଞମାନେ ପୂର୍ବରୁ କହିଛନ୍ତି । ସେପଟେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଶିଶୁଙ୍କ ଟୀକାକରଣ କରାଯାଇ ନାହିଁ । ଇତିମଧ୍ୟରେ ରାଜ୍ୟରେ ବହୁସଂଖ୍ୟକ ଶିଶୁ ସଂକ୍ରମିତ ହେଉଛନ୍ତି । ଏଥିସହ ଯଦି ଥରେ ଶିଶୁ ସଂକ୍ରମିତ ହୁଅନ୍ତି ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ । ଏପରିସ୍ଥଳେ ସ୍କୁଲ ଖୋଲିବା ଅର୍ଥ ଶିଶୁଙ୍କୁ ବିପଦରେ ପକାଇବା । କୌଣସି ଅଭିଭାବକଙ୍କ ମତାମତ ନ ନେଇ ଶିଶୁ ବିଭାଗ ଏପରି ମନଇଚ୍ଛା ନିଷ୍ପତ୍ତି ନେବା ଦୁର୍ଭାଗ୍ୟଜନକ । ଯଦି ସ୍କୁଲ ଖୋଲିବା ଯୋଗୁଁ ପିଲାମାନେ ସଂକ୍ରମିତ ହୁଅନ୍ତି ତେବେ ଏଥିପାଇଁ ଶିଶୁ ଆୟୋଗ ଏବଂ ଶିକ୍ଷା ବିଭାଗ ଦାୟୀ ରହିବ କି ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ ମହାସଙ୍ଘ । ପ୍ରଥମେ ସରକାର ଶିଶୁଙ୍କ ଟୀକାକରଣ ପାଇଁ ଯୋଜନା କରନ୍ତୁ ଏବଂ ପରେ ସ୍କୁଲ ଖୋଲିବା ବିଷୟରେ ଚିନ୍ତା କରନ୍ତୁ ବୋଲି ସଙ୍ଘ ପ୍ରତିକ୍ରିୟା ରଖିଛି ।

ଗୁରୁବାର ରାଜ୍ୟ ଶିଶୁ ଆୟୋଗ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି । ତାଙ୍କ କହିବା କଥା, କୋରୋନା କାଳରେ ପିଲମାନେ ଦୀର୍ଘ ଦିନ ଧରି ଘରେ ରହିବା ଯୋଗୁଁ ଚାପଗ୍ରସ୍ତ ହେଉଛନ୍ତି । ଯାହାଫଳରେ ସ୍କୁଲ ଖୋଲାଯିବା ନିତାନ୍ତ ଆବଶ୍ୟକ । ଏହାବ୍ୟତୀ ସ୍କୁଲ ଏକ ଶିକ୍ଷଣୀୟ ସ୍ଥାନ ହୋଇଥିବାରୁ ଏଠାରେ ପିଲାମାନେ ସମସ୍ତ କୋଭିଡ ସମ୍ପର୍କିତ ଆଚରଣ ଶିକ୍ଷା କରିବେ । ଏହା ସେମାନଙ୍କ ପାଇଁ ଉପାଦେୟ ହେବ ।

ସୂଚନାଯୋଗ୍ୟ, ରାଜ୍ୟରେ 6 ଦିନରେ 704 ପିଲା ସଂକ୍ରମିତ ହୋଇଛନ୍ତି । ବିଶେଷକରି 9 ରୁ 18 ବର୍ଷ ବୟସ୍କ ପିଲା ଅଧିକ ସଂକ୍ରମିତ ହେଉଥିବା ଦେଖାଯାଇଛି । ଏପଟେ ରାଜଧାନୀରେ ମଧ୍ୟ 100 ପାର୍ କରିଛି ଶିଶୁ ସଂକ୍ରମଣ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.