ETV Bharat / city

ମେଡିକାଲ ପାଠପଢ଼ା ଫି ବୃଦ୍ଧିକୁ ବିରୋଧ, ପ୍ରତ୍ୟାହାର ଦାବି କଲା ଅଭିଭାବକ ସଂଘ

ମହଙ୍ଗା ହେଲା ମେଡିକାଲ ପାଠପଢ଼ା । ଓଡ଼ିଶାରେ ଥିବା ସରକାରୀ ମେଡିକାଲ କଲେଜରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଏଣିକି ଅଧିକ ଫି ଦେବାକୁ ପଡ଼ିବ । ଏଭଳି କୋରୋନା ପରିସ୍ଥିତିରେ ଫି ବୃଦ୍ଧିକୁ ନେଇ ଅଭିଭାବକ ମହାସଂଘ, ସ୍ବାସ୍ଥ୍ୟ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ତୁରନ୍ତ ଫି ବୃଦ୍ଧି ପତ୍ୟାହାର କରିବାକୁ ଦାବି । ଅଧିକ ପଢନ୍ତୁ

ମେଡିକାଲ ପାଠପଢ଼ା ଫି ବୃଦ୍ଧି ପ୍ରତ୍ୟାହାର ପାଇଁ ଅଭିଭାବକ ମହାସଂଘର ଦାବି

author img

By

Published : Mar 6, 2022, 4:30 PM IST

ଭୁବନେଶ୍ବର: ମହଙ୍ଗା ହେଲା ମେଡିକାଲ ପାଠପଢ଼ା । ଓଡ଼ିଶାରେ ଥିବା ସରକାରୀ ମେଡିକାଲ କଲେଜରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଏଣିକି ଅଧିକ ଫି ଦେବାକୁ ପଡ଼ିବ । ସୁପର ସ୍ପେସିଆଲିଟି ପାଠ୍ୟକ୍ରମ ଲାଗି 49 ପ୍ରତିଶତ ଫି ବୃଦ୍ଧି କରାଯାଇଛି । ଏମ୍‌ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମ ଲାଗି ମଧ୍ୟ 28% ଫି ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୋଟିଏ ପଟେ କୋରୋନା ମାଡ଼ରେ ଲୋକଙ୍କ ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ିଥିବା ବେଳେ ଅନ୍ୟପଟେ ଫି ବୃଦ୍ଧି ଅଭିଭାବକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।

ମେଡିକାଲ ପାଠପଢ଼ା ଫି ବୃଦ୍ଧି ପ୍ରତ୍ୟାହାର ପାଇଁ ଅଭିଭାବକ ମହାସଂଘର ଦାବି

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଓଡ଼ିଶାରେ ମେଡିକାଲ ପାଠପଢ଼ା ଫି ଅଧିକ ରହୁଥିବାରୁ ବହୁ ଯୋଗ୍ୟ ଛାତ୍ରଛାତ୍ରୀ ବିଦେଶକୁ ଯାଇ ଶିକ୍ଷା ଗ୍ରହଣ କରୁଛନ୍ତି । ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ମାନେ ଚୀନ୍, ୟୁକ୍ରେନ୍, ଫିଲିପାଇନ୍ସ, ଜର୍ମାନୀ, ରୁଷ୍ ଭଳି ଦେଶକୁ ଯାଉଛନ୍ତି । ଏପଟେ ଅଭିଭବାକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ମେଡ଼ିକାଲ ଫି ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି ।

କୋରୋନା ପରେ ଲୋକମାନେ ଭୁଶୁଡିଥିବା ଆର୍ଥିକ ସ୍ଥିତିକୁ ସୁଧାରିବାକୁ ପ୍ରୟାସ କରୁଥିବା ସମୟରେ ଫି ବୃଦ୍ଧି କରାଯାଉଛି । ଅନେକ ଅଭିଭାବକଙ୍କର ସ୍ବପ୍ନ ଥାଏ ପିଲାଙ୍କୁ ଡାକ୍ତର କି ଇଞ୍ଜିନିୟର କରିବାକୁ । ବର୍ତ୍ତମାନ ଡାକ୍ତର ହେବା ଏକ ସ୍ବପ୍ନ ହୋଇଗଲା ବୋଲି ଅଭିଭାବକ କହିଛନ୍ତି । ହଠାତ 49 ପ୍ରତିଶତ ଫି ବୃଦ୍ଧି କରାଯାଇଛି । ଯେଉଁ ଅଭିଭାବକମାନେ ସ୍ବପ୍ନ ଦେଖୁଥିଲେ ତାହା ଭୁଲିବାକୁ ପଡିବ । ଯେତେବେଳେ ମୁଖ୍ୟମନ୍ତ୍ରୀ ସବୁ କ୍ଷେତ୍ରରେ ଆଗକୁ ଆସୁଛନ୍ତି, ଓଡିଶା ବାସୀଙ୍କର କାର୍ଯ୍ୟ କରୁଛନ୍ତି ସେହି ସମୟରେ ଫି ବୃଦ୍ଧି କରାଯାଉଛି ।

ଏହି ଫିକୁ ପ୍ରତ୍ୟାହାର କରିବାକୁ ଓଡିଶା ଅଭିଭାବକ ମହାସଂଘ ଦାବି କରିଛି । ରାଜ୍ୟ ସରକାର ବୋଝ ଉପରେ ନଳିତା ବିଡ଼ା ନଦେଇ ତୁରନ୍ତ ପ୍ରତ୍ୟାହାର କରନ୍ତୁ । ନଚେତ ଯେଉଁ ଅଭିଭାବକଙ୍କର ସ୍ବପ୍ନ ଅଛି ତାହା ସ୍ବପ୍ନରେ ରହିଯିବ । ତାହା କେବେହେଲେ ପୁରା ହୋଇପାରିବ ନାହିଁ ବୋଲି କହିଛନ୍ତି ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.