ଭୁବନେଶ୍ବର: ସ୍କୁଲ ଫିକୁ ନେଇ ଚିନ୍ତାରେ ଅଭିଭାବକ । ଆଜି କେଦାରଗୌରୀ ପାଖ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ପରିସରରେ ସ୍କୁଲ ଫି ଛାଡ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଘେରିଛନ୍ତି ଅଭିଭାବକ ସଂଘ ।
ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ସ୍କୁଲ ଫି ପ୍ରସ୍ତୁତ ହୋଇଥିଲା । ସରକାର ମଧ୍ୟ ଏହାକୁ ସ୍ବୀକାର କରିଥିଲେ । ଫିକୁ ନେଇ ନିଆଯାଇଥିବା ନିଷ୍ପତ୍ତି ରାଜ୍ୟର ସମସ୍ତ ସ୍କଲକୁ ପଠାଇଥିଲେ ସରକାର । ମାତ୍ର କେଦାର ଗୌରୀ ପାଖ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଏହି ନିୟମକୁ ମାନି ନାହିଁ । ସରକାରଙ୍କ ପ୍ରସ୍ତୁତ ହୋଇଥିବା ଫି ବଦଳରେ ସ୍କୁଲ କର୍ତ୍ତୃପକ୍ଷ ଅଧିକ ଫି ନେଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ ସଂଘ । ମନଇଚ୍ଛା ଫି ନେଇଛନ୍ତି ସ୍କୁଲ । ହାଇକୋର୍ଟର ନିର୍ଦ୍ଦେଶକୁ ଅବମାନନା କରି ଫି ନେଉଛି ସ୍କୁଲ ।
ଫି ଛାଡ଼ ମାମଲାରେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ବିଜ୍ଞପ୍ତିକୁ ନ ମାନି ନିଜ ଇଚ୍ଛାରେ ଫି ଆଦାୟ କରିବା, ଅଭିଭାବକ ମାନଙ୍କୁ ପଇସା ନଦେଲେ ପିଲାଙ୍କୁ ପାଠ ପଢ଼ା, ପରୀକ୍ଷା ନ ଦେଇପାରିବ, ଏପରିକି ପ୍ରୋଗ୍ରେସ କାର୍ଡ ନ ଦେବା ଆଦି ବେଆଇନ କାମ କରି ପିଲାମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ସ୍କୁଲର ଏପରି ବେଆଇନ କାମକୁ ବିରୋଧ କରିବା ସହିତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଘେରିଛନ୍ତି ଅଭିଭାବକ ସଂଘ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ