ETV Bharat / city

ମାଟ୍ରିକ ଫଳାଫଳ ଆଧାରରେ ଦ୍ୱାଦଶ ମୂଲ୍ୟାୟନକୁ ଗୁରୁତ୍ୱ ଦେବାକୁ ଅଭିଭାବକ ମହାସଂଘର ପରାମର୍ଶ

author img

By

Published : Jun 8, 2021, 6:21 AM IST

ମାଟ୍ରିକ ଫଳାଫଳ ଆଧାରରେ ଦ୍ୱାଦଶ ମୂଲ୍ୟାୟନକୁ ଗୁରୁତ୍ୱ ଦେବାକୁ ଅଭିଭାବକ ମହାସଂଘର ପରାମର୍ଶ । ଅଧିକ ପଢନ୍ତୁ...

ମାଟ୍ରିକ ଫଳାଫଳକୁ ଆଧାରରେ ଦ୍ୱାଦଶ ମୂଲ୍ୟାୟନକୁ ଗୁରୁତ୍ୱ ଦେବାକୁ ଅଭିଭାବକ ମହାସଂଘର ପରାମର୍ଶ

ଭୁବନେଶ୍ବର: ମାଟ୍ରିକ ଫଳାଫଳକୁ ଆଧାର କରି ଦ୍ୱାଦଶ ମୂଲ୍ୟାୟନକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଲା ଓଡିଶା ଅଭିଭାବକ ମହାସଂଘ। କୋରୋନା ମହାମାରୀ ପାଇଁ ରାଜ୍ୟ ସରକାର ମାଟ୍ରିକ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଛନ୍ତି । ମାଟ୍ରିକ ପରୀକ୍ଷା ଫଳାଫଳକୁ ନେଇ ଏକ ପ୍ରକାର + 2 ମୂଲ୍ୟାୟନ ହୋଇପାରିବ। ଏଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛି ଓଡିଶା ଅଭିଭାବକ ମହାସଂଘ ।

+ 2 ମୂଲ୍ୟାୟନ ପାଇଁ ମାଟ୍ରିକ ପରୀକ୍ଷାରେ ଫଳାଫଳକୁ ନେଇ ମୂଲ୍ୟାୟନର ଗୁରୁତ୍ୱ ଦିଆଯାଉ ବୋଲି ପରାମର୍ଶ ଦେଇଛନ୍ତି ଅଭିଭାବକ ମହାସଂଘ। ସେପଟେ + 2ରେ ମଧ୍ୟ ଅନେକ ବିଷୟରେ ପ୍ରାକ୍ଟିକାଲ ମଧ୍ୟ ରହିଛି । ଯେହେତୁ + 2 ରେ ଅନେକ ଅପହଞ୍ଚ ଓ ଉପାନ୍ତ ଅଞ୍ଚଳ ରହିଛି ଓ ପର୍ଯ୍ୟାପ୍ତ ଭିତ୍ତିଭୂମି ନାହିଁ ତେଣୁ ଏ ପ୍ରକାର ଅସୁବିଧା ଦେଖାଦେଇଛି। ସେପଟେ ପିଲାମାନେ ଯଦି ଦ୍ୱାଦଶ ଶ୍ରେଣୀର ମୂଲ୍ୟାୟନ ପ୍ରମାଣପତ୍ର ନପାଇବେ ସେମାନେ ଉଚ୍ଚ ଶିକ୍ଷା ପାଇଁ ଆବେଦନ କରିବେ କିପରି ଓ ପଢିବେ କିପରି ବୋଲି ପ୍ରଶ୍ନ କରିଛି ସଂଘ ।

ସରକାର + 2 ମୂଲ୍ୟାୟନ ପାଇଁ ଏକ କମିଟି ଗଠନ କରିଛନ୍ତି । କରୋନା ମହାମାରୀ ଦୃଷ୍ଟିରୁ ସେମାନଙ୍କର ସର୍ବସମତ ମତ ଏକ ମାତ୍ର ଆଇନଗତ, ସ୍ପଷ୍ଟ,ସ୍ଵଛ ଓ ନିର୍ଭୁଲ ତଥା ନିର୍ବିବାଦୀୟ ମାଟ୍ରିକ ପରୀକ୍ଷା ଫଳ ଉପରେ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ସପକ୍ଷରେ ଥିଲା । ଦ୍ଵିତୀୟରେ ସମସ୍ତ ଆବଶ୍ୟକୀୟ ସରଞ୍ଜାମ ଯୋଗାଇ ଏକ ସଂକ୍ଷିପ୍ତ ଅନଲାଇନ ପରୀକ୍ଷା ଆୟୋଜନ ପାଇଁ ମତାମତ ଆସିଥିଲା । ତୃତୀୟରେ ଆସନ୍ତା ଦିନରେ ସିବିଏସଇ ଓ ଆଇସିଏସଇ ଓ ଅନ୍ୟ କିଛି ରାଜ୍ୟ ଭଳି ମାସିକ ଟେଷ୍ଟ ଉପରେ ଆଗାମୀ ଦିନରେ ଗୁରୁତ୍ୱ ଦେବାକୁ ମତାମତ ଆସିଥିଲା । ଏହି ସବୁ ମୂଲ୍ୟବାନ ପରାମର୍ଶକୁ ଆଧାର କରି ଆଜି ଓଡିଶା ଅଭିଭାବକ ମହାସଂଘ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ପରାମର୍ଶ ଜଣାଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.