ETV Bharat / city

ଆର୍ଥିକ ସମସ୍ୟା ଘେରରେ ଘରୋଇ ସ୍କୁଲ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ - ସରକାରୀ ସ୍କୁଲ

ଶିକ୍ଷା ଜଗତରେ କୋରୋନା ମାଡ । ଗୋଟେପଟେ ସରକାରୀ ସ୍କୁଲରେ ଉନ୍ନତମାନର ଶିକ୍ଷା ନେଇ ସନ୍ଦେହ, ଅନ୍ୟପଟେ ଘରୋଇ ସ୍କୁଲରେ ଅହେତୁକ ଫି'ର ଚାପ । ଏପରି ସ୍ଥିତିରେ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ । ଅଧିକ ପଢନ୍ତୁ...

ଆର୍ଥିକ ସମସ୍ୟା ଘେରରେ ଘରୋଇ ସ୍କୁଲ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ

author img

By

Published : Mar 15, 2021, 1:10 PM IST

ଭୁବନେଶ୍ବର: ଶିକ୍ଷା ଜଗତରେ କୋରୋନା ମାଡ । ଗୋଟେପଟେ ସରକାରୀ ସ୍କୁଲରେ ଉନ୍ନତମାନର ଶିକ୍ଷା ନେଇ ସନ୍ଦେହ, ଅନ୍ୟପଟେ ଘରୋଇ ସ୍କୁଲରେ ଅହେତୁକ ଫି'ର ଚାପ । ଏପରି ସ୍ଥିତିରେ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ । ଏପଟେ କୋଭିଡ କାରଣରୁ ବହୁ ମାତ୍ରାରେ କ୍ଷତି ସହିଛି ଘରୋଇ ସ୍କୁଲ । ଅନେକ ଘରୋଇ ସ୍କୁଲ ନିଜ କର୍ମଚାରୀଙ୍କୁ ଦରମା ଦେବାରେ ମଧ୍ୟ ଅସମର୍ଥ । ଯାହାଫଳରେ ଫି' ବୃଦ୍ଧି କରିବା ସ୍ବଭାବିକ କଥା କିନ୍ତୁ ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ପାଠପଢା ।

ମହାମାରୀ କାରଣରୁ ଅନଲାଇନରେ ଚାଲିଥିବା ପାଠପଢାରେ କ୍ଲିୟର ହେଉନି ଛାତ୍ରଛାତ୍ରୀଙ୍କ ଡାଉଟ୍ , ସେପଟେ କ୍ଷତିର ଭରଣା ପାଇଁ ଅଭିଭାବକଙ୍କ ଉପରେ ଚାପ ପକାଉଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ରି-ଆଡମିଶନ ଫି'କୁ ହାଇକୋର୍ଟ ଉଠାଇ ଦେବା ପରେ ବି ଅନେକ ସ୍କୁଲ ଜୋର ଜବରଦସ୍ତି ନେଉଛନ୍ତି ଏହି ଫି । ଖାଲି ଏତିକି ନୁହେଁ ବରଂ ପରୀକ୍ଷା ନ ଦେବାକୁ ମଧ୍ୟ ଅନେକ ସ୍କୁଲ୍ ବାଧ୍ୟ କରୁଛି । ଏପଟେ ମହାମାରୀ ବାହାନା ଦେଇ ସ୍କୁଲ ଗୁଡିକ ଧରାସାୟୀ ହୋଇ ପଡିଥିବା କହିଛନ୍ତି ଘରୋଇ ସ୍କୁଲ ସଂଘର ସଭାପତି ବଦ୍ରିନାଥ ପଟ୍ଟନାୟକ ।

ଆର୍ଥିକ ସମସ୍ୟା ଘେରରେ ଘରୋଇ ସ୍କୁଲ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ

ରାଜ୍ୟରେ ମହାମାରୀକୁ ବର୍ଷେ ପୁରିଛି କିନ୍ତୁ ଏପର୍ଯ୍ୟନ୍ତ ସରକାର ଘରୋଇ ସ୍କୁଲର ଫି' ଷ୍ଟ୍ରକଚର୍ ନେଇ କୌଣସି ନିର୍ଦ୍ଧିଷ୍ଟ ନିୟାମବଳୀ ସ୍ଥିର କରୁ ନାହାଁନ୍ତି, ଯାହା ଫଳରେ ସ୍କୁଲମାନଙ୍କର କୌଣସି ତାଳମେଳ ରହୁ ନାହିଁ । ଏପେଟ ପିଲାଙ୍କ ପାଠପଢା ପାଇଁ ବାଧ୍ୟ ହୋଇ ଅଭିଭାବକ ଧରାଇ ଦେଉଛନ୍ତି ପୁଳା ପୁଳା ଟଙ୍କା, ଯାହାଫଳରେ ଘରୋଇ ସ୍କୁଲ କ୍ଷେତ୍ରରେ ସରକାର ହସ୍ତକ୍ଷେପ ନିତାନ୍ତ ଜରୁରୀ ହୋଇ ପଡିଛି ।

ଭୁବନେଶ୍ବରରୁ ବିକାଶ ଦାସଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.