ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଛି । ଏନେଇ ଆଜି(ବୁଧବାର) ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପରେ ଅଭିଭାବକଙ୍କ ମହଲରେ ଅସନ୍ତୋଷ ।
ସରକାର ଦଶମ ଶ୍ରେଣୀର ପିଲାଙ୍କ ସହିତ ଜାଣିଶୁଣି ଛଳନା କରିଛନ୍ତି ବୋଲି ଅଭିଭାବକ ସଙ୍ଘ ଅଭିଯୋଗ କରିଛନ୍ତି । ପିଲାଙ୍କୁ ମୂର୍ଖ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର କରାଯାଇଛି ବୋଲି କହିବା ସହ ଯଦି ନିଷ୍ପତ୍ତି ସରକାର ନ ବଦଳାନ୍ତି ତାହାଲେ ଅଭିବାବକ ସଙ୍ଘ ହାଇକୋର୍ଟକୁ ଯିବ ବୋଲି ଚେତାବନୀ ଦେଇଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ