ଭୁବନେଶ୍ବର: କୋଭିଡ-19 ଚ୍ୟାଲେଞ୍ଜ ଓ ଅମ୍ଫାନ ବାତ୍ୟା ଯୋଗୁଁ ଉପୁଜିଥିବା ସମସ୍ୟାର ମୁକାବିଲାରେ ସକ୍ଷମ ହୋଇଛି ପାରାଦୀପ ବନ୍ଦର । 2020-21 ଆର୍ଥିକ ବର୍ଷରେ ପାରାଦ୍ବୀପ ବନ୍ଦର କାର୍ଗୋ ହ୍ୟାଣ୍ଡଲିଂ ( ସାମଗ୍ରୀ ପରିବହନ ମାମଲାରେ ) ରେକର୍ଡ ସୃଷ୍ଟି କରିଛି ।
ଗତ ଆର୍ଥିକ ବର୍ଷରେ ପାରାଦ୍ବୀପ ବନ୍ଦର ରେକର୍ଡ 11 କୋଟି 45.5 ଲକ୍ଷ ଟନ ମାଲ ପରିବହନ କରିଛି । ଏ ନେଇ ଜଣେ ଅଧିକାରୀ ଶୁକ୍ରବାର ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଆର୍ଥିକ ବର୍ଷ 2021ରେ ଏହି ବନ୍ଦରରେ କର ପୂର୍ବ ପ୍ରଫିଟ (PBT ) ବୃଦ୍ଧି ହୋଇ 722 କୋଟି ଟଙ୍କା ହୋଇଛି । ଯାହା ଗତ ବର୍ଷର 681 କୋଟିର ପିବିଟିରୁ 6.02 ପ୍ରତିଶତ ଅଧିକ ଅଟେ ।
ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ଭିନୀତ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, କେନ୍ଦ୍ର ପୂର୍ବ ଉପକୂଳରେ ଏହି ସୁବିଧା ଆର୍ଥିକ ବର୍ଷ 21 ରେ କାର୍ଗୋ ପରିଚାଳନାରେ 1.65 ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ କରିଛି । ଏହି ବନ୍ଦର ଆର୍ଥିକ ବର୍ଷ 2019-20ରେ 11 କୋଟି 26.8 ଲକ୍ଷ ଟନ କାର୍ଗୋର ପରିବହନ ସମ୍ଭାଳିଥିଲା ।
କୁମାର କହିଛନ୍ତି କି ପାରାଦ୍ବୀପ ବନ୍ଦରରେ ରହିଥିବା ଭିତ୍ତିଭୂମି ସଂରଞ୍ଚନାର ଆଧୁନିକରଣ କରିବା ପାଇଁ 2,000 କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ଚାଲିଛି । ଅଧିକାରୀଙ୍କ ଅନୁସାରେ କେନ୍ଦ୍ର ପ୍ରତିବର୍ଷ 2.5 କୋଟି ଟନ କ୍ଷମତା ବିଶିଷ୍ଠ western dockର ବିକାଶ ପାଇଁ 3,005 କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ।