ETV Bharat / city

ଖବରକାଗଜ ସଂଗ୍ରହ କରି ଓଡିଆ ପୁଅଙ୍କ ବିଶ୍ୱ ରେକର୍ଡ, ସାଇତିଛନ୍ତି ୧୦ହଜାରରୁ ଊର୍ଦ୍ଧ୍ୱ ପେପର

author img

By

Published : Jun 7, 2022, 8:18 PM IST

Updated : Jun 7, 2022, 8:33 PM IST

ଖବରକାଗଜ ସଂଗ୍ରହ କରି ବିଶ୍ୱ ରେକର୍ଡ କଲେ ଓଡିଆ ପୁଅ ଶଶାଙ୍କ ଶେଖର ଦାସ । ପୁରୁଣା ଦିନର ଖବରକାଗଜ ସଂଗ୍ରହ କରିବା ତାଙ୍କର ନିଶା । ଅଧିକ ପଢନ୍ତୁ

ଖବରକାଗଜ ସଂଗ୍ରହ କରି ଓଡିଆ ପୁଅଙ୍କ ବିଶ୍ୱ ରେକର୍ଡ

ଭୁବନେଶ୍ବର: ଓଡିଶାର ପେପରମ୍ୟାନ ଶଶାଙ୍କ ଶେଖର ଦାସ । ପୁରୁଣା ଦିନର ଖବରକାଗଜ ସଂଗ୍ରହ କରିବା ତାଙ୍କର ପେଶା । କେବଳ ଓଡ଼ିଶା ନୁହେଁ, ସମଗ୍ର ବିଶ୍ବର ଛୋଟ ଠାରୁ ବଡ଼ ବଡ଼ ଖବରକାଗଜ ସଂଗ୍ରହ କରି ତାକୁ ସାଇତି ରଖିବା ଶଶାଙ୍କକ ସଉକ । ଆଉ ଏହି ସଉକ ପାଇଁ ଆଜି ସେ ବିଶ୍ବ ରେକର୍ଡ କରିପାରିଛନ୍ତି ଏବଂ ଏହା ତାଙ୍କୁ ‘ପେପରମ୍ୟାନ୍ ଇଣ୍ଡିଆ’ ଭାବେ ସ୍ବତନ୍ତ୍ର ପରିଚୟ ଦେଇଛି । ବିଶ୍ବ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସରେ ଖବରକାଗଜ ସଂଗ୍ରହ କରି ଗିନିଜ୍ ରେକର୍ଡ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଶଶାଙ୍କ । ଏଥିସହ ସେ ନିଜ ସଉକକୁ ମ୍ୟୁଜିୟମରେ ସ୍ଥାନିତ କରିବାର ଲକ୍ଷ୍ୟ ରଖିଛନ୍ତି ।

ଭୁବନେଶ୍ବରର ବାସିନ୍ଦା ଶଶାଙ୍କ ନିକଟରେ ଇଟାଲୀର ସେରିଗୋ ବୋଦାନୀଙ୍କ ରେକର୍ଡ ଭାଙ୍ଗି ଗିନିଜ୍ ରେକର୍ଡ କରିଛନ୍ତି । ସେ 2000 ମସିହାରୁ ଖବରକାଗଜ ସଂଗ୍ରହ କରିବା ଆରମ୍ଭ କରିଥିଲେ । ପରେ ସେ ଅନ୍ୟ ଭାଷାର ଖବରକାଗଜ ଓ ଏହାପରେ ଭାରତର ବିଭିନ୍ନ ରାଜ୍ୟର ଖବରକାଗଜ ସଂଗ୍ରହ କରିଥିଲେ । ଏହାରି ଭିତରେ 5,100 ପ୍ରକାରର 10 ହଜାରରୁ ଅଧିକ ଖବରକାଗଜ ସଂଗ୍ରହ କରିସାରିଛନ୍ତି । ସେଥିମଧ୍ୟରୁ 153ଟି ଦେଶର 94 ଟି ଆଂଚଳିକ ଭାଷାର ଖବରକାଗଜ ରହିଛି । ଏପରି କରି ଶଶାଙ୍କ ତିନି ତିନିଥର ଲିମକା, ଥରେ ଇଣ୍ଡିଆ ବୁକ୍, ଥରେ କ୍ରେଡେନ୍ସ ବୁକ୍ ଓ ଥରେ ଓଏମଜି ରେକର୍ଡ ବୁକର ସାମିଲ୍ ହୋଇଛନ୍ତି ।

ସୋସିଆଲ ମିଡିଆ ଜରିଆରେ ବିଭିନ୍ନ ଦେଶର ଲୋକଙ୍କ ଠାରୁ ଏହି ଖବରକାଗଜ ସଂଗ୍ରହ କରିବାରେ ଲାଗିଛନ୍ତି ଶଶାଙ୍କ । ଏହାକୁ ନେଇ ପେପରମ୍ୟାନ ଶଶାଙ୍କ ଶେଖର କହିଛନ୍ତି ଯେ, ''ପ୍ରଥମେ ସାମ୍ବାଦିକତା କରୁଥିଲି । ସେହି ସମୟରେ ଏକ ଛୋଟ ପେପରରେ କାମ କରିବାର ସୁଯୋଗ ପାଇଥିଲି । କିନ୍ତୁ ସେହି ସମୟରୁ ପେପର ସଂଗ୍ରହ କରିବା ଆରମ୍ଭ ହୋଇଥିଲା । ଆଜି ପର୍ଯ୍ୟନ୍ତ 10 ହଜାରରୁ ଅଧିକ ପେପର ସଂଗ୍ରହ କରିବାରେ ସଫଳତା ମିଳିଛି । ଏହି ଆୱାର୍ଡ ପାଇଁ ମୁଁ ବହୁତ ଖୁସି ।'' ସେ ଏହି ଆୱାର୍ଡ ରାଜ୍ୟପାଳଙ୍କ ଠାରୁ ଗ୍ରହଣ କରିଛନ୍ତି । ତେବେ ଶଶାଙ୍କ ଗ୍ରାମ ଯାଜପୁରରେ ଏକ ମ୍ୟୁଜିୟମ କରିଛନ୍ତି ମଧ୍ୟ । ଏହାକୁ ଅଧିକରୁ ଅଧିକ ବଡ କରିବା ଲକ୍ଷ୍ୟ ରଖିଥିବା ବେଳେ ସରକାର ଏଥିପ୍ରତି ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jun 7, 2022, 8:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.