ଭୁବନେଶ୍ବର: ସାରା ବିଶ୍ୱରେ କରୋନା ମହାମାରୀ ଦେଖାଯାଇଛି। ଏହାର ପ୍ରଭାବ ସମସ୍ତଙ୍କ ଉପରେ ପଡିଛି। ଅଧିକ ପଡିଛି କିଶୋରୀ ବାଳିକାଙ୍କ ଉପରେ। ମହାମାରୀ ସମୟରେ ଦାରିଦ୍ର୍ୟତାକୁ ଦୃଷ୍ଟିରେ ରଖି ଏହି କିଶୋରୀ ବାଳିକାମାନେ ଅଧିକ ମାତ୍ରାରେ ଅବହେଳିତ ହୋଇଛନ୍ତି। ମହାମାରୀ ସମୟରେ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଅନେକଙ୍କର ପାଠ ପଢ଼ାରେ ବନ୍ଧା ପଡିଛି। ଆର୍ଥିକ ଅନଟନକୁ ଦୃଷ୍ଟିରେ ରଖି ବାଳିକା ପିଲାମାନେ ଘର କାମରେ ଲଗାଇବା, ପୋଷାକ ଧୋଇବା, ବାସନ ସଫା କରିବା ସହ ଭାଇ ଭଉଣୀଙ୍କୁ ଯତ୍ନ ନେବା ଭଳି କାର୍ଯ୍ୟରେ ନିୟୋଜିତ ରହିଲେ।
ଏହାର କାରଣ ମହାମାରୀ ସମୟରେ ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିଲା। ଅନଲାଇନ କ୍ଳାସ ସହ ସମସ୍ତେ ପାଠ ପଢିବା ସମ୍ଭବପର ହେଲାନାହିଁ। ସୀମିତ ସମ୍ବଳ ଥିବା ଏକ ଛୋଟ ପରିବାରରେ ଝିଅ ଅପେକ୍ଷା ପୁଅଙ୍କ ଅଧିକ ଶିକ୍ଷା ଓ ଅନ୍ୟ କ୍ଷେତ୍ରରେ ଅଧିକ ଅଗ୍ରାଧିକାର ଦିଆଯାଇଛି। ତେଣୁ ଅନଲାଇନ ଶିକ୍ଷା ପାଇଁ ଇଣ୍ଟରନେଟ କିମ୍ବା ମୋବାଇଲ ଧରିବାରେ ଅନେକ ମାମଲାରେ ଝିଅଙ୍କର ପ୍ରାଥମିକତା ନଥିବା ଦେଖାଯାଇଛି। ଅନ୍ୟପଟେ ଦେଖାଯାଇଛି ସ୍କୁଲ ଓ କଲେଜ ରେ ପୁଅ ମାନଙ୍କ ଅପେକ୍ଷା ଝିଅମାନେ ଅଧିକମାତ୍ରାରେ ନମ୍ବର ରଖି ସଫଳ ହୋଇଥାନ୍ତି। ଯାହା ଝିଅମାନେ ଦେଶରେ ସବୁ କ୍ଷେତ୍ରରେ ପ୍ରଥମ ରହିଥାନ୍ତି। ହେଲେ ଏହି କରୋନା ମହାମାରୀ ପାଇଁ ଅନେକ କ୍ଷତ୍ରରେ ପ୍ରଭାବିତ ହୋଇଛନ୍ତି କିଶୋରୀ ବାଳିକାମାନେ।
ଏହାକୁ ନେଇ ଶିଶୁ ସୁରକ୍ଷା ଅଧିକାର ଆୟୋଗ ସଂଧ୍ୟାବତୀ ପ୍ରଧାନ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଅନେକ ପିଲା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କିଶୋରୀ ବାଳିକା ମନେ ଅନେକ କ୍ଷେତ୍ରରେ ସମ୍ମୁଖୀନ ହୋଇଛନ୍ତି। ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଶିଶୁଙ୍କ ବିବାହ ମଧ୍ୟ ବୃଦ୍ଧି ଘଟିଛି। ସେମାନଙ୍କର ମାନସିକ ସ୍ଥିତି ମଧ୍ୟ ଭଲ ନଥିଲା। ମହାମାରୀ ସମୟରେ ଅନେକ କ୍ଷେତ୍ରରେ ବାଲିକାମାନେ ଅବହେଳିତ ହୋଇଛନ୍ତି।
ଉଭୟ ସହର ଓ ଗ୍ରାମାଞ୍ଚଳରେ ଅବହେଳିତ ହୋଇଛନ୍ତି। ଏହାକୁ ନେଇ କମିଶନ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ପ୍ରତି ମାସରେ ରିଭ୍ୟୁ କରିବେ ପଞ୍ଚାୟତ ଓ ବ୍ଲକ ସ୍ତରରେ କରାଯିବ । କିଭଳି ଭାବରେ ଶିଶୁ ବିବାହ ବନ୍ଦ କରାଯିବ। ସେନେଇ ବିଭାଗ ଉଚିତ ପଦକ୍ଷପ ନେଇଛନ୍ତି। ଆଗାମୀ ଦିନରେ ମଧ୍ୟ ପିଲାଙ୍କ ପାଇଁ WCD ବିଭାଗ ଅନେକ ପଦକ୍ଷପ ପାଇଁ ଯୋଜନା ପ୍ରସ୍ତୁତ କରିଛି।
ଅନ୍ୟପଟେ ଶିଶୁ ଏକ୍ସପୋର୍ଟ ରଞ୍ଜନ ମହାନ୍ତି କହିଛନ୍ତି ଯେ ବିଭିନ୍ନ ପ୍ରକାରର ଯୌନ ହିଂସା ଘରୋଇ ହିଂସା ପରିବାର ଧୀରେ ଧୀରେ ଦ୍ଵନ୍ଦ ହଟୁଥିବା ବେଳେ ସମ୍ପୂର୍ଣ୍ଣ ଭାବରେ କମି ନାହିଁ। ଝିଅ ଅପେକ୍ଷା ପୁଅଙ୍କ ଅଧିକ ଅଗ୍ରାଧିକାର ଦିଆଯାଉଛି। ଏହି ଘଟଣା କୁ ନେଇ ପରିବାରର ବୁଝିବାର ଅଛି ଯାହା ଝିଅଟିର କ୍ଷୀତି ଘଟୁଛି। ସେମାନଙ୍କର ଭବିଷ୍ୟତ ଅନ୍ଧାରରେ ରହୁଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ