ETV Bharat / city

ନିର୍ବାଚନ କମିଶନଙ୍କୁ ସଂରକ୍ଷଣ ରିପୋର୍ଟ ଦେଲା ପଞ୍ଚାୟତିରାଜ ବିଭାଗ - ରାଜ୍ୟ ନିର୍ବାଚନ କମିଶନଙ୍କୁ ସଂରକ୍ଷଣ ତାଲିକା ହସ୍ତାନ୍ତର

ପଞ୍ଚାୟତ ଭୋଟ୍‌ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡାନ୍ତ ତାଲିକା ହସ୍ତାନ୍ତର କରିଛି ପଞ୍ଚାୟତିରାଜ ବିଭାଗ । ସମସ୍ତ ଅଭିଯୋଗର ଶୁଣାଣି କରି ଚୂଡାନ୍ତ ତାଲିକା ହସ୍ତାନ୍ତର କରିଛି ବିଭାଗ । ଅଧିକ ପଢ଼ନ୍ତୁ...

ରାଜ୍ୟ ନିର୍ବାଚନ କମିଶନଙ୍କୁ ପଞ୍ଚାୟତିରାଜ ବିଭାଗର ସଂରକ୍ଷଣ ତାଲିକା ହସ୍ତାନ୍ତର

author img

By

Published : Nov 5, 2021, 7:39 PM IST

ଭୁବନେଶ୍ବର: ଆସନ୍ତା ବର୍ଷ ଫେବ୍ରୁଆରୀ ମାସରେ ପଞ୍ଚାୟତ ନିର୍ବାଚନ ନେଇ ଏକ ପ୍ରକାର ନିଷ୍ପତ୍ତି ହୋଇସାରିଛି । ୫ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ଫଳ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ । ତେବେ କେଉଁ ତାରିଖରେ ଭୋଟ୍‌ ହେବ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ନିର୍ବାଚନ କମିଶନ । ସରପଞ୍ଚ ଓ ପଞ୍ଚାୟତ ସମତି ପଦବୀ ପାଇଁ ସଂରକ୍ଷଣ ଚୂଡ଼ାନ୍ତ ତାଲିକା ଜିଲ୍ଲାପାଳମାନେ ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରିଛନ୍ତି । ସମସ୍ତ ଅଭିଯୋଗର ଶୁଣାଣି କରି ଚୂଡାନ୍ତ ତାଲିକା ହସ୍ତାନ୍ତର କରିଛି ବିଭାଗ ।

ସେହିଭଳି ଜିଲ୍ଲା ପରିଷଦ ପଦବୀ ପାଇଁ ଚୂଡ଼ାନ୍ତ ତାଲିକା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରାଯାଇଛି । ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ଶେଷ ହେବ । ତେଣୁ ନିୟମ ଅନୁସାରେ ତା’ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଶେଷ ହୋଇଛି । ୱାର୍ଡମେମ୍ବର, ସରପଞ୍ଚ, ସମତିସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶନ ସହ ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରାଯାଇଛି ।

ସେହିଭଳି ଜିଲ୍ଲା ପରିଷଦ ସଭ୍ୟ ବା ସଭ୍ୟା ପଦବୀର ସଂରକ୍ଷଣ ଚିଠା ତାଲିକା ସରକାରୀ ଅନୁମୋଦନ ପରେ ତାଲିକା କମିଶନଙ୍କ ନିକଟରେ ଦାଖଲ କରାଯାଇଛି । ପଞ୍ଚାୟତ ନିର୍ବାଚନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂରକ୍ଷଣ 50 ପ୍ରତିଶତରୁ ଅଧିକ ଡେଇଁବନି । ଗତ ୪ଟି ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାକୁ ଆଖିଆଗରେ ରଖି ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ରୋଟେସନ ପଦ୍ଧତିରେ ସଂରକ୍ଷଣ ତାଲିକା ପ୍ରସ୍ତୁତ କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.