ETV Bharat / city

ଫନି କ୍ଷତିଗ୍ରସ୍ତ ଘରର ଯାଞ୍ଚ ପାଇଁ ପଞ୍ଚାୟତିରାଜ ବିଭାଗର ଚିଠି

author img

By

Published : Jul 30, 2019, 12:20 PM IST

ଫନିରେ କ୍ଷତିଗ୍ରସ୍ତ ଘରର ଯାଞ୍ଚ ହେବା ନେଇ ଗଠିତ ହେବ କମିଟି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର 3.89 ଲକ୍ଷ ଘର ପ୍ରଦାନ କରିଥିବା ବେଳେ ଯାଞ୍ଚ ପ୍ରକ୍ରିୟା ଶେଷ ହେଲେ କ୍ଷତିଗ୍ରସ୍ତ ଲୋକଙ୍କୁ ଘର ଯୋଗାଇ ଦିଆଯିବ । ଏନେଇ ସମସ୍ତ ଜିଲ୍ଲାପାଳ ଓ ପିଡିଡିଆରଡିଏଙ୍କୁ ଚିଠି ଲେଖିଛି ପଞ୍ଚାୟତିରାଜ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଫନି ପରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା ଅନେକ ଲୋକଙ୍କ ମୁଣ୍ଡ ଗୁଞ୍ଜିବାକୁ ଥିବା ଘର । ତେବେ ଏହି ସାମୁଦ୍ରିକ ଝଡ ଫଳରେ କ୍ଷତିଗ୍ରସ୍ତ ହୋଇଥିବା ଘରର ଯାଞ୍ଚ ପାଇଁ ମୋଡାଲିଟିଜ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଏନେଇ ଜିଲ୍ଲାପାଳ ଓ ପିଡ଼ି ଡିଆରଡିଏଙ୍କୁ ଚିଠି ଲେଖିଛି ପଞ୍ଚାୟତିରାଜ ବିଭାଗ।

ଏନେଇ ପଞ୍ଚାୟତ ସ୍ତରରେ ଟିମ ଗଠନ କରାଯାଇ ଯାଞ୍ଚ ହେବ। ଯାଞ୍ଚ ପକ୍ରିୟାର ଭିଡ଼ିଓ ନିର୍ଦ୍ଦିଷ୍ଟ ସମୟ ଭିତରେ ସାରିବାକୁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ପ୍ରସ୍ତୁତ ହୋଇଥିବା ତାଲିକାକୁ ଯାଞ୍ଚ କରିବ ଏହି କମିଟି । କେନ୍ଦ୍ର ସରକାର ଫନି ପାଇଁ 3.89 ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଦାନ କରିଛନ୍ତି । ଅଗଷ୍ଟ 25 ତାରିଖ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି ।

ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ କ୍ଷତିଗ୍ରସ୍ତ ହୋଇଥିବା ଘରଗୁଡିକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ମାନ ପ୍ରଦାନ କରାଯିବା ନେଇ ଏପରି ପଦକ୍ଷେପ ନିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଫନି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଘର ଯାଞ୍ଚ ପାଇଁ ମୋଡାଲିଟିଜ ଧାର୍ଯ୍ୟ କଲେ ରାଜ୍ୟ ସରକାର। ଜିଲ୍ଲାପାଳ ଓ ପିଡ଼ି ଡିଆରଡିଏଙ୍କୁ ଚିଠି ଲେଖିଛି ପଞ୍ଚାୟତିରାଜ ବିଭାଗ। ପଂଚାୟତ ସ୍ତରରେ ଟିମ ଗଠନ କରାଯାଇ ଯାଞ୍ଚ ହେବ। ଯାଞ୍ଚ ପକ୍ରିୟାର ଭିଡ଼ିଓ ନିର୍ଦ୍ଦିଷ୍ଟ ସମୟ ଭିତରେ ସାରିବାକୁ ବିଡ଼ିଓମାନଙ୍କୁ ନିଦ୍ଦେଶ ଦିଆଯାଇଛି। ପୂର୍ବ ତାଲିକା କୁ ଯାଞ୍ଚ କରିବ ଏହି କମିଟି। କେନ୍ଦ୍ର ସରକାର ଫନି ପାଇଁ 3.89 ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଦାନ କରିଛନ୍ତି।Body:25 ସୁଦ୍ଧା ଯାଂଚ ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.