ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟରେ ତ୍ରିମୁଖୀ ଲଢେଇ ହେବ । ନିର୍ବାଚନରେ ଶାସକ ଦଳ ନୁହେଁ କି କେହି ନୁହେଁ ସମସ୍ତଙ୍କୁ ଫଳାଫଳ ପାଇଁ କସରତ କରିବାକୁ ପଡିବ । ଲୋକଙ୍କ ଆସ୍ଥା ଜିତିବାକୁ ପଡିବ ।
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ଯୋଗୁଁ ଲୋକେ କଂଗ୍ରେସକୁ ଭୋଟ ଦେବେ। ଯେଉଁମାନେ ଜିତିଯାଇଛନ୍ତି କି ସବୁ ଭୋଟ ତାଙ୍କର କହୁଛନ୍ତି ସବୁ ବହାସ୍ପୋଟ । ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି ସଦସ୍ୟ । ନିର୍ବାଚନରେ ଡିଜିଟାଲ ପ୍ରଚାର ଠିକ ହୋଇଛି। ବିଭିନ୍ନ ରାଜନୈତିକ ଦଳ ଗୁଡିକ ଟଙ୍କା ବାଣ୍ଟି , ପ୍ରଲୋଭନ ଦେଖାଇ ଭୋଟ କିଣିବାକୁ ଯେଉଁ ମସୁଧା କରୁଥିଲେ ତାହା ସମ୍ଭବ ହେବ ନାହିଁ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ