ETV Bharat / city

ଫେବ୍ରୁଆରୀ ଦ୍ଵିତୀୟ ସପ୍ତାହରେ ପଞ୍ଚାୟତ ନିର୍ବାଚନ !

author img

By

Published : Oct 5, 2021, 7:17 PM IST

ଫେବ୍ରୁଆରୀ ଦ୍ଵିତୀୟ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ । 5ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଫଳ ପ୍ରକାଶ ପାଇବ । ଅଧିକ ପଢ଼ନ୍ତୁ...

ଫେବ୍ରୁଆରୀ ଦ୍ଵିତୀୟ ସପ୍ତାହରେ ପଞ୍ଚାୟତ ନିର୍ବାଚନ !
ଫେବ୍ରୁଆରୀ ଦ୍ଵିତୀୟ ସପ୍ତାହରେ ପଞ୍ଚାୟତ ନିର୍ବାଚନ !

ଭୁବେନେଶ୍ବର: ଫେବ୍ରୁଆରୀ ଦ୍ଵିତୀୟ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ । 5ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଫଳ ପ୍ରକାଶ ପାଇବ । ତେବେ କେଉଁ ତାରିଖରେ ନିର୍ବାଚନ ହେବ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ନିର୍ବାଚନ କମିଶନ । ଆସନ୍ତା କିଛିଦିନ ମଧ୍ୟରେ ପଞ୍ଚାୟତ ଓ ପଞ୍ଚାୟତ ସମତି ପଦବୀ ପାଇଁ ପ୍ରାଥମିକ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ । ଚଳିତ ମାସ ଶେଷ ଆଡ଼କୁ ଜାରି ହେବ ଚୂଡ଼ାନ୍ତ ତାଲିକା ।

ସେହିଭଳି ଜିଲ୍ଲା ପରିଷଦ ପଦବୀ ପାଇଁ ଆସନ୍ତା ସପ୍ତାହରେ ଚିଠା ସଂରକ୍ଷଣ ତାଲିକା ଓ ଶେଷ ସପ୍ତାହରେ ଚୂଡ଼ାନ୍ତ ତାଲିକା ପ୍ରକାଶିତ ହେବ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ତୃତୀୟ ସପ୍ତାହରେ ଚିଠା ଏବଂ ଶେଷ ସପ୍ତାହରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଏଥିପାଇଁ ପ୍ରସ୍ତୁତି କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଆସନ୍ତା ମାର୍ଚ୍ଚ 5 ତାରିଖରେ ଚଳିତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ଶେଷ ହେବ । ତେଣୁ ନିୟମ ଅନୁସାରେ ତା’ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସାରିବାକୁ ସରକାର ନୀତିଗତ ନିଷ୍ପତି ନେଇଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏଥିପାଇଁ ସରକାରୀ ପ୍ରସ୍ତୁତି ଜୋର ଧରିଛି । ଚଳିତ ମାସ ସୁଦ୍ଧା ସଂରକ୍ଷଣ ପ୍ରକ୍ରିୟା ଶେଷ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ତାଲିକା ହସ୍ତାନ୍ତର କରାଯିବ । ୱାର୍ଡମେମ୍ବର, ସରପଞ୍ଚ, ସମତିସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ପଦ ପାଇଁ 8 ତାରିଖରେ ଚିଠା ତାଲିକା ପ୍ରକାଶ ପରେ 16ରୁ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । 21 ସୁଦ୍ଧା ସଂରକ୍ଷଣ ନେଇ ଅଭିଯୋଗ ଉପରେ ଶୁଣାଣି ପରେ 26ରେ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶନ ସହ ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରାଯିବ । ସେହିଭଳି ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ପଦବୀର ସଂରକ୍ଷଣ ଚିଠା ତାଲିକା 8 ତାରିଖରେ ସର୍ବସାଧାରଣଙ୍କ ଅବଗତି ପାଇଁ ଜାରି ହେବ । ଏ ତାଲିକା ଉପରେ ସାଧାରଣରୁ 18 ତାରିଖରୁ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ 22 ସୁଦ୍ଧା ଜିଲ୍ଲାପାଳ ଶୁଣାଣି କରି ଫୈସଲା କରିବେ । 29 ତାରିଖରେ ସରକାରୀ ଅନୁମୋଦନ ପରେ 30 ତାରିଖରେ ଚୂଡ଼ାନ୍ତ ତାଲିକା କମିଶନଙ୍କ ନିକଟରେ ସରକାର ଦାଖଲ କରିବେ । ସେହିଭଳି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ପାଇଁ ଚଳିତ ମାସ 16ରେ ଚିଠା ତାଲିକା ଜାରି କରାଯିବ । 26ରେ ଚୁଡ଼ାନ୍ତ ତାଲିକା ପ୍ରକାଶନ ସହ 29 ସୁଦ୍ଧା ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ ।

ସଂରକ୍ଷଣକୁ ନେଇ ଆଶାୟୀ ଓ ବିରୋଧୀ ଏବେ ଚିନ୍ତାରେ ଅଛନ୍ତି । ସାଧାରଣ ବର୍ଗ, ପଛୁଆବର୍ଗ ନା ମହିଳା, ଅନୁସୂଚିତ ଜାତି ପାଇଁ ନା ଜନଜାତି ବର୍ଗ ପାଇଁ ରହିବ ସଂରକ୍ଷଣ? ସଂରକ୍ଷଣ ଯଦି ଅନୁକୂଳ ନହେଲା ଆଉ କାହାକୁ ଛିଡ଼ା କରାଇ ହେବ କି ? ମାଲାକାନଗିରିରୁ ମୟୂରଭଞ୍ଜ, କଟକରୁ କନ୍ଧମାଳ ସବୁଠି ଏବେ ଏହି ଚର୍ଚ୍ଚା । ସଂରକ୍ଷଣ ତାଲିକାରେ ଆଶାୟୀମାନେ ନିଜକୁ ସୁରକ୍ଷିତ ରଖିବାକୁ ଏବେ ଦିନରାତି ଏକ କରି ଦେଇଛନ୍ତି । ସବୁଠୁ ବେଶି ଶଙ୍କା 27% ଯାଏ ପଛୁଆବର୍ଗଙ୍କ ସଂରକ୍ଷଣକୁ ନେଇ । ଏହାକୁ କେମିତି ଓ କେଉଁ ଢାଞ୍ଚାରେ ଲାଗୁ କରାଯିବ ତାହା ଏଯାଏଁ ଅନେକ ପାଇଁ ଅବୁଝା ହୋଇ ରହିଛି । ତେଣୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପୂର୍ବରୁ ନିଜର ଲବିକୁ ଜୋରଦାର କରିଛନ୍ତି ବହୁ ଆଶାୟୀ ।

ପଞ୍ଚାୟତ ନିର୍ବାଚନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ସଂରକ୍ଷଣ 50 ପ୍ରତିଶତରୁ ଅଧିକ ଡେଇଁବନି । ଏଥିପାଇଁ ସରକାର ଆଇନରେ ସଂଶୋଧନ କରିବା ପରେ ଏବେ ଚିଠା ତାଲିକା ପାଇଁ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ଗତ 4ଟି ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାକୁ ଆଖି ଆଗରେ ରଖି ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ରୋଟେସନ ପଦ୍ଧତିରେ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅଧିକାଂଶ ସ୍ଥାନରେ ଗତ ଥରର ସଂରକ୍ଷଣ ତାଲିକାରେ ଏଥର ପୂରା ଓଲଟପାଲଟ ହୋଇପାରେ । ଫଳରେ ବହୁ ଲୋକ ପ୍ରତିନିଧି ନିଜ ପସନ୍ଦର ସ୍ଥାନରୁ ଛିଡ଼ା ହେବାରେ ପ୍ରତିବନ୍ଧକ ସୃଷ୍ଟି ହେବାର ଆଶଙ୍କା ରହିଛି । ଅଧିକାଂଶ ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମଧ୍ୟ ନୂଆ ସଂରକ୍ଷଣରେ ସାନି ପଦ ପାଇବାର ରାସ୍ତା ବନ୍ଦ ହୋଇଯିବା ଅନୁମାନ କରୁଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.