ETV Bharat / city

ପଞ୍ଚାୟତ ନିର୍ବାଚନ, ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା - ରାଜ୍ୟ ନିର୍ବାଚନ ଆୟୋଗ

ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ରାଜ୍ୟ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଗୁରୁତ୍ବ ଦେଇଛନ୍ତି । 1 ନଭେମ୍ବର 2021 ସୁଦ୍ଧା 18 ବର୍ଷ ପୂରଣ ହୋଇଥିବା ସମସ୍ତଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯିବ । ଅଧିକ ପଢନ୍ତୁ...

ପଞ୍ଚାୟତ ନିର୍ବାଚନ
ପଞ୍ଚାୟତ ନିର୍ବାଚନ
author img

By

Published : Nov 8, 2021, 11:17 AM IST

Updated : Nov 8, 2021, 3:51 PM IST

ଭୁବନେଶ୍ବର: ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ରାଜ୍ୟ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଗୁରୁତ୍ବ ଦେଇଛନ୍ତି । 1 ନଭେମ୍ବର 2021 ସୁଦ୍ଧା 18 ବର୍ଷ ପୂରଣ ହୋଇଥିବା ସମସ୍ତଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।

ପଞ୍ଚାୟତ ନିର୍ବାଚନ, ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

ୱାର୍ଡ ୱାଇଜ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ତାରିଖ ଘୋଷଣା ହୋଇଛି । କେନ୍ଦ୍ର ନିର୍ବାଚନ ଆୟୋଗ ଭୋଟର ତାଲିକା ଆଧାରରେ ଭୋଟର ତାଲିକା ପ୍ରସ୍ତୁତ ହେବ । ପ୍ରାଥମିକ ଭୋଟର ତାଲିକା ୧୬.୧୧ ୨୦୨୧ରୁ ୨୩.୧୧. ୨୦୨୧ ଯାଏଁ ଗ୍ରାମପଞ୍ଚାୟତ ହେଡକ୍ବାର୍ଟସରେ ପ୍ରକାଶିତ କରାଯିବ । ଏହି ସମୟରେ ଯେଉଁମାନଙ୍କର ଦାବି ବା ଆପତ୍ତି ଥିବ ସେମାନେ ପଞ୍ଚାୟତ ସ୍ତରରେ ଥିବା ଅଧିକାରୀଙ୍କୁ ଜଣାଇବେ । ଦୁଇଟି ଫର୍ମରେ ଆପତ୍ତି ଜଣାଇପାରିବେ । ଫର୍ମ 16 ଓ 17 ଜରିଆରେ ଆପତ୍ତି ଜଣାଇପାରିବେ । ନୂଆ ଭୋଟର ତାଲିକା ପାଇଁ ଫର୍ମ ୧୬ ଓ ଆପତ୍ତି ଥିଲେ ଫର୍ମ ୧୭ ଦ୍ବାରା ଜଣାଇପାରିବେ ।

ଏହା ପରେ ସମସ୍ତ ଦାବି ଓ ଆପତ୍ତିକୁ ERO(ଇଲେକଟ୍ରୋରାଲ ରେଜିଷ୍ଟ୍ରାର ଅଫିସର) ଶୁଣି ତଦନ୍ତ କରିବେ । 24 ରୁ 26 ନଭେମ୍ବର ମଧ୍ୟରେ ସମ୍ପୃକ୍ତ ଅଧିକାରୀ ଏହାର ଫଇସଲା କରିବେ । ଚିଠା ଭୋଟର ତାଲିକାକୁ ନେଇ ଯେଉଁମାନେ ଅସନ୍ତୋଷ ପ୍ରକାଶ କରିବେ ସେମାନେ 29 ରୁ 30 ନଭେମ୍ବର ମଧ୍ୟରେ ବିଡ଼ିଓ ପାଖରେ ଦରଖାସ୍ତ ଆବେଦନ କରିବେ । 1 ଡିସେମ୍ବର ରୁ 2 ଭିତରେ ବିଡ଼ିଓ ଏହି ଅଭିଯୋଗର ଫଇସଲା କରିବେ । 4 ଡିସେମ୍ବରରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । 6 ଡିସେମ୍ବର ଚୂଡାନ୍ତ ଭୋଟର ତାଲିକା କମିଶନଙ୍କ ନିକଟରେ ଦାଖଲ ହେବ । 14 ତାରିଖ ସୁଦ୍ଧା ଚୂଡାନ୍ତ ଭୋଟର ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଆସିବ । ରେମୁଣାରେ ନୂଆ NAC ପ୍ରତିଷ୍ଠା କରାଯିବ । ତେଣୁ ବାଲେଶ୍ଵର ଜିଲ୍ଲା ବ୍ୟତୀତ ଅନ୍ୟ 29 ଟି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କରାଯିବ । ୧୫ ତାରିଖ ପରେ ବାଲେଶ୍ବରରେ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

Last Updated : Nov 8, 2021, 3:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.