ETV Bharat / city

ଓଡିଶା ସରକାରଙ୍କ ବିଫଳତା ଗୀତଗାଇ ପ୍ରଚାର କରିବ ବିଜେପି, ପ୍ରସ୍ତୁତ ଭିଡିଓ

author img

By

Published : Jan 31, 2022, 7:37 PM IST

ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ପୋଷ୍ଟର, ଭିଡିଓ ଏବଂ ଗୀତ ଉନ୍ମୋଚନ କରିଛି ବିଜେପି । ଗାଁରେ ଗଢିବ ବିଜେପି ସରକାର ଏହି ନାରା ନେଇ ବିଜେପି ପ୍ରସ୍ତୁତି କରି ପ୍ରଚାର ଅଭିଯାନ । ଅଧିକ ପଢନ୍ତୁ

panchayat-election
ଓଡିଶା ସରକାରଙ୍କ 22 ବର୍ଷ ଶାସନର ବିଫଳତାକୁ ନେଇ ଭିଡିଓ ପ୍ରସ୍ତୁତ କରିଛି ବିଜେପି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ପୋଷ୍ଟର, ଭିଡିଓ ଏବଂ ଗୀତ ଉନ୍ମୋଚନ କରିଛି ବିଜେପି । ଗାଁରେ ଗଢିବ ବିଜେପି ସରକାର ଏହି ନାରା ନେଇ ବିଜେପି ପ୍ରସ୍ତୁତି କରି ପ୍ରଚାର ଅଭିଯାନ। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଡିଜିଟାଲ ପ୍ରଚାର କାର୍ଯ୍ୟକ୍ରମକୁ ଉନ୍ମୋଚନ କରାଯାଇଛି।

ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ହୋଇଛି ରାଜନୀତି। ପ୍ରଚାରରେ କମ୍ପୁଛି ମୈଦାନ। ଚଳିତ ପଞ୍ଚାୟତ ନିର୍ବାଚନରେ ଡିଜିଟାଲ ମିଡିଆ ମାଧ୍ୟମରେ ପ୍ରଚାର ବେଶ ଲୋକପ୍ରିୟ ହୋଇଛି । ଲୋକଙ୍କ ନିକଟକୁ ଜଡିତ ହେବା ସହ ଖୁବଶୀଘ୍ର ଲୋକଙ୍କ ପାଖକୁ ପହଞ୍ଚୁଛି ସୂଚନା । ତେବେ ସୋମବାର ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ପୋଷ୍ଟର, ଭିଡିଓ ଏବଂ ଗୀତ ଉନ୍ମୋଚନ କରିଛି ବିଜେପି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଉନ୍ମୋଚନ କରାଯାଇଛି । ମୋଦି ସରକାରଙ୍କ ସଫଳତାକୁ ନେଇ ଗୀତ ଓ ପୋଷ୍ଟର ପ୍ରସ୍ତୁତ କରାଯାଇଛି । ସେହିପରି ରାଜ୍ୟ ସରକାରଙ୍କ ବିଫଳତା ଉପରେ ମଧ୍ୟ ଗୀତ ତିଆରି କରିଛି ବିଜେପି ।

ଓଡିଶା ସରକାରଙ୍କ 22 ବର୍ଷ ଶାସନର ବିଫଳତାକୁ ନେଇ ଭିଡିଓ ପ୍ରସ୍ତୁତ ହୋଇଛି । ଯେଉଁଥିରେ ଆବାସ ଯୋଜନା ଏବଂ ଅନ୍ୟ କେନ୍ଦ୍ରୀୟ ଯୋଜନା ହଡପ, ମମିତା ମେହେର ହତ୍ୟା, ପରୀ ଭଳି ଘଟଣା ସାମ୍ନାକୁ ଆସିଛି । ଆମ ଗାଁ ଆମ ବିକାଶ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ, ବିଜୁ ପକ୍କା ଘର ଆଦି ଯୋଜନାର ବିଫଳତା କଥା ଭିଡିଓରେ ପ୍ରଦର୍ଶିତ କରାଯାଇଛି ।

ପଞ୍ଚାୟତ ନିର୍ବାଚନକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି, ବିଜେପି ଓ କଂଗ୍ରେସ ସୋସିଆଲ ମିଡିଆରେ ଦଳୀୟ ପ୍ରଚାର ପତ୍ର ସହ ଲୋକଙ୍କ ନିକଟକୁ ଜଡିତ ହେବା ପାଇଁ ଚଳାଇଛନ୍ତି ଅଭିଯାନ। ତେବେ ଆସନ୍ତା ଫେବୃଆରୀ ୧୬ ରୁ ଆରମ୍ଭ ହେବାକୁ ଥିବା ପଞ୍ଚାୟତ ମତଦାନରେ ଜନତା କାହା ଉପରେ ଆସ୍ଥା ପ୍ରକଟ କରୁଛନ୍ତି ତାହା ଫଳାଫଳ ପରେ ଜଣାପଡିବ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.