ETV Bharat / city

ବଦନାମର ଭୟ ନେଲା ପ୍ରାଣ: ସିକ୍ୟୁରିଟି ଗାର୍ଡ ମୃତ୍ୟୁ ମାମଲାର ଖୁଲାସା - security guard

ତିନିମାସ ପୂର୍ବେ ସାରଳା ମାର୍ବଲ ଦୋକାନରୁ ଚୋରି ହୋଇଥିଲା ଟାଇଲ ଓ ଗ୍ରାନାଇଡ । ଯାହା ପଛରେ ହାତ ଥିଲା ଗିରଫ ବୁବୁନାର । ସିକ୍ୟୁରିଟି ଗାର୍ଡ ଗଦାଧର ମାଧ୍ୟମରେ ମାର୍ବଲ ଚୋରି କରି 3ଟି ପର୍ଯାୟରେ ୪୭ ହଜାର ଟଙ୍କାରେ ବିକ୍ରି କରିଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 7, 2019, 12:07 AM IST

ଭୁବନେଶ୍ବର: ହତ୍ୟା ନୁହେଁ ବରଂ ଆତ୍ମହତ୍ୟା । ବଦନାମ ଭୟରେ ନିଜେ ନିଜକୁ ହତ୍ୟା । ବେକ ଓ ପେଟରେ ଛୁରୀ ଲଗାଇ ଆତ୍ମହତ୍ୟା । ବହୁ ଚର୍ଚ୍ଚିତ ମାର୍ବଲ ଦୋକାନ ସିକ୍ୟୁରିଟୀ ଗାର୍ଡ ମୃତ୍ୟୁ ମାମଲା ନେଇଛି ଏଭଳି ମୋଡ । ନିଜେ ଚୋର ବୋଲି ଖୁଲାସା ହେବାର ବଦନାମ ଭୟରେ ଆତ୍ମହତ୍ୟା କରିଛନ୍ତି ଗାର୍ଡ ଗଦାଧର ସ୍ବାଇଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କମିଶନରେଟ୍‌ ପୋଲିସ ଶେଷରେ ଏହି ଘଟଣାର ରହସ୍ୟ ଉନ୍ମୋଚନ କରିଛି । ଏହି ଘଟଣାରେ ଆତ୍ମହତ୍ୟା ପଛର କାରଣ ମାନସିକ ଚାପ ବୋଲି ପୋଲିସ ସୂଚନା ଦେଇଛି । ଏଥିପାଇଁ ଧାରା ୩୦୬ ଅନୁସାରେ ଗିରଫ ହୋଇଛି ମାର୍ବଲ ଦୋକାନର ପୂର୍ବତନ କର୍ମଚାରୀ ତଥା ସାଲେପୁର ମିର୍ଜାପୁରର ନିବାସୀ ବୁବୁନା ଓରଫ ଦିବାକର ଭୂୟାଁ । ଏହାସହ ଘଟଣାରେ ମାର୍ବଲ ଦୋକାନର ସିକ୍ୟୁରିଟୀ ଗାର୍ଡକୁ ମାନସିକ ଚାପ ପକାଉଥିବାର ପ୍ରମାଣ ପୋଲିସ ଖୋଜୁଛି । ପ୍ରମାଣ ମିଳିଲେ ଦୋକାନୀ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୂଚନା ରହିଛି ।

ତେବେ ଘଟଣାନୁଯାୟୀ ଗତ ୨୮ ତାରିଖ ରାତିରେ ବେକରେ ଓ ପେଟରେ ଛୁରୀ ଲଗାଇ ଆତ୍ମହତ୍ୟା କରିଥିଲେ ଗଦାଧର । ଗାମୁଛା ଲଗାଇ ଆତ୍ମହତ୍ୟା ପାଇଁ ଯୋଜନା କରିଥିଲେ ମଧ୍ୟ ତାହା କରିପାରିନଥିଲେ । ମୃତ୍ୟୁ ପରେ ଗାମୁଛା ଓ ଛୁରୀ ଜବତ କରିଥିଲା ପୋଲିସ । ବଡ କଥା ହେଉଛି ପ୍ରାରମ୍ଭରୁ ହତ୍ୟା ବୋଲି ତଦନ୍ତ କରୁଥିବା ପୋଲିସ ଗଦାଧର ମୃତଦେହ ନିକଟରୁ ଜବତ କରିଥିଲା ରକ୍ତଭିଜା ସୁଇସାଇଡ ନୋଟ୍‌ । ଏହା ଖୋଲିଥିଲା ଆତ୍ମହତ୍ୟା ଜନିତ ହତ୍ୟାକାଣ୍ଡର ରହସ୍ୟ ।

ତିନିମାସ ପୂର୍ବେ ସାରଳା ମାର୍ବଲ ଦୋକାନରୁ ଚୋରି ହୋଇଥିଲା ଟାଇଲ ଓ ଗ୍ରାନାଇଡ । ଯାହା ପଛରେ ହାତ ଥିଲା ଗିରଫ ବୁବୁନାର । ସିକ୍ୟୁରିଟୀ ଗାର୍ଡ ଗଦାଧର ମାଧ୍ୟମରେ ମାର୍ବଲ ଚୋରି କରି 3ଟି ପର୍ଯାୟରେ ୪୭ ହଜାର ଟଙ୍କାରେ ବିକ୍ରି କରିଥିଲା । ଏଥିପାଇଁ ଗଦାଧରକୁ ୨୨00 ଟଙ୍କା ମଧ୍ୟ ଦେଇଥିଲା ବୁବୁନା । ହେଲେ ମାର୍ବଲ ଚୋରି ହୋଇଥିବା ସନ୍ଦେହରେ ସିକ୍ୟୁରିଟୀ ଗାର୍ଡ ଗଦାଧରକୁ ଚାକିରୀରୁ ବାହାର କରିଦେବାର ଧମକ ଦେଇଥିଲେ ଦୋକାନ ମାଲିକ ।

ଅନ୍ୟପଟେ ପୁନର୍ବାର ଚୋରି କରିବାକୁ ଗଦାଧରକୁ ବାଧ୍ୟ କରିଥିଲା ବୁବୁନା । ନଚେତ ମାଲିକ ସାମ୍ନାରେ ସତ କହିଦେବ ବୋଲି ଧମକ ଦେଇଥିଲା । ଏନେଇ ମାନସିକ ଦୁଶ୍ଚିନ୍ତାରେ ଥିବା ଗଦାଧର ଉଭୟ ମାଲିକ ଓ ବୁବୁନାର ଚାପରେ ଶେଷରେ ଦୋକାନରେ ରହୁଥିବା ରୋଷେଇ ଘରେ ଆତ୍ମହତ୍ୟା କରିଥିଲେ । ଘଟଣାର ସାଇଣ୍ଟିଫିକ ପ୍ରମାଣ, ପୋଷ୍ଟ ମୋର୍ଟମ ରିପୋର୍ଟ, ବୁବୁନା ଓ ଗଦାଧର କଲ ରେକର୍ଡ ଏବଂ ସୁଇସାଇଡ ନୋଟ୍‌ର ହ୍ୟାଣ୍ଡରାଇଟ୍‌ ଭେରିଫାଏ ପରେ ଏହା ହତ୍ୟା ନୁହେଁ ବରଂ ଆତ୍ମହତ୍ୟା ବୋଲି ପୋଲିସ ସୂଚନା ଦେଇଛି । ଏହାସହ ବାଲିଅନ୍ତା ଥାନାର କେସ ନମ୍ବର ୮୨/୧୯କୁ କ୍ଲୋଜ କରିଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

awkdhoiqu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.