ETV Bharat / city

ଶହୀଦଙ୍କ ପାଇଁ ଅମରନାଥରୁ ରାମେଶ୍ବରମକୁ ପଦଯାତ୍ରା - ପୁଲୱାମା ଆତଙ୍କୀ ହମଲା

ଇଚ୍ଛାଶକ୍ତି ଆଗରେ ହାର ମାନଛି ଦୂରତାର କଷ୍ଟ । ଭାରତୀୟ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଅମରନାଥରୁ ରାମେଶ୍ବରମ ପର୍ଯ୍ୟନ୍ତ ଯାତ୍ରା କରୁଛନ୍ତି 35 ବର୍ଷର ଯୁବକ । ଅଧିକ ଖବର ପଢନ୍ତୁ...

ଶହୀଦଙ୍କ ପାଇଁ ଅମରନାଥରୁ ରାମେଶ୍ବରମକୁ ପଦଯାତ୍ରା

author img

By

Published : Dec 16, 2019, 3:06 PM IST

ଭୁବନେଶ୍ବର: ଇଚ୍ଛାଶକ୍ତି ଆଗରେ ହାର ମାନଛି ଦୂରତାର କଷ୍ଟ । ଭାରତୀୟ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଅମରନାଥରୁ ରାମେଶ୍ବରମ ପର୍ଯ୍ୟନ୍ତ ଯାତ୍ରା କରୁଛନ୍ତି 35 ବର୍ଷର ଯୁବକ । ନିଜର ଲକ୍ଷସ୍ଥଳରେ ଦୀର୍ଘ 201 ଦିନ ହେଲା ପଦଯାତ୍ରା କରୁଛନ୍ତି ।

2019 ଫେବୃଆରୀ ୧୪ ତାରିଖରେ ପୁଲୱାମା ଆତଙ୍କୀ ହମଲା ଭାରତକୁ ଦେଇଥିଲା ଏକ ଶକ୍ତ ଝଟକା । ପୁଲୱାମା ଆଟାକରେ ଶହୀଦ ହୋଇଥିଲେ ୪୦ ଯବାନ । ଏହି ଘଟଣାକୁ ନେଇ ସାରା ଦେଶ ଲୁହରେ ଭିଜିଥିବା ବେଳେ ଏକ 35 ବର୍ଷର ପୂଜାରୀ ଯୁବକ ଏକ ଅଭିନବ ଉପାୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅମରନାଥରୁ ରାମେଶ୍ବରମ ପର୍ଯ୍ୟନ୍ତ ପଦଯାତ୍ରା କରି ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଯୁବକ ଜଣଙ୍କ । ଯୁବକ ଜଣଙ୍କ ହେଲେ ରାହୁଲ ଶର୍ମା । ଘର ଉତ୍ତରପ୍ରଦେଶର ଏକ ଛୋଟିଆ ଗ୍ରାମରେ ।

ଶହୀଦଙ୍କ ପାଇଁ ଅମରନାଥରୁ ରାମେଶ୍ବରମକୁ ପଦଯାତ୍ରା

ପିଲାଟି ଦିନରୁ ଭାରତୀୟ ସେନା ବାହିନୀରେ ସାମିଲ ହେବାର ଇଚ୍ଛା ରହିଥିଲା । ହେଲେ ପିଲାଟି ବେଳୁ ବାପା ମାଆ ଅରପାରିକୁ ଚାଲିଗଲେ । ଛୋଟ ସମୟରୁ ଏକୁଟିଆ ରହିବା ପରେ ଜୀବନରେ କିଛି କରିବା ପାଇଁ ଆଗ୍ରହ ରଖିଲେ ରାହୁଲ । ଯାହା ଗୋଟେ ଦିନ ପରେ କିଛି ଲୋକ ଭୁଲିଯାନ୍ତି ହେଲେ ରାହୁଲ ତାହା 201 ଦିନ ହେଲା ମନେପକାଇ ଯାତ୍ରା କରୁଛନ୍ତି । ତାହା କେବଳ ଭାରତୀୟ ଶହୀଦ ବୀର ଯବାନଙ୍କ ପାଇଁ ।

ରାହୁଲ କହିଛନ୍ତି ଯେ, ପିଲାଟି ଦିନରୁ ଇଚ୍ଛା ଥିଲା ଦେଶ ପାଇଁ କିଛି କରିବାକୁ ହେଲେ ବାଧକ ସାଜିଥିଲା ବିଭିନ୍ନ ସମସ୍ୟା । ହେଲେ ନିଜେ ଦେଖିଥିବା ସ୍ବପ୍ନକୁ ହରାଇଥିଲେ ରାହୁଲ । ହେଲେ ଦେଶ ପାଇଁ ଲଢ଼ୁଥିବା ବୀର ଯବାନଙ୍କ ପାଇଁ କିଛି କରିବାର ଆଶା ମନରେ ରଖି ନିସ୍ବାର୍ଥପର ଭାବରେ ଅମରନାଥରୁ ରାମେଶ୍ବରମ ଯାଏଁ ପଦଯାତ୍ରା କରୁଛନ୍ତି ।

ଏନେଇ ଅମରନାଥରୁ ଯାତ୍ରା ଆରମ୍ଭ କରି ବୈଷ୍ଣୋ ଦେବୀ କାମାକ୍ଷା ଦେବୀ ଓ ତିରୁପତି ବାଲାଜୀ ହୋଇ ରାମେଶ୍ବରମରେ ପହଞ୍ଚିବାର କାର୍ଯ୍ୟକ୍ରମ ରଖିଛନ୍ତି ରାହୁଲ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:ସହିଦଙ୍କ ପାଇଁ ଅମରନାଥରୁ ରାମେଶ୍ୱର ପଦଯାତ୍ରା।

ଇଛାଶକ୍ତି ଆଗରେ ହାର ମାନଛି ଦୂରତା। ଭାରତୀୟ ଯବାନ ଙ୍କ ସହିଦ ଉଦ୍ଧେଶ୍ୟରେ ଅମରନାଥରୁ ରାମେଶ୍ୱର ପର୍ଯ୍ୟନ୍ତ ଯାତ୍ରା କରୁଛନ୍ତି 35 ବର୍ଷର ଯୁବକ। ନିଜର ଲକ୍ଷ କ୍ଷେତରେ ଦୀର୍ଘ 201 ଦିନ ହେଲା ପଦଯାତ୍ରା ରେ ଚାଲୁଛନ୍ତି।

Body:

ଫେବୁୟାରୀ୧୪ ତାରିଖରେ ଅପରାହ୍ନ ରେ ଫୁଲୱାମା ଆତଙ୍କି ହମାଳାରେ ଭାରତକୁ ଦେଇଥିଲା ଏକ ଶକ୍ତ ଝଟକା। ଫୁଲୱାମା ଆତଙ୍କିରେ ସହିଦ ହୋଇଥିଲେ ୪୦ ଜଣ ଭାରତୀୟ ଯବାନ। ଏହି ଘଟଣାକୁ ନେଇ ସାରା ଦେଶ ଲୁହରେ ଭିଜିଥିବା ବେଳେ ଏକ 35 ବର୍ଷର ପୂଜାରୀ ଯୁବକ ଏକ ଅଭିନବ ଉପାୟରେ ଶ୍ରଦ୍ଧାଞ୍ଜଳି ଦେଇଛି। ଅମରନାଥରୁ ରାମେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା କରି ବୀଜ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଭାବରେ ଯାତ୍ରା କରୁଛନ୍ତି ଯୁବକ ଜଣଙ୍କ। ସେହି ନିଷ୍ଠାପର ଯୁବକ ଜଣଙ୍କ ହେଲେ ରାହୁଲ ଶର୍ମା,ଘର ଉତ୍ତରପ୍ରଦେଶର ଏକ ଛୋଟିଆ ଗ୍ରାମରେ।

ପିଲା ଟି ଦିନରୁ ଭାରତୀୟ ସେନା ବାହୀନ ରେ ଯିବାର ଇଛା ରହିଥିଲା ରାହୁଳଙ୍କର। ହେଲେ ପିଲା ଟି ବେଳୁ ବାପା ମା ଅରପାରିକୁ ଚାଲିଗଲେ। ଛୋଟ ସମୟରୁ ଏକେଲା ରହିବା ପରେ ଜୀବନରେ କିଛି କରିବା ପାଇଁ ଆଗ୍ରହ ରଖିଲେ ରାହୁଲ। ଯାହା ଗୋଟେ ଦିନ ପରେ କିଛି ଲୋକ ଭୁଲିଯାନ୍ତି ହେଲେ ରାହୁଲ ତାହା 201 ଦିନ ହେଲା ମନେପକାଇ ଯାତ୍ରା କରୁଛନ୍ତି । ତାହା କେବଳ ଭାରତୀୟ ସହିଦ ବିର ଯବାନଙ୍କ ପାଇଁ।
ରାହୁଲ କହିଛନ୍ତି ଯେ ପିଲାଟି ଦିନ ରୁ ଇଛା ଥିଲା ଦେଶ ପାଇଁ କିଛି କରିବାକୁ ହେଲେ ବାଧକ ସାଜିଥିଲା ବିଭିନ୍ନ ସମସ୍ୟା। ହେଲେ ନିଜେ ଦେଖିଥିବା ସ୍ୱପ୍ନକୁ ହରାଇଥିଲେ ରାହୁଲ। ହେଲେ ଦେଶ ପାଇଁ ଲଢ଼ୁଥିବା ବିର ଯବାନ ଙ୍କ ପାଇଁ କିଛି କରିବାର ଆଶା ଆଜି ତାଙ୍କୁ ନିସ୍ୱାର୍ଥପର ଭାବରେ ଅମରନାଥରୁ ରାମେଶ୍ୱର ପଦଯାତ୍ରା କରୁଛନ୍ତି ରାହୁଲ।
ଏନେଇ ଅମରନାଥ ରୁ ଯାତ୍ରା ଆରମ୍ଭ କରି ବୈଷ୍ଣବ ଦେବୀ କାମାକ୍ଷା ଦେବୀ ଓ ତିରୁପତି ବଳାଜି ହୋଇ ରାମେଶ୍ୱରରେ ପହଂଚିବାର କାର୍ଯ୍ୟକ୍ରମ ରଖିଛନ୍ତି ରାହୁଲ।

Byte- ରାହୁଲ ଶର୍ମା।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.