ETV Bharat / city

ଧାନ ସଂଗ୍ରହ ପଞ୍ଜୀକରଣ ଏପ୍ରିଲ ୧୦କୁ ବୃଦ୍ଧି

ରାଜ୍ୟରେ ରବି ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କ ନାମ ପଞ୍ଜିକରଣ ସମୟ ବୃଦ୍ଧି କରିଛନ୍ତି ସରକାର । ଏପ୍ରିଲ 7ରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ...

ଧାନ ସଂଗ୍ରହ ପଞ୍ଜୀକରଣ ଏପ୍ରିଲ ୧୦କୁ ବୃଦ୍ଧି
ଧାନ ସଂଗ୍ରହ ପଞ୍ଜୀକରଣ ଏପ୍ରିଲ ୧୦କୁ ବୃଦ୍ଧି
author img

By

Published : Apr 7, 2021, 10:21 PM IST

ଭୁବନେଶ୍ବର: ରାଜ୍ୟରେ ରବି ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କ ନାମ ପଞ୍ଜିକରଣ ସମୟ ବୃଦ୍ଧି କରିଛନ୍ତି ସରକାର । ଏପ୍ରିଲ 7ରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବୁଧବାର ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରବି ଧାନ ସଂଗ୍ରହ ହେଉଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି ।

ସେହିପରି ସୋସାଇଟି ଗୁଡ଼ିକରେ ଫର୍ମ ଡିଜିଟାଇଜେସନ୍‌ର ସମୟ ସୀମା ଏପ୍ରିଲ ୧୦ରୁ ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସଂପୃକ୍ତ ପ୍ୟାକ୍ସ, ଲ୍ୟାମ୍ପସ୍, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଏବଂ ପାଣି ପଞ୍ଚାୟତର କ୍ଷେତ୍ର କର୍ମଚାରୀଙ୍କ ଦ୍ଵାରା ନାମ ପଞ୍ଜୀକରଣ ସମୟ ସୀମା ବୃଦ୍ଧି ସମ୍ପର୍କିତ ସୂଚନା ଚାଷୀଙ୍କୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେପରି ଅଧିକ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିପାରିବେ ।

ଏଥିସହ ସୋସାଇଟିକୁ ନାମ ପଞ୍ଜିକରଣ ପାଇଁ ଆସୁଥିବା ଚାଷୀମାନଙ୍କୁ କୋଭିଡ୍–୧୯ ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୦-୨୧ ଖରିଫ ବିପଣନ ବର୍ଷରେ ବାଲେଶ୍ୱର, କଟକ, ଖୋର୍ଦ୍ଧା, ନୂଆପଡ଼ା, ବରଗଡ଼, ଯାଜପୁର, କୋରାପୁଟ, ପୁରୀ, ବଲାଙ୍ଗୀର, ଝାରସୁଗୁଡ଼ା, ମୟୂରଭଞ୍ଜ, ରାୟଗଡ଼ା, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନ ସଂଗ୍ରହ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.