ETV Bharat / city

ଲକ୍ଷେ 60 ହଜାର ଊର୍ଦ୍ଧ୍ବ ପାଣି ପଞ୍ଚାୟତ କର୍ମୀଙ୍କୁ ପ୍ରଶିକ୍ଷଣ ଦେଇଛି ୱାଲ୍ମୀ

author img

By

Published : Sep 18, 2022, 1:00 PM IST

Updated : Sep 18, 2022, 1:12 PM IST

ଜଳ ସଂପଦ ବିଭାଗ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କୃଷକମାନଙ୍କ ପାଇଁ ସୂଚନା ପ୍ରଦାନ ଓ ୱାଲ୍ମୀ ଜରିଆରେ ସେମାନଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା ସଂପର୍କରେ ଆଲେଖ୍ୟ ପାଣି ପଞ୍ଚାୟତ ସମାଚାର ପ୍ରଦାନ କରିଆସୁଛି । ଏହି ପତ୍ରିକା ଚାଷୀଭାଇମାନଙ୍କ ପାଖରେ ସୂଚନା ପହଞ୍ଚିବାର ପ୍ରମୁଖ ମାଧ୍ୟମ ହୋଇଛି । ଅଧିକ ପଢନ୍ତୁ

Etv Bharatୱାଲ୍ମୀ ଜରିଆରେ ପ୍ରଶିକ୍ଷଣ ନେଇଛନ୍ତି 1 ଲକ୍ଷ 60 ହଜାର କୃଷକ ତଥା ପାଣି ପଞ୍ଚାୟତ କର୍ମୀ

ଭୁବନେଶ୍ବର: ଜଳ ସଂପଦ ବିଭାଗ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କୃଷକମାନଙ୍କ ପାଇଁ ସୂଚନା ପ୍ରଦାନ ଓ ୱାଲ୍ମୀ ଜରିଆରେ ସେମାନଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା ସଂପର୍କରେ ଆଲେଖ୍ୟ ପାଣି ପଞ୍ଚାୟତ ସମାଚାର ପ୍ରଦାନ କରିଆସୁଛି । ଏହି ପତ୍ରିକା ଚାଷୀଭାଇମାନଙ୍କ ପାଖରେ ସୂଚନା ପହଞ୍ଚିବାର ପ୍ରମୁଖ ମାଧ୍ୟମ ହୋଇଛି । ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାରେ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରାକୁ କାର୍ଯ୍ୟକାରୀ କରାଯିବାରେ ତୃଣମୂଳସ୍ତରରେ ପହଁଚାଇବା ପାଣି ପଂଚାୟତ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ।

ୱାଲ୍ମୀ ଜରିଆରେ ପ୍ରଶିକ୍ଷଣ ନେଇଛନ୍ତି 1 ଲକ୍ଷ 60 ହଜାର କୃଷକ ତଥା ପାଣି ପଞ୍ଚାୟତ କର୍ମୀ

ଏହି ପରିପ୍ରେକ୍ଷୀରେ ଶନିବାର ଜଳସମ୍ପଦ ମନ୍ତ୍ରୀ, ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ଓ୍ୱାଲମୀ), ପ୍ରତାପନଗରୀ, କଟକ ଆନୁକୂଲ୍ୟରେ ପ୍ରକାଶିତ ପାଣି ପଞ୍ଚାୟତ ସମାଚାର ପତ୍ରିକାର ଶୁଭ ଉନ୍ମୋଚନ କରିଛନ୍ତି । ରାଜ୍ୟ ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ଏହି ପତ୍ରିକାର ଉନ୍ମୋଚନ କରିଛନ୍ତି । ଚଳିତ ପାଣି ପଂଚାୟତ ସମାଚାର ପତ୍ରରେ ବିଭିନ୍ନ ପାଣି ପଞ୍ଚାୟତର ସଫଳ କାହାଣୀ, କୃଷି ଓ ଜଳସେଚନ ସମ୍ବନ୍ଧୀୟ ସରକାରୀ ଯୋଜନା, ଜଳ ସମ୍ପଦ ବିଭାଗରେ 5-ଟି ଓ ମୋ ସରକାର କାର୍ଯ୍ୟାନ୍ୱୟନ ଆଦି ସଂପର୍କରେ ପ୍ରକାଶ ପାଇଛି ।

କାର୍ଯ୍ୟକ୍ରମରେ ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ କୃଷକମାନଙ୍କୁ ପ୍ରଶିକ୍ଷଣ ଜରିଆରେ ସେମାନଙ୍କର ଦକ୍ଷତା ବୃଦ୍ଧିରେ ପ୍ରମୁଖ ଯୋଗଦାନ ଦେଉଥିବା ଓ୍ୱାଲମୀ ଅନୁଷ୍ଠାନକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରୟାସ ଜାରି ରହିଥିବା ପ୍ରକାଶ କରିଛନ୍ତି । ଜଳ ସଂପଦ ବିଭାଗ ଏବଂ ଓ୍ୱାଲମୀ ସହଯୋଗରେ 2000 ମସିହାରୁ 20 ବର୍ଷ ଧରି ପ୍ରକାଶିତ ଏହି ସମାଚାର ପତ୍ର ରାଜ୍ୟରେ ପାଣି ପଞ୍ଚାୟତ ଯୋଜନାକୁ ଲୋକାଭିମୁଖୀ ତଥା ଦୀର୍ଘସ୍ଥାୟୀ କରିବା ଲକ୍ଷ୍ୟରେ ପ୍ରକାଶିତ ହେଉଥିବା ଓ୍ୱାଲମୀର ନିର୍ଦ୍ଦେଶକ ଇଂ. କୃଷ୍ଣଚନ୍ଦ୍ର ମହାନ୍ତି ପ୍ରକାଶ କରିଛନ୍ତି ।

ଓ୍ୱାଲ୍ମୀ ଜରିଆରେ ଅଦ୍ୟାବଧି 1ଲକ୍ଷ 60 ହଜାର କୃଷକ ତଥା ପାଣି ପଞ୍ଚାୟତ କର୍ମୀମାନେ ପ୍ରଶିକ୍ଷଣ ନେଇସାରିଛନ୍ତି । ପ୍ରତିବର୍ଷ ପ୍ରାୟ 20ରୁ 25 ହଜାର ପ୍ରଶିକ୍ଷାର୍ଥୀ ପ୍ରଶିକ୍ଷଣ ନେଉଥିବା ସଂପର୍କରେ ସେ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଭକ୍ତ ରଞ୍ଜନ ମହାନ୍ତିଙ୍କ ସମେତ ବିଭୀଗର ସମସ୍ତ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ ଏବଂ ଓ୍ୱାଲମୀର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 18, 2022, 1:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.