ETV Bharat / city

ଥମୁନି ବିବାଦ, ତେଜୁଛି ଓୟୁଏଟିରେ ଆନ୍ଦୋଳନ - ouat

କୃଷି ଅଧିକାରୀ ପଦବୀ ନେଇ ଉଦ୍ୟାନ କୃଷି ବିଭାଗର ଛାତ୍ରଛାତ୍ରୀ ଓ କୃଷି ବିଭାଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ତେଜିବାରେ ଲାଗିଛି ବିବାଦ ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ୱର
author img

By

Published : Jul 28, 2019, 1:08 AM IST

ଭୁବନେଶ୍ବର: ଦିନକୁ ଦିନ ବଢିବାରେ ଲାଗିଛି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଓୟୁଏଟିର ହଟି କଲଚର ଓ ଏଗ୍ରି କଲଚର ଛାତ୍ରଛାତ୍ରୀଙ୍କ ଭିତରେ ଚାଲିଛି ଛକାପଞ୍ଝାର ଖେଳ । କିଛିଦିନ ପୂର୍ବରୁ ଉଦ୍ୟାନ କୃଷି ବିଭାଗର ଛାତ୍ରଛାତ୍ରୀମାନେ ସହକାରୀ କୃଷି ଅଧିକାରୀ ପଦବୀ ନେଇ ସେମାନେ ଯୋଗ୍ୟ ବିବେଚିତ ବୋଲି କହି ଧାରଣାରେ ବସିଥିଲେ।

ଏହାକୁ ସରକାରୀ ସ୍ତରରେ ଓୟୁଏଟି ସ୍ବୀକୃତି ମଧ୍ୟ ଦେଇଥିଲା। ମାତ୍ର ଏହାକୁ ମାନିନଥିଲେ କୃଷି ବିଭାଗର ଛାତ୍ରଛାତ୍ରୀ । ଯାହାକୁ ବିରୋଧ କରି ଶନିବାର କୃଷି ବିଭାଗର ଛାତ୍ରଛାତ୍ରୀମାନେ ଆନ୍ଦୋଳନରେ ବସିଥିଲେ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ୱର

ସେମାନଙ୍କ କହିବା ଅନୁସାରେ, ଉଦ୍ୟାନ କୃଷି ମହାବିଦ୍ୟାଳୟରେ କୃଷି ପାଠ୍ୟକ୍ରମ ନଗନ୍ୟ, ତେଣୁ କିଭଳି ଉଦ୍ୟାନ ବିଭାଗର ଛାତ୍ରଛାତ୍ରୀ ସହକାରୀ କୃଷି ଅଧିକାରୀ ପଦବୀ ପାଇଁ ଯୋଗ୍ୟ ବୋଲି ପ୍ରଶ୍ନ ଉଠାଇଛନ୍ତି ।

ଅନ୍ୟପଟେ ସରକାର ଯଦି ଏ ବିଷୟରେ ଧ୍ୟାନ ନଦେଇ ଏହାର କିଛି ସମାଧାନ ନକରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତେଜିବ ବୋଲି କୃଷି ବିଭାଗର ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଥମୁନି ଓୟୁଏଟି ରେ ବିବାଦ, ଦିନ କୁ ଦିନ ବଢୁଛି ଛାତ୍ରଛାତ୍ରୀ ଙ୍କ ଆନ୍ଦେଳନBody:ଥମୁନି ଓୟୁଏଟି ରେ ବିବାଦ, ଦିନ କୁ ଦିନ ବଢୁଛି ଛାତ୍ରଛାତ୍ରୀ ଙ୍କ ଆନ୍ଦେଳନ, ଓୟୁଏଟି ର ହଟି କଲଚର ଓ ଏଗ୍ରୀ କଲଚର ଛାତ୍ରଛାତ୍ରୀ ଙ୍କ ଭିତରେ ଚାଲିଛି ଛକାପଞ୍ଝା ର ଖେଳ । କିଛି ଦିନ ପୂର୍ବ ରୁ ଉଦ୍ୟାନ କୃଷି ବିଭାଗ ଛାତ୍ରଛାତ୍ରି ସହକାରୀ କୃଷି ଅଧିକାରୀ ପଦବୀ ସାମାନେ ଯୋଗ୍ୟ ବିବେଚିତ ବୋଲି କହି ଧାରଣା ରେ ବସିଥିଲେ। ସରକାରୀ ସ୍ତର ରେ ଓୟୁଏଟି ସ୍ୱୀକୃତି ଦେଇଥିଲା। ଯାହାକୁ ବିରେଧ କରି ଆଜି କୃଷି ବି ବିଭାଗ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ ରେ ବସିଛନ୍ତି।
କୃଷି ବିଭାଗ ର ଛାତ୍ରଛାତ୍ରୀ ଙ୍କ କହିବା ଅନୁସାରେ ଉଦ୍ୟାନ କୃଷି ମହାବିଦ୍ୟାଳୟ ରେ କୃଷି ପାଠ୍ୟକ୍ରମ ନଗନ୍ୟ ,କିଭଳି ଉଦ୍ୟାନ ବିଭାଗ ର ଛାତ୍ରଛାତ୍ରୀ ସହକାରୀ କୃଷି ଅଧିକାରୀ ପଦବୀ ପାଇଁ ଯୋଗ୍ୟ। ଅନ୍ୟ ପଟେ ସରକାର ଯଦି ଏ ବିଷୟ ରେ ଧ୍ୟାନ ନ ଦେଇ ଏହାର କିଛି ସମାଧାନ ନ କରବେ ଆଗାମୀ ଦିନ ରେ ଆନ୍ଦୋଳନ ଆହୁରି ତେଜିବ ବୋଲି କୃଷି ବିଭାଗ ର ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.