ETV Bharat / city

ଦଶହରାରେ OTDCର ପିଠା ଅନ୍ ହ୍ୱିଲ୍ କାର୍ଯ୍ୟକ୍ରମ, ‘ନିମନ୍ତ୍ରଣ’ରେ ସ୍ପେଶାଲ ବ୍ୟଞ୍ଜନ

author img

By

Published : Oct 12, 2021, 6:57 PM IST

ଶାରଦୀୟ ଦୁର୍ଗା ପୂଜା ଅବସରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ଵାରା ରାଜ୍ୟର ବିଭିନ୍ନ ସହରରେ ପାରମ୍ପରିକ ସୁସ୍ବାଦୁ ଓଡ଼ିଆ ପିଠା ଯୋଗାଇ ଦିଆଯିବ । ଅଧିକ ପଢନ୍ତୁ...

OTDC's cake on wheels in Dussehra, special dishes at 'Nimantran'
ଦଶହରାରେ OTDCର ପିଠା ଅନ୍ ହ୍ୱିଲ୍ କାର୍ଯ୍ୟକ୍ରମ, ‘ନିମନ୍ତ୍ରଣ’ ରେ ସ୍ପେଶାଲ ବ୍ୟଞ୍ଜନ

ଭୁବନେଶ୍ବର: ପବିତ୍ର ଶାରଦୀୟ ଦୁର୍ଗା ପୂଜା ଅବସରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ଵାରା ରାଜ୍ୟର ବିଭିନ୍ନ ସହରରେ ପାରମ୍ପରିକ ସୁସ୍ବାଦୁ ଓଡ଼ିଆ ପିଠା ଯୋଗାଇ ଦିଆଯିବ । ଦଶହରା ପୂଜାକୁ ଦୃଷ୍ଟିରେ ରଖି ଆଜିଠୁ ଅର୍ଥାତ୍ ୧୨ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଏହି ପିଠା ରାଜଧାନୀ ଭୁବନେଶ୍ବର ସମେତ କଟକ, ସମ୍ବଲପୁରର ବିଭିନ୍ନ ସ୍ଥାନରେ କାଉଣ୍ଟର ଓ ‘ପିଠା ଅନ୍ ହ୍ବିଲ୍‌’ ମାଧ୍ୟମରେ ଉପଲବ୍ଧ ହେବ । ଓଟିଡିସି ପରିଚାଳିତ ‘ନିମନ୍ତ୍ରଣ’ ରେସ୍ତୋରାଁରେ ମଧ୍ୟ ଦଶହରା ପୂଜା ପାଇଁ ସ୍ପେଶାଲ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି ।

ଭୁବନେଶ୍ବରସ୍ଥିତ ପାନ୍ଥନିବାସ ପରିସରରେ ଏହି କାର୍ଯ୍ୟକ୍ରମକୁ OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଉଦ୍‌ଘାଟନ୍‌ କରିବା ସହ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇଛନ୍ତି । କୋଭିଡ୍ ଗାଇଡଲାଇନକୁ ମାନି ସମସ୍ତେ ଘରେ ରହି ଦୁର୍ଗା ପୂଜା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଦଶହରା ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ । ଘରେ ରହି କୋଭିଡ୍ ଗାଇଡଲାଇନ ମାନି ଏହି କୋରୋନା ରୂପକ ବିପଦକୁ ସମସ୍ତେ ମିଳିତ ଭାବେ ଦୂରେଇ ଦେଇପାରିବା । ପାନ୍ଥନିବାସ କର୍ମଚାରୀ ଓ ମିଶନ ଶକ୍ତିର ମହିଳାମାନଙ୍କ ଦ୍ବାରା ସମ୍ପୂର୍ଣ୍ଣ ହାଇଜେନିକ୍ ପକ୍ରିୟାରେ ହାତ ତିଆରି ପ୍ରସ୍ତୁତ ଏହି ଓଡ଼ିଆ ସୁସ୍ବାଦୁ ବିଭିନ୍ନ ପିଠା ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଲୋକମାନଙ୍କ ଦ୍ବାରା ଆଦୃତ ହେବା ନେଇ ଓଟିଡିସି ଅଧ୍ୟକ୍ଷା ଆଶାବ୍ୟକ୍ତ କରିଛନ୍ତି ।

କୋଭିଡ୍ ଗାଇଡଲାଇନ୍ ଓ କଟକଣା ଭିତରେ ଏହି ପିଠା ପ୍ରସ୍ତୁତ ସହ ଲୋକମାନଙ୍କ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି । ଓଟିଡିସି ଦ୍ବାରା ରଜ ମହୋତ୍ସବ ସମୟରେ ‘ପିଠା ଅନ୍ ହ୍ବିଲ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ପିଠା ବିକ୍ରିକୁ ଲୋକେ ବେଶ୍ ପସନ୍ଦ କରିଥିଲେ । ପିଠା ବିକ୍ରିର ସଫଳତା ଓ ଲୋକମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଓଟିଡିସି ପ୍ରଥମଥର ପାଇଁ ଦଶହରା ପୂଜାରେ ମଧ୍ୟ ପିଠା ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି । ଏହା କହିଛନ୍ତି, ଓଟିଡିସି ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ।

ଭୁବନେଶ୍ବର, କଟକ ଓ ସମ୍ବଲପୁର ପାନ୍ଥନିବାସ ସମେତ 'ନିମନ୍ତ୍ରଣ' ରେସ୍ତୋରାଁ, କଟକର ସିଲିଭରସିଟି ବୋଟ୍ କ୍ଲବରେ ସ୍ବତନ୍ତ୍ର କାଉଣ୍ଟରମାନ ଖୋଲାଯାଇ ଏହି ପିଠା ବିକ୍ରି ଆଜିଠୁ ଆରମ୍ଭ ହେବ । ପୂର୍ବାହ୍ନରେ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକ ଓ ଅପରାହ୍ନରେ ପଟିଆ ଛକଠାରେ ଏବଂ କଟକର ସିଲିଭରସିଟି ବୋଟ କ୍ଲବ ଓ ସିଡିଏ ଠାରେ ‘ପିଠା ଅନ୍ ହ୍ବିଲ’ ମାଧ୍ୟମରେ ମଧ୍ୟ ପିଠା ଯୋଗାଇ ଦିଆଯିବ ।

ସେହିପରି OTDC ଜେନେରାଲ ମ୍ୟାନେଜର ଶାନ୍ତନୁ ମହାନ୍ତି କହିଛନ୍ତି, ଚଳିତ ଦଶହରା ପୂଜାର ୪ଦିନ ଆରିସା ପିଠା, କାକରା, ଭଜା ମଣ୍ଡା, ସିଝା ମଣ୍ଡା, କ୍ଷୀରଗଜା, ଲବଙ୍ଗଲତା, ଛେନାପୋଡ଼, ପୋଡ଼ ପିଠା ପ୍ରସ୍ତୁତ କରି ବିକ୍ରି କରାଯିବ । OTDCର ନିଜସ୍ବ ରେସ୍ତୋରାଁ ‘ନିମନ୍ତ୍ରଣ’ରେ ମଧ୍ୟ ଦଶହରା ପାଇଁ ବିଭିନ୍ନ ପ୍ରକାରର ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ ହେଉଛି । ନିମନ୍ତ୍ରଣରେ ‘ପିଠା’ ମଧ୍ୟ ଉପଲବ୍ଧ ହେବ । ପିଠା ସହିତ ବୁଟ ଡାଲି ବରା ଓ ପାତାଳଘଣ୍ଟା ଚଟନୀ, ନିମନ୍ତ୍ରଣ ଚିକେନ କୋଫ୍ତା ପୋଡ଼ା, ନିମନ୍ତ୍ରଣ ମଶରୁମ୍ କୋଫ୍ତା ପୋଡ଼ା, ମଟନ କୋଫ୍ତା, ସୋରିଷ ବଟା ଫିସ୍ ଫିଙ୍ଗର, ପତ୍ର ପୋଡ଼ା ମଶରୁମ୍, ପ୍ରନ୍ ଛେଚା, ବାଲି ପ୍ରନ୍ , କାକରା-ଘୁଗୁନି, ପାମ୍ପଡି ଚାଟ୍ , ବରା- ଘୁଗୁନି, ଦହିବରା ଆଦି ସ୍ପେଶାଲ ବ୍ୟଞ୍ଜନ ଏସବୁ କାଉଣ୍ଟରରେ ଉପଲବ୍ଧ ହେବ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.