ETV Bharat / city

ଯୁକ୍ତଦୁଇ ନାମଲେଖା ପାଇଁ ହେଉ ପ୍ରବେଶିକା ପରୀକ୍ଷା: ଓଷ୍ଟା

author img

By

Published : Jun 29, 2021, 10:51 PM IST

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେଜଲ୍ଟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ପରୀକ୍ଷା ମୂଲ୍ୟାୟନର ଆଧାରକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ଦାବି କରିଛି ଓଷ୍ଟା । ଅଧିକ ପଢ଼ନ୍ତୁ..

ଯୁକ୍ତ ଦୁଇ ନାମ ଲେଖା ପାଇଁ ହେଉ ପ୍ରବେଶିକା ପରୀକ୍ଷା: ଓଷ୍ଟା

କଟକ/ଭୁବନେଶ୍ବର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେଜଲ୍ଟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ପରୀକ୍ଷା ମୂଲ୍ୟାୟନର ଆଧାରକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ଦାବି କରିଛି ଓଷ୍ଟା । ଖାଲି ସେତିକି ନୁହେଁ ଯୁକ୍ତଦୁଇ ନାମଲେଖା ପାଇଁ ଆଡମିଶନ ପାଇଁ ପ୍ରବେଶିକା ପରୀକ୍ଷା ଦାବି କରିଛି ଓଷ୍ଟା । ଏହାପୂର୍ବରୁ ମାଟ୍ରିକ ପରୀକ୍ଷା ବାତିଲ ସପକ୍ଷରେ ସଂଘ ନଥିଲା ।

କେଉଁ ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇଲା ତାହା ଜାଣିବାକୁ ଚାହିଁଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ପୁଣିଥରେ ପରୀକ୍ଷା ଦେବାକୁ ମାଧ୍ୟାମିକ ପରିଷଦ ସ୍ପଷ୍ଟ କରିଛି । ତେବେ ଉଭୟ ପରୀକ୍ଷାର ନମ୍ବର ମଧ୍ୟରୁ ସର୍ବାଧିକ ନମ୍ବରକୁ ଗ୍ରହଣ କରିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ରାଜ୍ୟସରକାର ଓ ମାଧ୍ୟମିକ ଶିକ୍ଷା ପରିଷଦକୁ ପ୍ରସ୍ତାବ ଦେଇଛି ।

ଗତ ଜୁନ ୨୫ ତାରିଖରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶିତ ହେଲା । ଚଳିତ ବର୍ଷ ପରୀକ୍ଷା ଫଳର ହାର ସର୍ବାଧିକ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ କମ ନମ୍ବର ଆସିଥିବା ଅଭିଯୋଗ ହୋଇଛି । ସରକାର ଓ ବୋର୍ଡ ପକ୍ଷରୁ ଶିକ୍ଷକମାନେ ମେଣ୍ଟରକୁ ସ୍କୁଲ ମାଧ୍ୟମରେ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ଓ ଦଶମ ଶ୍ରେଣୀର ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷା ଉତ୍ତର ନମ୍ବର ବୋର୍ଡ଼କୁ ପଠାଇଥିଲେ । ବୋର୍ଡ ପକ୍ଷରୁ ନବମ ଶ୍ରେଣୀ ପରୀକ୍ଷାର ୪୦ ଓ ଦଶମ ଶ୍ରେଣୀ ପରୀକ୍ଷାର ୬୦ ପ୍ରତିଶତ ନମ୍ବରକୁ ନେଇ ଫଳ ପ୍ରକାଶିତ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ବର୍ତ୍ତମାନର ପରୀକ୍ଷା ଫଳକୁ ହିସାବ କଲେ ବିଜ୍ଞପ୍ତି ସହିତ କୌଣସି ତାଳମେଳ ନଥିବା କଥା ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଅଭିଯୋଗ କରୁଛନ୍ତି । ବୋର୍ଡ ପକ୍ଷରୁ ଯାହା ସଫେଇ ଦିଆଯାଇଛି ତାହା ଶିକ୍ଷକ ଶିକ୍ଷାବିତ୍ ତଥା ଜନସାଧାରଣଙ୍କୁ ସନ୍ତୁଷ୍ଟ କରିପାରୁ ନାହିଁ । ଏହି ପରିସ୍ଥିତି ପରୀକ୍ଷାଫଳ ପ୍ରକାଶରେ ଯେଉଁ ଛାତ୍ରଛାତ୍ରୀ ସନ୍ତୁଷ୍ଟ ନାହାନ୍ତି ସେମାନଙ୍କୁ ପୁଣିଥରେ ପରୀକ୍ଷା ଦେବାପାଇଁ ସୁଯୋଗ ଦିଆଯାଉ ବୋଲି ଦାବି କରିଛି ଓଷ୍ଟା ।

ପରୀକ୍ଷା ପରେ ପିଲାମାନେ ନିର୍ଦ୍ଦିଷ୍ଟ ବିଷୟରେ ହାସଲ କରିଥିବା ଉଭୟ ନମ୍ବରକୁ ବିଶ୍ଲେଷଣ କରି ଅଧିକ ନମ୍ବରକୁ ସେହି ବିଷୟର ପ୍ରକୃତ ନମ୍ବର ରୁପେ ଗ୍ରହଣ କରାଯାଉ। ଏଥିସହିତ ଯୁକ୍ତ ଦୁଇ ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରତ୍ୟେକ ମହାବିଦ୍ୟାଳୟଙ୍କୁ ବିକଳ୍ପ ଭାବେ ପ୍ରବେଶିକା ପରୀକ୍ଷା ଆବଶ୍ୟକ । ଏହାପରେ ମେରିଟ୍‌ ଲିଷ୍ଟ ପ୍ରସ୍ତୁତ କରିବା ପାଇଁ ସୁଯୋଗ ଦେବାକୁ ଓଷ୍ଟା ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ ଓ ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.