ETV Bharat / city

ପରିବହନ ବ୍ୟବସ୍ଥାର ପ୍ରକୃତ ଚିତ୍ର, OSRTCର ୨୧୯ ବସ୍‍ ଅଚଳ

ରାଜ୍ୟରେ ପରିବହନ ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯାଉଥିବା ସରକାର ଡିଣ୍ଡିମ ପିଟୁଛନ୍ତି । ରାଜ୍ୟବାସୀଙ୍କ ଯାତାୟତ ସୁବିଧା ପାଇଁ ସରକାର ଓଏସଆରଟିସିର (Orissa State Road Transport Corporation) ବସ ଚଳାଚଳ ବ୍ୟବସ୍ଥା କରିଛନ୍ତି । କିନ୍ତୁ ପ୍ରକୃତ ତଥ୍ୟ ସରକାରଙ୍କ କଥାଠୁ କିଛି ଅଲଗା କହୁଛି । ଅଧିକ ପଢନ୍ତୁ

author img

By

Published : Jul 29, 2022, 8:12 AM IST

ପରିବହନ ବ୍ୟବସ୍ଥାର ପ୍ରକୃତ ଚିତ୍ର
ପରିବହନ ବ୍ୟବସ୍ଥାର ପ୍ରକୃତ ଚିତ୍ର

ଭୁବନେଶ୍ବର: ରାଜ୍ୟରେ ପରିବହନ ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯାଉଥିବା ସରକାର ଡିଣ୍ଡିମ ପିଟୁଛନ୍ତି । ରାଜ୍ୟବାସୀଙ୍କ ଯାତାୟତ ସୁବିଧା ପାଇଁ ସରକାର ଓଏସଆରଟିସିର (Orissa State Road Transport Corporation) ବସ ଚଳାଚଳ ବ୍ୟବସ୍ଥା କରିଛନ୍ତି । କିନ୍ତୁ ପ୍ରକୃତ ତଥ୍ୟ ସରକାରଙ୍କ କଥାଠୁ କିଛି ଅଲଗା କହୁଛି । ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି)ର ୩୭୮ଟି ବସ୍‍ ଚଳାଚଳ କରୁଥିବା ବେଳେ ୨୧୯ଟି ବସ୍‍ ଅଚଳ ହୋଇପଡିଛି । ଏହି ତଥ୍ୟ ହିଁ ପ୍ରମାଣ କରୁଛି ରାଜ୍ୟରେ ପରିବହନ ବ୍ୟବସ୍ଥା କେତେ ସଫଳ ହୋଇଛି ।

ବିଧାନସଭା ମୌସୁମୀ ଅଧିବେଶନରେ ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଓଏସଆରଟିସିର ୩୭୮ଟି ବସ୍‍ ୨୦୪ଟି ରୁଟ୍‌ରେ ଚଳାଚଳ କରୁଛି । ୨୧୯ଟି ବସ୍‍ ଅସ୍ଥାୟୀ ଭାବେ ଅଚଳ ଅବସ୍ଥାରେ ପଡି ରହିଛି । ନିଗମରେ ସମୁଦାୟ ୧୪୭୬ଜଣ କର୍ମଚାରୀ କାର୍ଯ୍ୟରତ । ଏମାନଙ୍କ ମଧ୍ୟରୁ ୧୭୧ ଜଣ ନିୟମିତ । ୧୦୫୧ଜଣ ଚୁକ୍ତିଭିତ୍ତିକ । ୧୯୪ ଜଣ ସେବା ଯୋଗାଣକାରୀ ସଂସ୍ଥା ଦ୍ବାରା ନିଯୁକ୍ତ । ୬୦ଜଣ ଦୈନିକ ମଜୁରି ଆକାରରେ କାର୍ଯ୍ୟ କରୁଛନ୍ତି ।

ଏହା ବି ପଢନ୍ତୁ...ରାଜ୍ୟରେ ବଢୁଛି ମଦୁଆ ଡ୍ରାଇଭରଙ୍କ ସଂଖ୍ୟା: ପୂର୍ବବର୍ଷ ଅପେକ୍ଷା ୨୦୨୧ରେ ୪ ଗୁଣା ଅଧିକ

ମନ୍ତ୍ରୀ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ଓଏସଆରଟିସି ଅଧୀନରେ ରାଜ୍ୟରେ ଏବେ ପ୍ରାୟ ୨୫୦ ଏକର ଜମି ବିଭିନ୍ନ ସ୍ଥାନରେ ରହିଛି । କିଛି ସ୍ଥାନରେ ପରିବହନ ନିଗମ ପକ୍ଷରୁ ମାର୍କେଟ କଂପ୍ଲେକ୍ସ ନିର୍ମାଣ କରାଯାଇଛି । ଅନ୍ୟ ସ୍ଥାନମାନଙ୍କରେ ଆବଶ୍ୟକ ଅନୁଯାୟୀ ନୂତନ ମାର୍କେଟ୍‍ କଂପ୍ଲେକ୍ସ ନିର୍ମାଣ କରି ନିଗମର ଆୟ ବୃଦ୍ଧି ଲାଗି ପଦକ୍ଷେପ ନିଆଯାଉଛି ।

ଇଟିିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.