ETV Bharat / city

ଯାତ୍ରୀ ନାହାନ୍ତି, 20 ରୁଟରେ ବନ୍ଦ ହେବ ଓଏସଆରଟିସି ବସ ସେବା - ଓଏସଆରଟିସି ବସ ସେବା

ଲକଡାଉନରେ କ୍ଷତିରେ ଚାଲୁଚି ଓଏସଆରଟିସି ବସ । 66 ରୁଟରୁ 20ଟି ରୁଟରେ ଲୋକ ହେଉ ନଥିବାରୁ ସେ ରୁଟରେ ବସ ଚଳାଚଳ କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

ଯାତ୍ରୀ ନାହାନ୍ତି, 20 ରୁଟରେ ବନ୍ଦ ହେବ ଓଏସଆରଟିସି ବସ ସେବା

author img

By

Published : Jun 13, 2020, 12:45 PM IST

ଭୁବନେଶ୍ବର: ଲକଡାଉନରେ କ୍ଷତିରେ ଚାଲୁଚି ଓଏସଆରଟିସି ବସ । 66 ରୁଟରୁ 20ଟି ରୁଟରେ ଲୋକ ହେଉ ନଥିବାରୁ ସେ ରୁଟରେ ବସ ଚଳାଚଳ କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

ରାଜ୍ୟର ମୋଟ 66ଟି ରୁଟରେ ବସ ଚଳାଚଳ କରୁଛି । ହେଲେ 20ଟି ରୁଟରେ 2ରୁ 3 ଜଣ ଲୋକ ଆସୁଛନ୍ତି । ଏପରିକି ଅତିବେଶିରେ 5 ଜଣ ଲୋକ ଯାତାୟତ କରୁଛନ୍ତି । ଫଳରେ ବସ କ୍ଷତିରେ ଚାଲୁଛି । ତେଣୁ ସରକାର ବାଧ୍ୟ ହୋଇ ସେହି ରୁଟରେ ଯାତ୍ରୀ ପରିବହନ ବନ୍ଦ କରିବେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ସେହିପରି ରଥଯାତ୍ରା ପାଇଁ ବସ ଚଳାଚଳ ନେଇ କୌଣସି ଆଲୋଚନା ହୋଇନି । ସବୁଥର ରଥଯାତ୍ରା ପୂର୍ବରୁ 2ଥର ବୈଠକ ବସେ । ଏ ପର୍ଯ୍ୟନ୍ତ ବୈଠକ ହୋଇନି । ସରକାର ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ବିଭାଗ ପ୍ରସ୍ତୁତ ହେବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.