ETV Bharat / city

ଆଜିଠୁ ରାଜ୍ୟରେ ଗଡ଼ିଲା OSRTC ବସ୍

ଆଜିଠୁ ରାଜ୍ୟରେ ଗଡ଼ିଲା OSRTC ବସ୍ । ୪୩ଟି ରୁଟରେ ଚାଲିବ ସବୁ ସରକାରୀ ଓଏସଆରଟିସି ବସ୍ । ଅଧିକ ପଢନ୍ତୁ...

author img

By

Published : Jul 6, 2021, 10:51 AM IST

ଆଜିଠୁ ରାଜ୍ୟରେ ଗଡ଼ିଲା OSRTC ବସ୍
ଆଜିଠୁ ରାଜ୍ୟରେ ଗଡ଼ିଲା OSRTC ବସ୍

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଗଡ଼ିଲା OSRTC ବସ୍ । ୪୩ଟି ରୁଟରେ ଚାଲିବ ସବୁ ସରକାରୀ ଓଏସଆରଟିସି ବସ୍ । ଏଥିପାଇଁ ରାଜ୍ୟ ସଡ଼କ ପରିବହନ ନିଗମ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏହି ବସ୍ ଗୁଡିକ ରାଷ୍ଟ୍ରାୟତ ନିଗମର ୧୬ଟି ଡିପୋରୁ ଯାତାୟତ କରିବ । ବସରେ ଯାତ୍ରା ସମୟରେ ଯାତ୍ରୀ ମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କାଟେଗୋରୀ A ଜିଲ୍ଲା ଗୁଡ଼ିକରେ ଆନ୍ତଃ ଜିଲ୍ଲା ସାଧାରଣ ପରିବହନ ହୋଇପାରିବ ।

ବସରେ ସିଟ୍ ମୁତାବକ ଯାତ୍ରୀଙ୍କୁ ଅନୁମତି ମିଳିବ । କୌଣସି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ । ପ୍ରତିଦିନ ବସକୁ ସାନିଟାଇଜ୍ କରାଯିବ । ଏହା ସହିତ ଯାତ୍ରୀମାନେ କୋରୋନା ନିୟମକୁ ମାନିବାକୁ ଅନୁରୋଧ କରିଛି OSRTC । ସମସ୍ତେ ସାମାଜିକ ଦୂରତା ମାନିବା ସହିତ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ଓଏସଆରଟିସି ପକ୍ଷରୁ କୁହାଯାଇଛି ।

ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.