ETV Bharat / city

ସ୍କିଲିଂ ଏବଂ ନିଯୁକ୍ତି କ୍ଷେତ୍ରକୁ ଗୁରୁତ୍ୱ, OSDAର ଅଟୋଡେସ୍କ ଓ ମାଇକ୍ରୋସଫ୍ଟ ସହ ବୁଝାମଣା - ଓଏସଡିଏମ ମୁଖ୍ୟ ସୁବ୍ରତ ବାଗ୍‌ଚୀ

ସ୍କିଲିଂ ଏବଂ ନିଯୁକ୍ତିକୁ ଗୁରୁତ୍ବ ଦେଇ ଅଟୋଡେସ୍କ ଓ ମାଇକୋସଫ୍ଟ ସହ ବୁଝାମଣା ସ୍ବାକ୍ଷର କଲା ଓଏସଡିଏ । ଏହାଦ୍ବାରା ଯୁବଗୋଷ୍ଠୀ ପ୍ରଯୁକ୍ତି କ୍ଷେତ୍ରରେ ବୃତ୍ତି ଆପଣେଇବାର ସୁଯୋଗ ପାଇପାରିବେ । ଅଧିକ ପଢନ୍ତୁ

ସ୍କିଲିଂ ଏବଂ ନିଯୁକ୍ତି କ୍ଷେତ୍ରକୁ ଗୁରୁତ୍ୱ: ଓଏସଡିଏର ଅଟୋଡେସ୍କ ଓ ମାଇକ୍ରୋସଫ୍ଟ ସହ ବୁଝାମଣା

author img

By

Published : Aug 18, 2022, 7:26 AM IST

Updated : Aug 18, 2022, 9:03 AM IST

ଭୁବନେଶ୍ବର: ସ୍କିଲିଂ ଏବଂ ନିଯୁକ୍ତି କ୍ଷେତ୍ରରେ ଏକ ନବଦିଗନ୍ତ ପ୍ରଦାନ କରିବାକୁ ଗୁରୁତ୍ବ । ଏନେଇ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (OSDA) ବିଶ୍ବର ଦୁଇଟି ଅଗ୍ରଣୀ ବୈଷୟିକ ସଂସ୍ଥା ସହିତ ବୁଧବାର ବୁଝାମଣା ପତ୍ର (ଏମଓୟୁ) ସ୍ବାକ୍ଷର କରିଛି । ଦକ୍ଷତା ବିକାଶ ପଦକ୍ଷେପଗୁଡିକର ସେବା ବିତରଣରେ ଉନ୍ନତି ଆଣିବା ପାଇଁ ଓଏସ୍‌ଡିଏର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରିତୀରଞ୍ଜନ ଘଡେଇ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଡିଜିଟାଲ, ଦକ୍ଷତା ଓ ନିଯୁକ୍ତି ସୂଚନା ବ୍ୟବସ୍ଥା ଏବଂ ପିଆଇଏ ପେମେଣ୍ଟ ଅଟୋମେସନ ଭଳି ତିନୋଟି ଅନଲାଇନ ପୋର୍ଟାଲକୁ ଲୋକାର୍ପଣ କରିଛନ୍ତି ।

ସ୍କିଲିଂ ଏବଂ ନିଯୁକ୍ତି କ୍ଷେତ୍ରକୁ ଗୁରୁତ୍ୱ: ଓଏସଡିଏର ଅଟୋଡେସ୍କ ଓ ମାଇକୋସଫ୍ଟ ସହ ବୁଝାମଣା

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରିତୀରଞ୍ଜନ ଘଡେଇ କହିଛନ୍ତି ଯେ, ''ଅଟୋଡେସ୍କ ଏବଂ ମାଇକ୍ରୋସଫ୍ଟ ସହ ସହଭାଗିତା ଦ୍ବାରା ଓଡିଶାରେ ବୈଷୟିକ ଶିକ୍ଷା ଏବଂ ଶିକ୍ଷାର ସ୍ତର ବୃଦ୍ଧି ହେବ । ସମଗ୍ର ରାଜ୍ୟରେ ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷକମାନେ ବିଶ୍ବସ୍ତରୀୟ ସଫ୍ଟଓୟାର୍‌ ଶୀଘ୍ର ଏବଂ ସହଜରେ ପାଇପାରିବେ । ଏହା ବୈଷୟିକ ଶିକ୍ଷା ଏବଂ ବିକାଶକୁ ଏକ ଉଚ୍ଚ ସ୍ତରକୁ ନେଇଯିବ । ୫‘ଟି’ ରୂପାନ୍ତରଣ ପଦକ୍ଷେପର ଯାତ୍ରା ସ୍ବରୂପ ରାଜ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ପ୍ରଭାବଶାଳୀ ତାଲିମରେ ଉନ୍ନତି ଆଣିବା ନିମନ୍ତେ ଏହି ପୋର୍ଟାଲର ଉନ୍ମୋଚନ କରାଯାଇଛି ।''

ଥ୍ରିଡି ଡିଜାଇନ୍‌, ଇଞ୍ଜିନିୟରିଂ ଏବଂ ମନୋରଞ୍ଜନ ସଫ୍ଟୱେୟାର ବିକାଶରେ ବିଶେଷଜ୍ଞ ଥିବା ଅଟୋଡେସ୍କ ସହିତ ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି । ୱାର୍ଲଡ଼ ସ୍କିଲ ସେଣ୍ଟରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଏସଡିଏର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ରେଘୁ ଜି ଏବଂ ଆପାକ୍‌ର ନିର୍ଦ୍ଦେଶକ କନୱେ ଗୋ ଏହି ବୁଝାମଣା ପତ୍ରରେ ସ୍ବାକ୍ଷର କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଓଏସ୍‌ଡିଏ ସ୍କିଲ୍‌-ଇନ୍‌-ଓଡିଶା ବ୍ରାଣ୍ଡ୍‌କୁ ବିଶ୍ବସ୍ତରୀୟ କରିବା ପାଇଁ ଦୁଇଟି ନୂତନ ସହଭାଗିତା କରିଥିବାରୁ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏହି ଡିଜିଟାଲ କାର୍ଯ୍ୟକ୍ରମ ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ଡିଜିଟାଲ ସ୍କିଲିଂରେ ଅନ୍ତର୍ଭୁକ୍ତିକରଣ ଏବଂ ସୁଲଭତା ନେଇ ଲକ୍ଷ୍ୟ ରଖିଛି । ସେ ସସସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହାର ବ୍ୟବହାରକୁ ପ୍ରୟୋଗ କରିବା ନିମନ୍ତେ ଉତ୍ସାହିତ କରିଛନ୍ତି ।

ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ''ଅଟୋଡେସ୍କ ଏବଂ ମାଇକ୍ରୋସଫ୍ଟର ସହଯୋଗ ଦ୍ବାରା ଇଞ୍ଜିନିୟରିଂ କ୍ଷେତ୍ରରେ ଅନ୍ତର୍ଜାତୀୟ ମାନଦଣ୍ଡ ପୂରଣ କରିବା ପାଇଁ ରାଜ୍ୟର ଛାତ୍ରଛାତ୍ରୀ ଏବଂ ଯୁବକଯୁବତୀମାନଙ୍କ ନିମନ୍ତେ ଏକ ବଡ଼ ସୁଯୋଗ ସୃଷ୍ଟି କରିବ । ଯାହା ସେମାନଙ୍କୁ ବିଶ୍ବସ୍ତରୀୟ ନିଯୁକ୍ତି ପାଇବାରେ ଏକ ପ୍ରତିଯୋଗିତାମୂଳକ ସୁଯୋଗ ପ୍ରଦାନ କରିବ । ଏହା ସହ ପ୍ରଶିକ୍ଷକମାନେ ବର୍ତ୍ତମାନ ତଥା ଭବିଷ୍ୟତର ଶିଳ୍ପମାନଙ୍କ ନିମନ୍ତେ ଆବଶ୍ୟକତା ଥିବା ଅତ୍ୟାଧୁନିକ ଇଞ୍ଜିନିୟରିଂ ପ୍ରଯୁକ୍ତି ବିଷୟରେ ଅବଗତ ହେବା ସହ ଶିକ୍ଷାଦାନ କରିପାରିବେ ।

ସ୍କିଲିଂ ଏବଂ ନିଯୁକ୍ତି କ୍ଷେତ୍ରକୁ ଗୁରୁତ୍ୱ

ସ୍ନାତକୋତ୍ତର, ଧନ୍ଦାମୂଳକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ନିଯୁକ୍ତି ଆଶାୟୀଙ୍କୁ ଡିଜିଟାଲ ସ୍କିଲିଂ କାର୍ଯ୍ୟକ୍ରମ ମାଧ୍ୟମରେ ସଶକ୍ତିକରଣ ନିମନ୍ତେ ଓଏସଡିଏ ଏବଂ ମାଇକ୍ରୋସଫ୍ଟ ମଧ୍ୟରେ ଆଉ ଏକ ବୁଝାମଣା ହୋଇଯାଇଛି । ଯାହାଦ୍ବାରା ଯୁବଗୋଷ୍ଠୀ ପ୍ରଯୁକ୍ତି କ୍ଷେତ୍ରରେ ବୃତ୍ତି ଆପଣେଇବାର ସୁଯୋଗ ପାଇପାରିବେ । ରାଜ୍ୟର ୫୦ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ଡିଜିଟାଲ ସ୍କିଲିଂ କ୍ଷେତ୍ରରେ ପ୍ରଶିକ୍ଷଣ ସହ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଓଏସଡିଏ, ମାଇକ୍ରୋସଫ୍ଟ ଓ ଏହାର ଅଣଲାଭକାରୀ ସହଯୋଗୀଙ୍କ ସହ ତିନୋଟି ବୁଝାମଣା କରିଛି । ଓଏସଡିଏ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରେଘୁ ଜି ଏବଂ ମାଇକ୍ରୋସଫ୍ଟର ନିର୍ଦ୍ଦେଶକ ସୁମିତ ମୁଖାର୍ଜୀଙ୍କ ମଧ୍ୟରେ ଏହି ବୁଝାମଣା ସ୍ବାକ୍ଷରିତ ହୋଇଛି ।

ଓଏସ୍‌ଡିଏର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ କହିଛନ୍ତି ଯେ, ''ଦକ୍ଷତା ବିକାଶ ନିମନ୍ତେ ବୈଷୟିକ ଜଗତର ଦୁଇ ଅଗ୍ରଣୀ ଶିଳ୍ପ ସଂସ୍ଥା ସହ ଭାଗୀଦାରି କରିଥିବାରୁ ଓଏସଡିଏ ପାଇଁ ଏହା ଏକ ଐତିହାସିକ ଦିନ । ଅଟୋଡେସ୍କ ଆମର ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ନିର୍ମାଣ ଏବଂ ଶିଳ୍ପ ୪.୦ ବିଷୟରେ ଜାଣିବାକୁ ସକ୍ଷମ କରାଇବ । ମାଇକ୍ରୋସଫ୍ଟ ସହିତ ଆମର ସମ୍ପର୍କ ସମଗ୍ର ସମାଜରେ ଡିଜିଟାଲ୍‌ ସ୍କିଲିଂର କାରଣ ହେବ ।''

ଅଟୋଡେସ୍କ ସହ ସହଭାଗୀତା ଦ୍ବାରା ଓଡିଶାର ଯାନ୍ତ୍ରିକ ମହାବିଦ୍ୟାଳୟ, ଆଇଟିଆଇ, ପଲିଟେକ୍‌ନିକ୍‌ ଏବଂ ଧନ୍ଦାମୂଳକ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନଙ୍କ ପାଇଁ ଡିଜାଇନ୍‌ ଏବଂ ଇଞ୍ଜିନିୟରିଂ ବିଷୟଗୁଡ଼ିକୁ ଉପଲବ୍ଧ ହେବ । ବିଶେଷତଃ ଏହାଦ୍ବାରା ପ୍ରାୟ ୭୫,୦୦୦ ଛାତ୍ରଛାତ୍ରୀ ଅଟୋଡେସ୍କ ଫିୟୁଜନ୍‌ ଏବଂ ଜେନେରେଟିଭ୍‌ ଡିଜାଇନ୍‌ ଟେକ୍ନୋଲୋଜିକୁ ବ୍ୟବହାର କରିପାରିବେ । ଏହା ନିର୍ମାଣ କ୍ଷେତ୍ରରେ କୌଶଳ ବ୍ୟବଧାନକୁ ହ୍ରାସ କରିବାରେ ସାହାଯ୍ୟ କରିବ । ଭବିଷ୍ୟତର କାର୍ଯ୍ୟଶୈଳୀ ନିମନ୍ତେ କୌଶଳ ଏବଂ ଉତ୍ସ ଯୋଗାଇବ । ଓଏସଡିଏ ଏବଂ ମାଇକ୍ରୋସଫ୍ଟର ଏହି ସହଭାଗିତା ମାଧ୍ୟମରେ, ମାଇକ୍ରୋସଫ୍ଟ ଏବଂ ଏହାର ଅଂଶୀଦାରମାନେ ମୌଳିକ ଭିତ୍ତିଭୂମି ଏବଂ ଉନ୍ନତ ଡିଜିଟାଲ୍‌ ସ୍କିଲିଂକୁ ସମାଜର ପଛୁଆବର୍ଗର ଯୁବକଯୁବତୀ ଏବଂ ନିଯୁକ୍ତି ଆଶାୟୀଙ୍କ ପାଇଁ ଉପଲବ୍ଧ କରାଇବେ । ଡିଜିଟାଲ ସ୍କିଲିଂ ମାଧ୍ୟମରେ ଏହା ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ଡିଜିଟାଲ ରୂପାନ୍ତର ପ୍ରକଳ୍ପ ବ୍ୟତୀତ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ ହେବାରେ ସରକାରଙ୍କୁ ସହଯୋଗ କରିବ ।

ଡିଜିଟାଲ ପୋର୍ଟାଲ ମାଧ୍ୟମରେ ସ୍କିଲ ପ୍ରଦାନକାରୀ ସଂସ୍ଥା ପ୍ରଶିକ୍ଷାର୍ଥୀମାନଙ୍କ ସହ ସଂଯୁକ୍ତ ହୋଇପାରିବେ । ଏହା ଓକାକ୍‌ ଏବଂ ଏହାର ସହଯୋଗୀ ସିଏସଏମ ଟେକ୍ନୋଲୋଜି ସହାୟତାରେ କାର୍ଯ୍ୟକାରୀ ହେଉଛି । ଦକ୍ଷତା ଓ ନିଯୁକ୍ତି ସୂଚନା ବ୍ୟବସ୍ଥା ପୋର୍ଟାଲ ନିଯୁକ୍ତିଦାତା ଏବଂ ନିଯୁକ୍ତି ଆଶାୟୀଙ୍କୁ ସହାୟତା ପ୍ରଦାନ କରିବ । ପିଆଇଏ ପେମେଣ୍ଟ ଅଟୋମେସନ୍‌ ପୋର୍ଟାଲ୍‌ ମାଧ୍ୟମରେ ପିଆଇଏମାନଙ୍କର ବିଲଗୁଡିକରେ ସ୍ବଚ୍ଛତା ରହିବ ଏବଂ ସେମାନେ ଠିକ ସମୟରେ ସେବା ପାଇପାରିବେ । ଏନ୍‌ଆଇସିର ସହଯୋଗରେ ଏହି ପୋର୍ଟାଲ କାର୍ଯ୍ୟକାରୀ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 18, 2022, 9:03 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.