ETV Bharat / city

ପ୍ରତି ସ୍କୁଲ-କଲେଜରେ କୋରୋନା ଟେଷ୍ଟିଂ ପାଇଁ OSCPCRଙ୍କ ନିର୍ଦ୍ଦେଶ

author img

By

Published : Dec 10, 2021, 12:39 PM IST

କୋରୋନା ଭାଇରସର ନୂଆ ଭାରିଆଣ୍ଟକୁ ନେଇ ବଢୁଛ ଭୟ । ସବୁ ସ୍କୁଲ ଓ କଲେଜରେ କୋରୋନା ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(OSCPCR ) । ଅଧିକ ପଢନ୍ତୁ

ପ୍ରତି ସ୍କୁଲ-କଲେଜରେ କୋରୋନା ଟେଷ୍ଟିଂ ପାଇଁ OSCPCRଙ୍କ ନିର୍ଦ୍ଦେଶ
ପ୍ରତି ସ୍କୁଲ-କଲେଜରେ କୋରୋନା ଟେଷ୍ଟିଂ ପାଇଁ OSCPCRଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: କୋରୋନା ଭାଇରସର ନୂଆ ଭାରିଆଣ୍ଟକୁ ନେଇ ବଢୁଛ ଭୟ । ଓମିକ୍ରନ ମାରାତ୍ମକ ନଥିଲେ ମଧ୍ୟ ଦ୍ରୁତ ସଂକ୍ରମଣର ଭୟ ସୃଷ୍ଟି ହୋଇଛି । ନିକଟରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଖୋଲିଛି । କିଛି ବିଦ୍ୟାଳୟରେ ମଧ୍ୟ ସଂକ୍ରମଣ ବ୍ୟାପିଲାଣି । ଏପରି ସ୍ଥିତିରେ ସଂକ୍ରମଣକୁ ଚେକ୍ ଦେବାକୁ ଯାଇ ବିଏମସି(BMC) ନେଇଛି ବଡ଼ ପଦକ୍ଷେପ । ପର୍ଯ୍ୟାୟକ୍ରମେ ସବୁ ସ୍କୁଲ ଓ କଲେଜରେ ଛାତ୍ରଛାତ୍ରୀଙ୍କର ଆରମ୍ଭ ହୋଇଛି ଟେଷ୍ଟିଂ। ବିଏମସି(BMC)ର ଏହି ଆଗୁଆ ପଦକ୍ଷେପକୁ ସ୍ବାଗତ କରିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(OSCPCR ) ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ।

କେବଳ ଭୁବନେଶ୍ବରରେ ନୁହେଁ ସବୁ ଜିଲ୍ଲାରେ ଏଭଳି ପଦକ୍ଷେପ ଗ୍ରହଣ କରିବା ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଦିଆଯିବ ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(OSCPCR ) ସୂଚନା ଦେଇଛି ।

ରାଜ୍ୟବ୍ୟାପୀ ସୁପରଫାଷ୍ଟ ସ୍ପିଡରେ ଚାଲିଛି ଟୀକାକରଣ । ହେଲେ ଏ ଯାଏଁ ୧୮ ବର୍ଷରୁ କମ୍ ବୟସ୍କ ପିଲା ଟିକା ନେଇନାହାନ୍ତି । ସ୍କୁଲ-କଲେଜ ଖୋଲିବା ପରେ ସେମାନଙ୍କ ଠାରେ ସଂକ୍ରମଣର ଆଶଙ୍କା ଅଧିକ ରହିଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତି ସ୍କୁଲ ଓ କଲେଜରେ ଟେଷ୍ଟିଂ ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.