ETV Bharat / city

ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ; ଶିଶୁସୁରକ୍ଷା ଆୟୋଗ କ୍ଷୁବ୍ଧ, ଡିସିପିଙ୍କୁ ରିପୋର୍ଟ ତଲବ - ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ

ଭୁବନେଶ୍ବର ଗଣଦୁଷ୍କର୍ମରେ ପୋଲିସର ସମ୍ପୃକ୍ତ ନେଇ ତଦନ୍ତ ହେଉଛି ବିଳମ୍ବ । ଏହାକୁ ନେଇ ତୁରନ୍ତ ଏହାର ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଅଧିକ ପଢନ୍ତୁ...

ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ; ଶିଶୁସୁରକ୍ଷା ଆୟୋଗ କ୍ଷୁବ୍ଧ, ଡିସିପିଙ୍କୁ ରିପୋର୍ଟ ତଲବ

author img

By

Published : Sep 6, 2020, 7:22 PM IST

ଭୁବନେଶ୍ବର: ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଗଣଦୁଷ୍କର୍ମରେ ପୋଲିସର ସମ୍ପୃକ୍ତ ନେଇ ତଦନ୍ତ ହେଉଛି ବିଳମ୍ବ । ଏହାକୁ ନେଇ ତୁରନ୍ତ ଏହାର ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ ।

ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ; ଶିଶୁସୁରକ୍ଷା ଆୟୋଗ କ୍ଷୁବ୍ଧ, ଡିସିପିଙ୍କୁ ରିପୋର୍ଟ ତଲବ

ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରା ନଯିବା ରାଜଧାନୀରେ ପୋଲିସର ତତ୍ପରତାକୁ ନେଇ ଆୟୋଗ ପ୍ରଶ୍ନ କରିଛନ୍ତି । ତେବେ ସିଏ ପୋଲିସ ହେଉ କି ଗଣମାଧ୍ୟମ ପ୍ରତିନିଧି, ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବା ଆବଶ୍ୟକ, ନଚେତ ବିଳମ୍ବ ହେଲେ ନିଜ ଆଡୁ ତଦନ୍ତ ଆରମ୍ଭ କରିଯିବ ବୋଲି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କମିସନର ସନ୍ଧ୍ୟାବତି ପ୍ରଧାନ କହିଛନ୍ତି ।

ତେବେ ଅଗଷ୍ଟ 30ରେ ମହିଳା ଥାନାରେ ନାବାଳିକାଙ୍କ ମା' ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅକୁ ମାର୍ଚ୍ଚ ଓ ଏପ୍ରିଲ ମାସ ମଧ୍ୟରେ କିଛି ପୋଲିସ କର୍ମୀ ଏବଂ ତାଙ୍କର ସହଯୋଗୀ ବାରମ୍ବାର ଗଣଦୁଷ୍କର୍ମ କରିଛନ୍ତି । ଏନେଇ ଅଭିଯୋଗ ହେବାର ୭ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତମାନଙ୍କ ସମ୍ପର୍କରେ କୌଣସି ସୁରାକ ପାଉନାହିଁ । ଏହା କମିସନରେଟ ପୋଲିସର ପାରିବା ପଣିଆ ଉପରେ ଛିଡା କରିଛି ପ୍ରଶ୍ନଚିହ୍ନ ।

ଘଟଣାରେ ପୋଲିସର ସମ୍ପୃକ୍ତି ନେଇ ନାବାଳିକା ବୟାନ ଦେଇଥିବା ବେଳେ ବଦନାମ ଭୟରେ ଏହାକୁ ଚପାଇବାକୁ ହୀନ ପ୍ରୟାସ କରୁଛି କି କମିସନରେଟ ପୋଲିସ ? ୭ ଦିନର ତଦନ୍ତ ସହରବାସୀଙ୍କୁ ବ୍ୟଥିତ କରିଛି । ରାଜଧାନୀରେ ଶିଶୁ ଓ ମହିଳା କେତେ ସୁରକ୍ଷିତ ତାହା ଏଥିରୁ ସ୍ପଷ୍ଟ ହେଉଛି । ଅନ୍ୟପକ୍ଷେ ଘଟଣାକୁ ନେଇ ପୋଲିସ କମିସନ ନିରବ ରବିବା ସହ ଗଣମାଧ୍ୟମକୁ ସାମ୍ନା କରିବାକୁ ଡରୁଥିବା କମିସନରେଟ ପୋଲିସକୁ ସନ୍ଦେହ ଘେରକୁ ଠେଲିଦେଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.