ETV Bharat / city

ଓରମାସର ମାର୍କେଟିଂ ଓ ସ୍କିଲ ସମ୍ପର୍କିତ ଦୁଇଦିନିଆ କର୍ମଶାଳା - ଓରମାସର ମାର୍କେଟିଂ ଓ ସ୍କିଲ ସମ୍ପର୍କିତ କର୍ମଶାଳା

ଭୁବନେଶ୍ବରରେ ଓରମାସର ମାର୍କେଟିଂ ଓ ସ୍କିଲ ସମ୍ପର୍କିତ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ । ନିଆରା ଉତ୍ପାଦର ବଜାର ଚାହିଦା ସୃଷ୍ଟି ଉପରେ ଗୁରୁତ୍ବ । ଅଧିକ ପଢନ୍ତୁ

ଓରମାସର ମାର୍କେଟିଂ ଓ ସ୍କିଲ ସମ୍ପର୍କିତ ଦୁଇଦିନିଆ କର୍ମଶାଳା

author img

By

Published : Apr 30, 2022, 4:37 PM IST

Updated : May 1, 2022, 8:45 AM IST

ଭୁବନେଶ୍ବର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ତରଫରୁ ଭୁବନେଶ୍ବରରେ ମାର୍କେଟିଂ ଏବଂ ସ୍କିଲ୍ କ୍ଷେତ୍ରରେ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ । ଦେଶର ଅଗ୍ରଣୀ ତଥା କେତେକ ବିଶିଷ୍ଟ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ମାର୍କେଟିଂ ବାବଦରେ ଆଲୋଚନା କରିଛନ୍ତି ।

ଓରମାସର ମାର୍କେଟିଂ ଓ ସ୍କିଲ ସମ୍ପର୍କିତ ଦୁଇଦିନିଆ କର୍ମଶାଳା
ଓରମାସର ମାର୍କେଟିଂ ଓ ସ୍କିଲ ସମ୍ପର୍କିତ ଦୁଇଦିନିଆ କର୍ମଶାଳା

ସେମାନେ କହିଛନ୍ତି ଯେ, ଜାତୀୟ କିମ୍ବା ଅନ୍ତର୍ଜାତୀୟ ବଜାରରେ କୌଣସି ଦ୍ରବ୍ୟର ଚାହିଦା ସୃଷ୍ଟି କରିବାକୁ ହେଲେ, ସାମଗ୍ରୀର ଗୁଣବତ୍ତା, ଉପାଦେୟତା ଓ ଆବଶ୍ୟକ ବଜାର ଯୋଗାଣ ସହ ସେଗୁଡିକର ସଠିକ୍ ପ୍ରଚାର ପ୍ରସାର ହେବା ଜରୁରୀ । ଏଥିପାଇଁ ମାର୍କେଟିଂ ଉପରେ ଅଧିକ ଗୁରୁତ୍ବ ଦେବାକୁ ପଡିବ, ଯାହାକି ବର୍ତ୍ତମାନର ପ୍ରତିଦ୍ବନ୍ଦିତା ମୂଳକ ଯୁଗରେ ସବୁଠାରୁ ବଡ ଚ୍ୟାଲେଞ୍ଜ ।

ସେହିପରି, ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି, 'ୟୁନିକ ଅର୍ଥାତ ନିଆରା ଉତ୍ପାଦ ପ୍ରସ୍ତୁତ କରି ଉପଯୁକ୍ତ ବ୍ରାଣ୍ଡିଂ ଓ ପ୍ୟାକେଜିଂ ଜରିଆରେ ସେଗୁଡିକ ବଜାର ଚାହିଦା ସୃଷ୍ଟି କରିବା ଉପରେ ଅଧିକ ଗୁରୁତ୍ବ ଦେବାକୁ ପଡିବ ।' ସରକାରଙ୍କ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଡିଡିୟୁଜିକେୱାଇରେ କିଭଳି ଅଧିକରୁ ଅଧିକ ଗ୍ରାମୀଣ ବେରୋଜଗାର ଯୁବବର୍ଗଙ୍କୁ ତାଲିମ ଓ ନିଯୁକ୍ତି ସୁଯୋଗ ଦିଆଯାଇ ପାରିବ, ସେମାନେ କିଭଳି ବିଭିନ୍ନ ସଂସ୍ଥାରେ ଦୀର୍ଘ ବର୍ଷ ଧରି ଚାକିରୀ କରିପାରିବେ ସେନେଇ ସେମାନଙ୍କୁ ଉପଯୁକ୍ତ ପରାମର୍ଶ ଦେବା ସମ୍ପର୍କରେ ମଧ୍ୟ କର୍ମଶାଳାରେ ବିସ୍ତୃତ ଆଲୋଚନା କରିଥିଲେ ବିଭିନ୍ନ ଘରୋଇ ସଂସ୍ଥାର ବରିଷ୍ଠ ଅଧିକାରୀ ।

ବୁଧବାର କର୍ମଶାଳାର ଉଦଘାଟନୀ ଉତ୍ସବରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଶାସନ ସଚିବ IAS ଅଶୋକ କୁମାର ମୀନା, ସମବାୟ ବିଭାଗର ଶାସନ ସଚିବ IFS ସଞ୍ଜୀବ କୁମାର ଚଢା, ସ୍ବତନ୍ତ୍ର ପ୍ରକଳ୍ପର ନିର୍ଦ୍ଦେଶକ IAS ଅରିନ୍ଦମ ଡାକୁଆ ଏବଂ IIT ଖଡଗପୁର ନିର୍ଦ୍ଦେଶକ ଡ.ଭି.କେ ତିୱାରୀ ପ୍ରମୁଖ ଯୋଗ ଦେଇଥିଲେ । କର୍ମଶାଳାରେ କୃଷିଜାତ ଦ୍ରବ୍ୟର ସଠିକ ବିପଣନ, ନିରୀକ୍ଷଣ, ରୁର୍ବାନ ମିଶନ, ଗ୍ରାମାଞ୍ଚଳରେ ରାଜମିସ୍ତ୍ରୀ ତାଲିମ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।

ଉଦଘାଟନୀ ଉତ୍ସବରେ ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ IAS ଗୁହା ପୁନମ ତାପସ କୁମାର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲାସ୍ତରରେ ଓରମାସର ମାର୍କେଟିଂ, ଜୀବିକା ସମୃଦ୍ଧି ଓ ଦକ୍ଷତା ବିକାଶ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ IAS ଅଶୋକ କୁମାର ମୀନା ଆଗାମୀ ଦିନଗୁଡିକରେ ଓଡିଶାରେ ଗ୍ରାମୀଣ କାରିଗରଙ୍କ ଆର୍ଥିକ ବିକାଶ, ସେମାନଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ଆଦି ଦିଗରେ ଉପଯୁକ୍ତ ମାର୍କେଟିଂ ତଥା ବିପଣନ ସୁବିଧାକୁ ଅଧିକ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମ ଶେଷରେ ଓରମାସର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ବାଦଲ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

କର୍ମଶାଳାର ପ୍ରଥମ ଦିନରେ ଓଡିଶା ଗ୍ରାମୀଣ କାରିଗରଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ବୈଷୟିକ ସହାୟତା, ବିପଣନ ସୁବିଧା, ବ୍ରାଣ୍ଡିଂ ଓ ପ୍ୟାକେଜିଂ ଆଦିରେ ସହଯୋଗ ପାଇଁ IIT ଖଡଗପୁର, ଭାରତ ମସଲା, ବେଙ୍ଗାଲୁରୁର ବୋନି ଟେରୀ ଫୁଡ୍ ଏବଂ KVIC ସହ ଓରମାସର ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା । ସେହିପରି ଦକ୍ଷତା ବିକାଶ ତାଲିମ ପାଇଁ ତିନୋଟି ଘରୋଇ ସଂସ୍ଥା ସହ ମଧ୍ୟ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା । କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟ, ଅନଲାଇନ ଜରିଆରେ ଗ୍ରାମୀଣ ଉତ୍ପାଦଗୁଡିକର ଉପଯୁକ୍ତ ମାର୍କେଟିଂ ଏବଂ ଏଦିଗରେ ମିଶନ ଶକ୍ତି ଏବଂ ଓରମାସର ଭୂମିକା ଉପରେ ସେ ଆଲୋକପାତ କରିଥିଲେ ।

କର୍ମଶାଳାର ଦ୍ବିତୀୟ ଦିନରେ ତିନୋଟି ପର୍ଯ୍ୟାୟରେ ଆୟୋଜିତ ଆଲୋଚନା ଚକ୍ରରେ ବରିଷ୍ଠ ପ୍ରଶାସନିକ ଅଧିକାରୀ OSDA ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ IAS ରେଘୁ ଜି, ଓଡିଶା ଜୀବିକା ମିଶନର ରାଜ୍ୟ ମିଶନ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ IAS ମାନସୀ ନିମ୍ଭାଲ, ପାନୀୟ ଜଳ ଓ ପରିମଳ ପ୍ରକଳ୍ପ ନିର୍ଦ୍ଦେଶକ IAS ବି. ପରମେଶ୍ବରନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଶାସନ ସଚିବ ସ୍ବୟଂପ୍ରଭା ମହାନ୍ତିଙ୍କ ସହ OUAT ର ଏଗ୍ରିକଲଚର ମାର୍କେଟିଂ ବିଭାଗର ମୁଖ୍ୟ ଡ. ସର୍ବନାରାୟଣ ମିଶ୍ର, ବିଶ୍ବବ୍ୟାଙ୍କର ଗ୍ରାମ୍ୟ ଉନ୍ନୟନ ପରାମର୍ଶଦାତା, ITC, NIFT, କେଭିଆଇସି, ନାଫୋଡ, ଇଫକୋ କିଷାନ ଏବଂ ଘରୋଇ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ସରକତାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ IAS ପ୍ରଦୀପ କୁମାର ଜେନା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ IAS ଅଶୋକ ମୀନା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ନାବାର୍ଡର ସିଜିଏମ ସି.ଉଦୟ ଭାସ୍କର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଉଦଯାପନୀ ଉତ୍ସବରେ ମିଶନ ଜୀବିକା ପ୍ରକଳ୍ପ ଏବଂ ମିଶନ ଶକ୍ତି ବଜାର ପାଇଁ ଓରମାସ ଦୁଇଟି ବୁଝାମଣାପତ୍ର ସ୍ବାକ୍ଷର କରିଥିଲା । ସେହିପରି ଉତ୍ତମ ବ୍ୟବସାୟିକ କାରବାର ଏବଂ ଇନୋଭେଟିଭ ପ୍ରଡକ୍ଟ କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିଥିବା କୋରାପୁଟର କାପକୋ, ଗଞ୍ଜାମର ଗୃହିଣୀ, ମୟୂରଭଞ୍ଜ ସବାଇ ଫାର୍ମର୍ସ, ରାୟଗଡାର ଧରିତୀପେନୁ ଫାର୍ମର୍ସ ଏବଂ ବଲାଙ୍ଗୀର ଫାର୍ମିଂ ଆଣ୍ଡ ରନ୍-ଫାର୍ମିଂ ଆଦି ପାଞ୍ଚଟି ଉତ୍ପାଦକ କମ୍ପାନିକୁ ଉଦଯାପନୀ ଦିବସରେ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।

କର୍ମଶାଳାରେ ଓରମାସ ତରଫରୁ ଗୋଷ୍ଠୀ ଭିତ୍ତିକ ସଂସ୍ଥାଗୁଡିକର ସଠିକ ନିରୀକ୍ଷଣ ପାଇଁ ଇ-ଉତ୍ପାଦନ(E-UTPADAN) ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲା । ଏଥିସହ ଗ୍ରାମୀଣ ରାଜମିସ୍ତ୍ରୀ ତାଲିମ ପୁସ୍ତିକା ଏହଂ ଶିଶିର ସରସ ଫଟୋଚିତ୍ରକୁ ନେଇ କଫି ଟେବୁଲ ବୁକର ଉନ୍ମୋଚନ କରାଯାଇଥିଲା । କର୍ମଶାଳାରେ ଓରମାସର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ(ଆର୍ଥିକ) ବନିତା ସେଠି, ମାର୍କୋଟିଂ ବିଭାଗର ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ସୂଜୟ କରଙ୍କ ସମେତ ଓରମାସ ମୁଖ୍ୟାଳୟ ଓ ଜିଲ୍ଲାସ୍ତରୀୟ ଅଧିକାରୀ, ଯୁବ ପ୍ରଫେସନାଲମାନେ ଯୋଗ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 1, 2022, 8:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.