ETV Bharat / city

ଓରମାସ ମେଲାଇଛି ରାକ୍ଷୀର ପସରା, ଆକର୍ଷିତ କରୁଛି ଟେରାକୋଟା ରାକ୍ଷୀ

author img

By

Published : Aug 13, 2021, 9:47 AM IST

Updated : Aug 13, 2021, 10:19 AM IST

ଓରମାସର ଟେରାକୋଟା ରାକ୍ଷୀ ,ମନଲୋଭା ହୋଇଛି ମାଟି, କାଗଜ, ଧାନ, ମୁଗ ଓ ସବାଇ ଘାସର ରାକ୍ଷୀ । ଅଧିକ ପଢନ୍ତୁ...

ମନଲୋଭା ରାକ୍ଷୀର ପସରା ମେଲାଇଛି ଓରମାସ, ଆକର୍ଶୀତ କରୁଛି ଟେରାକୋଟା ରାକ୍ଷୀ

ଭୁବନେଶ୍ବର: ଦିନ କେଇଟା ପରେ ରକ୍ଷାବନ୍ଧନ । ଏହି ଦିନରେ ସ୍ନେହ ଭଲପାଇବାକୁ ପାଥେୟ କରି ଭଉଣୀ ସ୍ନେହରେ ଭାଇ ହାତରେ ବାନ୍ଧିଥାଏ ସମ୍ପର୍କର ଡୋର ବା ରାକ୍ଷୀ । ଭାଇ ଭଉଣୀର ପବିତ୍ର ସମ୍ପର୍କର ସାଖି ରାକ୍ଷୀ । ଭାଇଭଉଣୀଙ୍କ ଏହି ପବିତ୍ର ସଂପର୍କକୁ ମଜଭୁତ କରିବା ପାଇଁ ରାକ୍ଷୀ ପୂର୍ଣ୍ଣିମାଙ୍କୁ ଭଉଣୀଟିଏ ଚାହିଁ ରହିଥାଏ । ତେଣୁ ରକ୍ଷାବନ୍ଧନ ଆସିଲେ ରାକ୍ଷୀର ଚାହିଦା ଢେର ଅଧିକ । ସହର ବଜାର ,ରାସ୍ତା ଘାଟ ଯେଉଁଠି ଦେଖିଲେ ରାକ୍ଷୀ ପାଇଁ ଦୋକାନ ଗୁଡିକରେ ଭିଡ ଜମିଥାଏ । ବଜାରରେ ଅନେକ ପ୍ରକାରର ରାକ୍ଷୀ ମଧ୍ୟ ବଜାରରେ ବିକ୍ରି ହୋଇଥାଏ ।

ଓରମାସ ମେଲାଇଛି ରାକ୍ଷୀର ପସରା, ଆକର୍ଷିତ କରୁଛି ଟେରାକୋଟା ରାକ୍ଷୀ

ତେବେ ରକ୍ଷାବନ୍ଧନକୁ ଆଉ ଅଳ୍ପ ଦିନ ବାକି ଥିବାରୁ ଭଉଣୀମାନଙ୍କ ପାଇଁ ସୁନ୍ଦର ଓ ଅର୍ଗାନିକ ରାକ୍ଷୀର ସମ୍ଭାର ଆଣିଦେଇଛି ଓରମାସ । ମହିଳାଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ନେଇ ହାଇଜେନିକ ରାକ୍ଷୀକୁ ନେଇ ନିଆରା ରାକ୍ଷୀର ସମ୍ଭାର ମେଲାଇଛନ୍ତି ମହିଳା । ଚଳିତ ବର୍ଷ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ତ ଓରମାସ ତରଫରୁ ଭୁବନେଶ୍ୱରରେ ରାକ୍ଷୀ ବିକ୍ରି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଏଥିପାଇଁ ୟୁନିଟ-୮ ସ୍ଥିତ ଏସ.ଆଇ.ଆର.ଡି କ୍ୟାମ୍ପସ ସମ୍ମୁଖରେ ଖୋଲାଯାଇଛି ଓରମାସ ରାକ୍ଷୀ ଷ୍ଟଲ୍ । ଏଠାରେ କାଗଜ, ମାଟି, ଧାନ, ମୁଗ, କୋଳଥ, ସଢ଼େଇ, ସବାଇ ଘାସ ଓ କାଇଁଚ ଘାସରୁ ତିଆରି ସୁନ୍ଦର ସୁନ୍ଦର ରାଖି ସୁଲଭ ଦରରେ ବିକ୍ରି କରାଯାଉଛି । ରାକ୍ଷୀ ଗୁଡ଼ିକର ଦର ୨୦-୫୦ ଟଙ୍କା ମଧ୍ୟରେ ରଖାଯାଇଛି ।

ଷ୍ଟଲରେ ବିକ୍ରି କରାଯାଉଥିବା ଏହି ରାକ୍ଷୀ ଗୁଡ଼ିକ ଗ୍ରାମାଞ୍ଚଳରେ କାର୍ଯ୍ୟକରୁଥିବା ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କ ଦ୍ୱାରା ଏହା ତିଆରି କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ହେଉଥିବା କଞ୍ଚାମାଲ ତଥା ଆବଶ୍ୟକ ସାମଗ୍ରୀ ସଂଗ୍ରହ କରି ମହିଳାମାନେ ଏହି ରାଖି ତିଆରି କରିଛନ୍ତି । ମୁଖ୍ୟତଃ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ, କୁଜଙ୍ଗ ଏବଂ ଏରସମା ବ୍ଲକ ମହିଳାମାନଙ୍କ ଦ୍ୱାରା ତିଆରି କରାଯାଇଛି ମାଟି ବା ଟେରାକୋଟା ରାକ୍ଷୀ । ସେହିପରି ଯାଜପୁର ଜିଲ୍ଲା ମହିଳା ଗୋଷ୍ଠୀମାନଙ୍କ ଦ୍ୱାରା ତିଆରି ହୋଇଛି ମାଟି ଓ କାଇଁଚ ଘାସର ରାକ୍ଷୀ ।

କେନ୍ଦୁଝର ମହିଳା ଗୋଷ୍ଠୀ ଦ୍ୱାରା କାଗଜରୁ ପ୍ରସ୍ତୁତ ରାକ୍ଷୀ, ମୟୂରଭଞ୍ଜର ସବାଇ ଘାସ ରାକ୍ଷୀ, ଜଗତସିଂହପୁରର ସଢ଼େଇ ଓ ବାଉଁଶ ରାଖି, ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଭାକରସାହି ସାଈ ମହିଳା ସଂଗଠନ, ଧବଳେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀ, ମାଆ ମଙ୍ଗଳା ମହିଳା ସଂଗଠନ, ମହାବୀର ମହିଳା ମଣ୍ଡଳ ଓ ତାରା ଦେବୀ ମହିଳା ସଂଗଠନ ସଦସ୍ୟାଙ୍କ ଦ୍ୱାରା ତିଆରି ହୋଇଥିବା ଧାନ, ମୁଗ ଓ କୋଳଥ ଆଦିର ରାକ୍ଷୀ ଗୁଡ଼ିକ ବେସ୍ ଆକର୍ଷଣୀୟ ହୋଇଛି ।

ଏହି ସବୁ ରାକ୍ଷୀ ସମ୍ପୂର୍ଣ୍ଣ ଭାବେ ପରିବେଶକୁ ସୁହାଇଲା ଭଳି ତିଆରି କରାଯାଇଥିବା ବେଳେ ଏହାର ଦାମ୍ ମଧ୍ୟ ଅନ୍ୟ ରାକ୍ଷୀ ତୁଳନାରେ କମ୍ ରହିଛି । ଓରମାସ ରାକ୍ଷୀ ଷ୍ଟଲ୍ ଅଗଷ୍ଟ ୧୨ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରତି ଦିନ ସକାଳ ୮ଟାରୁ ଅପରାହ୍ଣ ୫ଟା ଯାଏଁ ଖୋଲା ରହିବ । ଏହି ସମୟରେ ଗ୍ରାହକମାନେ କୋଭିଡ୍ ନିୟମାବଳୀ ପାଳନ କରି ଷ୍ଟଲରୁ ରାକ୍ଷୀ କିଣିପାରିବେ । ସପ୍ତାହନ୍ତ ସଟଡାଉନ ସମୟରେ ଷ୍ଟଲରେ କୌଣସି ବିକ୍ରି ବଟା ହେବ ନାହିଁ ବୋଲି ଓରମାସ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Aug 13, 2021, 10:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.