ETV Bharat / city

ମୁକ୍ତାରେ ଉପକୃତ ହୋଇଛନ୍ତି ୬ ଲକ୍ଷ ପ୍ରବାସୀ ଶ୍ରମଜୀବୀ

author img

By

Published : Aug 4, 2022, 8:28 AM IST

ଭୁବନେଶ୍ବର ସ୍ଥିତ ଲୋକସେବା ଭବନରେ ପୌର ସଂସ୍ଥାରେ ନିୟୋଜିତ ‘ମୁକ୍ତା’ ପ୍ରଫେସନାଲମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଉଦଘାଟିତ । ଅଧିକ ପଢ଼ନ୍ତୁ

orientation programme of mukta professionals in bhubaneswar
ରାଜ୍ୟସ୍ତରୀୟ ‘ମୁକ୍ତା’ ପ୍ରଶିକ୍ଷଣ କର୍ମଶାଳା ଉଦଘାଟିତ

ଭୁବନେଶ୍ବର: ବିଭିନ୍ନ ପୌର ସଂସ୍ଥାରେ ନିୟୋଜିତ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ପ୍ରଫେସନାଲମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଉଦଘାଟିତ ହୋଇଯାଇଛି । ଭୁବନେଶ୍ବର ସ୍ଥିତ ଲୋକସେବା ଭବନ କନଭେନସନ୍ ହଲରେ ଆୟୋଜିତ କର୍ମଶାଳାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ଉଦଘାଟନ କରିଛନ୍ତି ।

ରାଜ୍ୟସ୍ତରୀୟ ମୁକ୍ତା ପ୍ରଶିକ୍ଷଣ କର୍ମଶାଳା ଉଦଘାଟିତ

ମନ୍ତ୍ରୀ ଉଷା ଦେବୀ କହିଛନ୍ତି, "କୋଭିଡ଼ ଦ୍ଵାରା ପ୍ରଭାବିତ ସହରାଞ୍ଚଳର ଆର୍ଥିକ ଅନଗ୍ରସର ତଥା ପ୍ରବାସୀ ଶ୍ରମଜୀବିଙ୍କ ପାଇଁ ସାମାଜିକ ସୁରକ୍ଷା ଓ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା)ର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ୫T ମନ୍ତ୍ରରେ ଅନୁପ୍ରାଣିତ ‘ମୁକ୍ତା’ ହେଉଛି ଏକ ଅନ୍ତର୍ଭୁକ୍ତୀକରଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ କ୍ରିୟାନ୍ବୟନ ପ୍ରକ୍ରିୟା ସ୍ଵଚ୍ଛତା ତଥା ଉତ୍ତରଦାୟିତ୍ଵ ଆଧାରରେ ଗୋଷ୍ଠୀ ସଂଚାଳିତ ସହଭାଗିତା ଓ ନିମ୍ନ ସ୍ତରରୁ ଉପରକୁ ଯାଉଥିବା ପରିଚାଳନା ମାଧ୍ୟମରେ ସମ୍ପନ୍ନ ହୋଇଥାଏ । ବିଗତ ୨୮ ମାସରେ ‘ମୁକ୍ତା’ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ସମସ୍ତ ୧୧୫ ପୌରସଂସ୍ଥାରେ ୩୫୦ କୋଟି ଟଙ୍କା ବ୍ୟୟରେ ୪୫,୦୦୦ ପ୍ରକଳ୍ପ କାର୍ଯ୍ୟକ୍ରମ କରାଯାଇଛି । ମୋଟ ୪୦ ଲକ୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି-ଶ୍ରମ ଦିବସ ସୃଷ୍ଟି କରାଯିବା ଫଳରେ ପ୍ରାୟ ୬ ଲକ୍ଷ ସହରାଞ୍ଚଳ ଆର୍ଥିକ ଅନଗ୍ରସର ତଥା ପ୍ରବାସୀ ଶ୍ରମଜୀବୀ ଉପକୃତ ହୋଇପାରିଛନ୍ତି । ଯେଉଁମାନଙ୍କ ମଧ୍ୟରେ ୪୦% ମହିଳା ହିତାଧିକାରୀ ଅଛନ୍ତି ।"

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ,"ଏହି କାର୍ଯ୍ୟକ୍ରମ ଅଧୀନରେ ‘ବୃଷ୍ଟି ଜଳକୁ ଧରି ରଖ’ ଅଭିଯାନ ଅନ୍ତର୍ଗତ ୩୬୦୦୦ ବୃଷ୍ଟିଜଳ ଅମଳ ଢାଞ୍ଚା ନିର୍ମାଣ ଶେଷ ହୋଇଛି । ପ୍ରାୟ ୧୮୦୦୦ ମିଶନ ଶକ୍ତି ଗୋଷ୍ଠୀ ତଥା ବସ୍ତି ବାସିନ୍ଦା ସଂଘ ସମୂହ ‘ମୁକ୍ତା’ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଭାଗୀ ଭୂମିକା ତୁଲାଇ ୪୫୦୦୦ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି । ସହରାଞ୍ଚଳ ଆର୍ଥିକ ଅନଗ୍ରସର ତଥା ପ୍ରବାସୀ ଶ୍ରମଜୀବିଙ୍କ ଦ୍ଵାରା ଦେଶରେ ଜୀବିକା ସୁଯୋଗ ଉପଲବ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ୧୦୦୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ସମସ୍ତେ ଏକ ଟିମ ଭାବରେ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟର ବାସ୍ତବ ରୂପାନ୍ତରଣ ନିମନ୍ତେ, ନିରନ୍ତର ଉଦ୍ୟମ କରିବେ ଓ ‘ମୁକ୍ତା’ ମାଧ୍ୟମରେ ରାଜ୍ୟର ସହରାଞ୍ଚଳ ବିକାଶ ଦୃଶ୍ୟପଟ୍ଟରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣି ପାରିବେ ।"

କୋଭିଡ଼ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୨୦୨୦ ମସିହା ଏପ୍ରିଲ ମାସ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ସମଗ୍ର ଦେଶରେ ନିଆଯାଇଥିବା ଜୀବିକା ସୁରକ୍ଷା ପଦକ୍ଷେପ ମଧ୍ୟରେ ସର୍ବପ୍ରଥମ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ କହିଛନ୍ତି । ଏହି ଅନନ୍ୟ ଉପକ୍ରମ ସମ୍ମାନଜନକ ଗୁଆଙ୍ଗଝାଓ ଆନ୍ତର୍ଜାତିକ ପୁରସ୍କାର ଅନ୍ତର୍ଗତ ଦୁଇଟି ଉଲ୍ଲେଖନୀୟ ବର୍ଗ ଯଥା ‘ମେଡାଲ୍ ଅଫ୍ ଅନର୍’ ଓ ‘ଅନଲାଇନ୍ ପପୁଲାର୍ ସିଟି ଆୱାର୍ଡ‘ରେ ସମ୍ମାନିତ ହୋଇଛି । ୨୦୨୧-୨୨ ଡବ୍ଲ୍ୟୁ.ଆର୍.ଆଇ ରସ୍ ସେଣ୍ଟର ପ୍ରାଇଜ୍ ଫର୍ ସିଟିଜ୍ ପାଇଁ ଶ୍ରେଷ୍ଠ ୫ଟି ଚୂଡ଼ାନ୍ତ ଫାଇନାଲିଷ୍ଟଙ୍କ ମଧ୍ୟରେ ‘ମୁକ୍ତା’ ସ୍ଥାନିତ ହୋଇଛି । ସ୍ଵଚ୍ଛତା ତଥା ଉତ୍ତରଦାୟିତ୍ଵ ସହ ଗୋଷ୍ଠୀ ସଞ୍ଚାଳିତ ସହଭାଗିତା ଓ ନିମ୍ନ ସ୍ତରରୁ ଊର୍ଦ୍ଧ୍ଵଗାମୀ ପରିଚାଳନା ମାଧ୍ୟମରେ ସମ୍ପନ୍ନ ‘ମୁକ୍ତା’ର କାର୍ଯ୍ୟକାରିତାରେ କୌଣସି ଅବହେଳା ଦେଖାଗଲେ ଦୃଢ ପଦକ୍ଷେପ ନିଆଯିବ ବୋଲି ସେ ପ୍ରଫେସନାଲ୍ ମାନଙ୍କୁ ସତର୍କ କରାଇଛନ୍ତି । ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳାରେ ୧୧୫ ପୌର ସଂସ୍ଥାରୁ ୩୪୫ ଜଣ ‘ମୁକ୍ତା’ ପ୍ରଫେସନାଲ୍ ଅଂଶଗ୍ରହଣ କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.