ETV Bharat / city

ରାଜ୍ୟରେ ଦୂର ହେବ ଟେଷ୍ଟିଂ ସମସ୍ୟା, ନିଯୁକ୍ତି ପାଇଲେ 550 ଲାବୋରେଟୋରୀ ଟେକ୍ନିସିଆନ

ରାଜ୍ୟ ସରକାରଙ୍କ ପକ୍ଷରୁ ୫୫୦ ଲାବୋରେଟୋରୀ ଟେକ୍ନିସିଆନଙ୍କୁ ନିଯୁକ୍ତି କରାଯାଇଛି । ଅଧିକ ପଢ଼ନ୍ତୁ

orientation programme for newly recruited laboratory technicians
ରାଜ୍ୟରେ ଦୂର ହେବ ଟେଷ୍ଟିଂ ସମସ୍ୟା, ମୁଖ୍ୟମନ୍ତ୍ରୀ
author img

By

Published : Aug 20, 2022, 10:48 AM IST

ଭୁବନେଶ୍ବର: ରାଜ୍ୟର 550 ଲାବୋରେଟୋରୀ ଟେକ୍ନିସିଆନଙ୍କୁ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସାମିଲ କରାଯାଇଛି । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି (orientation programme for newly recruited laboratory technicians) । ଏହି ଅବସରରେ ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନବ ନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, "ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ଵ ଦେବା ସହିତ ଲୋକାଭିମୁଖୀ କରିବା ଦିଗରେ ଉଦ୍ୟମ ଜାରି ରହିଛି । ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସଠିକ ପରୀକ୍ଷଣ ଓ ରୋଗ ନିରୂପଣ ଲାଗି ଲାବୋରେଟୋରୀ ଟେକ୍ନିସିଆନମାନଙ୍କ ଭୂମିକାକୁ ଗୁରୁତ୍ଵପୂର୍ଣ୍ଣ । ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶାକୁ ମିଶନ ମୋଡ଼ରେ ନେଇଛନ୍ତି ସରକାର ।" ନୂତନ ଟେକ୍ନିସିଆନମାନଙ୍କ ନିଯୁକ୍ତି ଦ୍ଵାରା ରାଜ୍ୟରେ ଟେଷ୍ଟିଂ ସମସ୍ୟା ଅନେକାଂଶରେ ଦୂର ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି । ଏହାସହ କୋଭିଡ ତଥା ଅନ୍ୟାନ୍ୟ ଜନସ୍ଵାସ୍ଥ୍ୟ ଚିକିତ୍ସା ରାଜ୍ୟର ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ସୁଦୃଢ଼ ହେବାରେ ସହାୟକ ହେବ ।’’

ଅନ୍ୟ ପକ୍ଷରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, "ସରକାର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ଵରେ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବାରେ ସର୍ବଦା ଦୃଢ଼ ସଂକଳ୍ପବଦ୍ଧ । ପ୍ରତିବଦ୍ଧତାର ସହ ରୋଗୀ ସେବା କରିବାକୁ ସେ ପରାମର୍ଶ ଦେଇଛନ୍ତି । ଗ୍ରାମାଞ୍ଚଳରେ ଲୋକଙ୍କର ଆଶା ପୂରଣ କରିବା ଲାଗି କାର୍ଯ୍ୟ ପ୍ରତି ଗୁରୁତ୍ବ ଦିଆଯିବ ।" ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭିକେ ପାଣ୍ଡିଆନ ପରିଚାଳନା କରିଛନ୍ତି । ଅନ୍ୟପକ୍ଷରେ ଗତମାସ 510 ମେଡ଼ିକାଲ ଅଫିସରଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.