ETV Bharat / city

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, 16 ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ - ପାଣିପାଗ ସୂଚନା

ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ 16 ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ...

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, 16 ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ

author img

By

Published : Apr 1, 2021, 8:41 PM IST

ଭୁବନେଶ୍ବର: ତତଲା କଡେଇରେ ଭାଜି ହେଉଛି ସାରା ଓଡିଶା । ଅସହ୍ୟ ଖରାରେ ସିଜୁଛି ଜନଜୀବନ । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ତାପମାତ୍ରା ଖସିବ । ଗୁରୁବାର ଅନୁଗୋଳ ଓ ତାଳଚେରରେ ସର୍ବାଧିକ 42.7 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା 24 ଘଣ୍ଟା ଅର୍ଥାତ୍ ଶୁକ୍ରବାର ସୁଦ୍ଧା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ 16 ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, 16 ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ

ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ନୟାଗଡ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡା, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଦେଓଗଡ, ସମ୍ବଲପୁର, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ ଜାରି ହୋଇଛି ।

ଏପ୍ରିଲ ୨ ରୁ ୪ ତାରିଖ ମଧ୍ୟରେ ଉପକୂଳ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ୪୦ ରୁ ୫୦ କିମି ବେଗରେ ପବନ ବହିବ । ଏହି ପରିପ୍ରେକ୍ଷୀରେ ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିପରି ଅନୁଗୋଳ ଓ ତାଳଚେରରେ ସର୍ବାଧିକ 42.7 ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ବାରିପଦା 42.2, ଟିଟିଲାଗଡ 42.2, ପାରଳାଖେମୁଣ୍ଡି 42.2, ମାଲକାନଗିରି 42.0, ବୌଦ୍ଧ 42.0, ନୟାଗଡ 41.7, ସୁନ୍ଦରଗଡ 41.5, ସମ୍ବଲପୁର 41.4, ଭବାନୀପାଟଣା 41.6, ସୋନପୁର 40.8, ଫୁଲବାଣୀ 40.0, ଝାରସୁଗୁଡା 40.6, ହୀରାକୁଦ 40.7, ଫୁଲବାଣୀ 40.0, ରାୟଗଡା 39.8, ଭୁବନେଶ୍ବରରେ 39.8 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.