ଭୁବନେଶ୍ବର: ପ୍ରକାଶ ପାଇଲା ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା ସମ୍ବନ୍ଧୀୟ ପଞ୍ଜିକା । ବହୁତ ଦିନରୁ ପରୀକ୍ଷାର୍ଥୀ ମାନଙ୍କ ତରଫରୁ ହେଉଥିବା ଦାବିକୁ ଗ୍ରହଣ କରିଛନ୍ତି OPSC କର୍ତ୍ତୃପକ୍ଷ । ଏହାଦ୍ଵାର ପରୀକ୍ଷାର୍ଥୀଙ୍କର ବିଶ୍ୱସନୀୟତା OPSC ଉପରେ ନିଶ୍ଚିତ ବୃଦ୍ଧି ପାଇବ ବୋଲି ଆଶା ରଖିଛନ୍ତି ଚେୟାରମ୍ୟାନ ଡକ୍ଟର ସତ୍ୟଜିତ ମହାନ୍ତି ।
ବିଭିନ୍ନ କାରଣରୁ ଲୋକସେବା ଆୟୋଗ ପତ୍ରିକା ପ୍ରସ୍ତୁତ କରିବାକୁ ସକ୍ଷମ ହୋଇନଥିଲା । ପରୀକ୍ଷା କେବେ ହେବ ଏ ନେଇ ଅନିଶ୍ଚିତତା ପରୀକ୍ଷାର୍ଥୀଙ୍କ ଆଶଙ୍କା ବୃଦ୍ଧି ପାଉଥିଲା । ଏହା ସଙ୍ଗେ ସେମାନଙ୍କ ପ୍ରସ୍ତୁତିରେ ବାଧକ ସାଜୁଥିଲା । କେବେ ପରୀକ୍ଷା ଫଳ ପ୍ରକାଶ ପାଇବ ସେ ନେଇ ମଧ୍ୟ ଆବେଦନକାରୀ ମାନେ କିଛି ନିର୍ଦ୍ଦିଷ୍ଟ ତଥ୍ୟ ପାଇ ପାରୁ ନଥିଲେ । ତେଣୁ ଅଯଥା ଚିନ୍ତା ଓ ସନ୍ଦେହରେ ରହୁଥିଲେ ପରୀକ୍ଷାର୍ଥୀ । ବର୍ତ୍ତମାନର ଚେୟାରମ୍ୟାନ ଡକ୍ଟର ସତ୍ୟଜିତ ମହାନ୍ତିଙ୍କ ପଦକ୍ଷେପ ଯୋଗୁଁ ଓଡ଼ିଶା ଲୋକସେବା ଆୟୋଗ ବିଜ୍ଞପ୍ତି ବାହାର କରିଛନ୍ତି । ୧୭ଟି ନିଯୁକ୍ତି ପରୀକ୍ଷାର ଏକ ତାଲିକା ସର୍ବସାଧାରଣ କରାଯାଇଛି । OPSC website (opsc.gov.in)ରେ ଏହି ତାଲିକା ପ୍ରକାଶ ପାଇଛି । ନିକଟରେ ବିଜ୍ଞପ୍ତି ପାଇବାକୁ ଥିବା ୫ଟି ନିଯୁକ୍ତି ପ୍ରକ୍ରିୟା ଯଥା: - ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତର, ବିଶ୍ବବିଦ୍ୟାଳୟର ଆସୋସିଏଟ ପ୍ରଫେସର ଏବଂ ପ୍ରଫେସର, ମହାବିଦ୍ୟାଳୟ ପାଇଁ ସହକାରୀ ପ୍ରାଧାପକ, ସଚିବାଳୟର ଆସିଷ୍ଟାଣ୍ଟ ସେକସେନ ଅଫିସର ପଦବୀ ମଧ୍ୟ ସାମିଲ ହେବ । ଏହାଦ୍ଵାରା ପରୀକ୍ଷାର୍ଥୀଙ୍କର ବିଶ୍ୱସନୀୟତା OPSC ଉପରେ ନିଶ୍ଚିତ ବୃଦ୍ଧି ପାଇବ ବୋଲି ଆଶା ରଖିଛନ୍ତି ଚେୟାରମ୍ୟାନ ଡକ୍ଟର ସତ୍ୟଜିତ ମହାନ୍ତି ।
ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଧାରରେ ବିବିଧ ସଂସ୍କାର ଅଣାଯାଇଛି । ଅନଲାଇନ ମାଧ୍ୟମରେ ଆବେଦନ କରିବା, ଆଡମିଟ କାର୍ଡ ପ୍ରଦାନ ଏବଂ ପରୀକ୍ଷା ସେଣ୍ଟର ନିରୂପଣ କରିବା । ନିଜସ୍ୱ Software ମାଧ୍ୟମରେ Result Processing ଏବଂ ଫଳାଫଳ ପ୍ରକାଶ କରିବା ଲାଗି ବ୍ୟବସ୍ଥା କରାଯାଇଛି । ତା ଛଡା ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଆଣିବା ସହ ପରୀକ୍ଷା କେନ୍ଦ୍ରରେ ଅବୈଧ କାର୍ଯ୍ୟ କଳାପ ଉପରେ ଧ୍ୟାନ ଦେବା ପାଇଁ CCTVର ବନ୍ଦୋବସ୍ତ କରାଯାଉଛି । ଏହା ସହ ବାୟୋମେଟ୍ରିକ ବ୍ୟବସ୍ଥାକୁ ଦୃଢ କରାଯାଉଛି । ଏପରିକି କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷା କରିବା ପାଇଁ ଲୋକସେବା ଆୟୋଗ ପ୍ରସ୍ତୁତ ହୋଇଛନ୍ତି । ସଫଳ ଭାବେ ବୀମା ଓ ମେଡିକାଲ ବିଭାଗ ନିଯୁକ୍ତି ପରୀକ୍ଷା ଅନଲାଇନ ମାଧ୍ୟମରେ ପରିଚାଳନା କରି ଅଭିଜ୍ଞତା ହାସଲ କରିଛନ୍ତି । ନିକଟରେ Assistant Surgeon ପରୀକ୍ଷା ମଧ୍ୟ ଆନଲାଇନରେ କରିବାକୁ ଯାଉଛି । ଏହା ପରୀକ୍ଷା ପଦ୍ଧତିରେ ସ୍ବଚ୍ଛତା, ସ୍ଵଳ୍ପ ସମୟର ଆବଶ୍ୟକତା ଯୋଗାଇ ନିଯୁକ୍ତି ପ୍ରକ୍ରିୟାକୁ ଗତିଶୀଳ କରିପାରିବ ଏବଂ ଲୋକସେବା ଆୟୋଗର କାର୍ଯ୍ୟ ଦକ୍ଷତା ଯଥେଷ୍ଟ ବୃଦ୍ଧିପାଇବ ବୋଲି ଆଶା କରାଯାଉଛି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ