ଭୁବନେଶ୍ବର: ଓଡିଶା ପବ୍ଲିକ ସର୍ଭିସ କମିଶନ ସଦସ୍ୟ ଭାବରେ ନିଯୁକ୍ତି ପାଇଛନ୍ତି ଅବସର ପ୍ରାପ୍ତ ଆଇଏଏସ ବିଭୁତି ଭୂଷଣ ପଟ୍ଟନାୟକ। ପୂର୍ବରୁ ସେ ସମବାୟ ନିବନ୍ଧକ ଭାବରେ କାର୍ଯ୍ୟ କରିଥିଲେ।


ଗତ ଜୁଲାଇରେ ଅବସର ନେଇଥିଲେ ବିଭୂତି। ସେହିପରି ପର୍ଯ୍ୟଟନ ନିର୍ଦେଶକ, ଝାରସୁଗୁଡା ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଥିଲେ। ଅନ୍ୟପକ୍ଷରେ ପ୍ରଫେସର ସୁଧାଂଶୁ ଶେଖର ରଥଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ର ପ୍ରଥମ କୁଳପତି ଥିଲେ ସୁଧାଂଶୁ ଶେଖର।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ