ETV Bharat / city

ଅଗଷ୍ଟ ୨୭ରେ ASO ଲିଖିତ ପରୀକ୍ଷା - ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର

ଆସନ୍ତା ଅଗଷ୍ଟ ୨୭ରେ ହେବ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପରୀକ୍ଷା । ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷଙ୍କ ତରଫରୁ ସୂଚନା । ଅଧିକ ପଢନ୍ତୁ

ଅଗଷ୍ଟ ୨୭ରେ ଏଏସଓ ପରୀକ୍ଷା
ଅଗଷ୍ଟ ୨୭ରେ ଏଏସଓ ପରୀକ୍ଷା
author img

By

Published : Aug 20, 2022, 3:01 PM IST

Updated : Aug 20, 2022, 3:41 PM IST

ଭୁବନେଶ୍ବର: ଏଏସଓ ଲିଖିତ ପରୀକ୍ଷା ଲାଗି ଘୋଷଣା ହେଲା ନୂଆ ତାରିଖ । ଆସନ୍ତା ଅଗଷ୍ଟ ୨୭ରେ ହେବ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପରୀକ୍ଷା । ଏନେଇ ଓଡ଼ିଶା ଲୋକସେବା ଆୟୋଗ (OPSC) ଅଧ୍ୟକ୍ଷ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଅଗଷ୍ଟ ୨୧ ତାରିଖରେ ପରୀକ୍ଷା ହେବାକୁ ଥିବାବେଳେ, ବନ୍ୟା ଯୋଗୁଁ ଘୁଞ୍ଚିଥିଲା ।

ପ୍ରଥମ ପର୍ଯ୍ୟାୟରେ ଜେନେରାଲ ଆୱାରାନେଶ ପରୀକ୍ଷା ହେବାକୁ ଥିବାବେଳେ ସକାଳ 9ଟା ରୁ 10ଟା 30 ପର୍ଯ୍ୟନ୍ତ ଜାରି ରହିବ । ଭିନ୍ନକ୍ଷମ ପିଲାଙ୍କ ପାଇଁ 30 ମିନିଟ ଅଧିକ ସମୟ ମଧ୍ୟ ଦିଆଯିବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ 11ଟା 30ରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ । ଏହି ସିଟିଂରେ ଗଣିତ ସହ ରିଜୋନିଂ ପରୀକ୍ଷା ଦେବେ ପରୀକ୍ଷାର୍ଥୀ ।

ଅଗଷ୍ଟ ୨୭ରେ ASO ଲିଖିତ ପରୀକ୍ଷା
ଅଗଷ୍ଟ ୨୭ରେ ASO ଲିଖିତ ପରୀକ୍ଷା

ଏହା ସହ ତୃତୀୟ ପର୍ଯ୍ୟାୟ 2ଟା 30ରୁ 4ଟା 30 ପର୍ଯ୍ୟନ୍ତ ଚାଲିବ, ଏହି ସିଟିଂରେ ଇଂରାଜୀ ଏବଂ ଓଡ଼ିଆରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ରାଜ୍ୟରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ASO ଲିଖିତ ପରୀକ୍ଷା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 20, 2022, 3:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.