ETV Bharat / city

ନବୀନ ପଟ୍ଟନାୟକଙ୍କୁ ପୁରସ୍କାର, ବିରୋଧୀ କହିଲେ ନିର୍ବାଚନ ପାଇଁ ପ୍ରୟୋଜିତ ସମ୍ମାନ

author img

By

Published : Sep 7, 2022, 6:33 PM IST

ଦିଲ୍ଲୀରେ ଜୀବନବ୍ୟାପି ସାଧନା ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ୨୦୨୪ ନିର୍ବାଚନ ପାଇଁ ଏବେଠାରୁ ପୁରସ୍କାର ରାଜନୀତି ଆରମ୍ଭ ହୋଇଥିବା ନେଇ ଆଲୋଚନା ହେଉଥିବା ବେଳେ କଂଗ୍ରେସ ଏହାକୁ ଡ୍ରାମାବାଜୀ ବୋଲି କହିଛି (opposition targets CM Naveen Patnaik ) । ଅଧିକ ପଢ଼ନ୍ତୁ

opposition targets CM Naveen Patnaik alleges bought lifetime Achievement award for upcoming 2024 election
ନବୀନ ପଟ୍ଟନାୟକଙ୍କୁ ପୁରସ୍କାର, ବିରୋଧୀ କହିଲ ନିର୍ବାଚନ ପାଇଁ ପ୍ରୟୋଜିତ ସମ୍ମାନ

ଭୁବନେଶ୍ବର: ଜୀବନବ୍ୟାପି ସାଧନା ପୁରସ୍କାରରେ ସମ୍ମାନିତ ହୋଇ ଫେରଛନ୍ତି ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ । ଫେରିବା ପରେ ବିଜେଡି ନେତା ଓ ସମର୍ଥକ ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ତେବେ ୨୦୨୪ ନିର୍ବାଚନ ପାଇଁ ସେ ପୁରସ୍କାର କିଣିଥିବା ନେଇ ଗମ୍ଭୀର ଅଭଯୋଗ ଆଣିଛି ବିଜେପି (opposition targets CM Naveen Patnaik ) । ସେପଟେ ଏହାକୁ ନବୀନଙ୍କ ଡ୍ରାମାବାଜୀ ବୋଲି କରିଛି କଂଗ୍ରେସ । ସେପଟେ ଜୀବନବ୍ୟାପି ସାଧନା ପୁରସ୍କାରର ଆଧାରକୁ ନେଇ ପ୍ରଶ୍ନ କରିଛନ୍ତି ରାଜନୀତି ସମୀକ୍ଷକ ।

ବିରୋଧୀ କହିଲେ ନିର୍ବାଚନ ପାଇଁ ପ୍ରୟୋଜିତ ସମ୍ମାନ

ନବୀନଙ୍କୁ ଆୱାର୍ଡ

ଗତ ସେପ୍ଟେମ୍ବର ୪ ତାରିଖରେ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଦିଲ୍ଲୀସ୍ଥିତ କ୍ୟାପିଟାଲ୍‌ ଫାଉଣ୍ଡେସନ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଭିନ୍ନ ଓ ଉଲ୍ଲେଖନୀୟ ନେତୃତ୍ବ ପାଇଁ ନବୀନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ନେଇ ଆଲୋଚନା ହୋଇଥିଲା । ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନଭି ରମଣାଙ୍କ କର କମଳରୁ ସମ୍ମାନିତ ହୋଇଥିଲେ ନବୀନ ।

ଫେରିବା ପରେ ଭବ୍ୟ ସମ୍ବର୍ଦ୍ଧନା

ନବୀନଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାରରେ ସମ୍ମାନିତ କରାଯିବା ପରେ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ ରହିଥିଲା । ଏଥିପାଇଁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଅଗଷ୍ଟ ୬ ତାରିଖରେ ନବୀନ ପଟ୍ଟନାୟକ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଏହାର ଝଲକ ଦେଖିବାକୁ ମିଳିଥିଲା । ରାଜଧାନୀରେ ୫୦ ହଜାର ସମର୍ଥକ ଏକାଠି ହୋଇ ନବୀନଙ୍କୁ ପାଛୋଟି ନେଇଥିଲେ । ଢୋଢୋ ବର୍ଷାରେ ନବୀନଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା ।

ରାଜଧାନୀରେ ଟ୍ରାଫିକ୍‌ ଜାମ୍‌

ଗୋଟିଏ ପଟେ ନିଜ ନେତାକୁ ନାଚି ଗାଇ ସମର୍ଥକମାନେ ପଛୋଟି ନେଉଥିବା ବେଳେ ଅନ୍ୟପଟେ ଗତକାଲି ଭୁବନେଶ୍ବରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲ । ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଏକାଧିକ ଆମ୍ବୁଲାନ୍ସ ଅଧା ରାସ୍ତାରେ ଅଟକି ରହିଥିଲା । ଖାଲି ସେତିକି ନୁହେଁ ଅନେକ ବିମାନ, ରେଳ ଓ ବସ୍‌ ଯାତ୍ରୀ ସଠିକ ସମୟରେ ପହଞ୍ଚି ପାରିନଥିଲେ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସୋନ୍ତୋଷ ଦେଖିବାକୁ ମିଳିଥିଲା ।

ବିରୋଧୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀରେ ପୁରସ୍କାରକୁ ନେଇ ପୂର୍ବରୁ ମଧ୍ୟ ବିରୋଧୀ ବିରୋଧ କରି ଆସୁଥିଲେ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ଏହି ଡ୍ରାମାବାଜୀ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ସେହିଭଳି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, "ଏହାଏକ ପ୍ରହସନ, ଏହା ଏକ କିଣା ଆୱାର୍ଡ । କେତେ ଟଙ୍କାରେ ମୁଖ୍ୟମନ୍ତ୍ରୀ ଆୱାର୍ଡ କିଣିଛନ୍ତି ତାହା ତ ମୁଁ ଜାଣି ନାହିଁ । ନିର୍ବାଚନ ପାଖେଇ ଆସିଲେ ମୁଖ୍ୟମନ୍ତ୍ରୀ ଏଭଳି ଗୋଟିଏ ଗୋଟିଏ ଆୱାର୍ଡ କିଣିଥାଆନ୍ତି । ଗତଥର ମଧ୍ୟ ଏଭଳି କରିଥିଲେ । ଯେଉଁ ସଂସ୍ଥା ପୁରସ୍କାର ଦେଇଛି ତାହାର ବିଶ୍ବସନୀୟତା କଣ ତାହା ଜଣା ପଡ଼ିନାହିଁ । ଏହାଦ୍ବାରା କୌଣସି ପ୍ରଭାବ ପଡ଼ିବ ନାହିଁ । ଯେଉଁ ସଂସ୍ଥାକୁ ଭାରତରେ କେହି ଜାଣି ନାହାନ୍ତି ସେମିତି ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କୃତ କରୁଛି । ସେବାର ସାଧକ କିନ୍ତୁ ଆମ ପାଇଁ ବାଧକ ।"

କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି, "ନବୀନ ବାବୁଙ୍କ ଏହା ଏକ କର୍ମୀ ସମ୍ମିଳନୀ । ଏ ସବୁ ସାଧାରଣ ପୁରସ୍କାର । ଗାଁ ଗାଁରୁ ଲୋକଙ୍କୁ ଅଣା ଯାଇଛି ଖୁଆଇ ପିଆଇ ଛାଡ଼ିବେ । ଆମେ କଂଗ୍ରେସ ଦଳ ଆଣୁ, ବିଜେପି ଆଣେ । ଏହାର ଅସ୍ତିତ୍ବ କିଛି ନାହିଁ । କର୍ମୀଙ୍କୁ ଏକାଠି କରି ଶକ୍ତି ପଦର୍ଶନ କରାଯାଉଛି । ୨୦୨୪ ନିର୍ବାଚନ ପାଇଁ ଏହାଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ।"

ପ୍ରଶ୍ନ କରୁଛନ୍ତି ରାଜନୈତିକ ସମୀକ୍ଷକ

କେବଳ ବରୋଧୀ ନୁହଁନ୍ତି ବରଂ ରାଜନୀତି ସମୀକ୍ଷକ ମଧ୍ୟ ନବୀନଙ୍କୁ ଅଚାନକ ଆୱାର୍ଡ ମିଳିବାକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି । ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "ପୁରସ୍କାର ପାଇବାର କଣ ବର୍ଗୀକରଣ ରହିଛି, ସେ ସମ୍ପର୍କରେ କାହାରିକୁ କିଛି ଜଣାନାହିଁ । ଏହି ସଂସ୍ଥା କାହାର ? କିଏ ଏହାର ଦାୟିତ୍ବ ବୁଝୁଛି ତାହା ବି ଅସ୍ପଷ୍ଟ । ତାହା ସହିତ କେଉଁ ଆଧାରରେ ନବୀନଙ୍କୁ ଏକ ସଂଗଠନ ପୁରସ୍କାର ଦେଲା ଓ କଣ ଦେଖିକି ଦେଲେ ତାହା ଏବେ ବଡ଼ ପ୍ରଶ୍ନ ହୋଇଛି । ଯାହାର ଜବାବ ନା ଗଣମାଧ୍ୟମ ଖୋଜୁଛି ନା ସାଧାରଣ ଲୋକେ ।"

ଗତ ଅଗଷ୍ଟ ୬ ତାରିଖରେ ନବୀନ ଦିଲ୍ଲୀରୁ ସମ୍ମାନିତ ହୋଇ ଫେରିବା ପରେ ରାଜଧାନୀ ବିଜେଡି କର୍ମୀଙ୍କ ମେଳି ଲାଗିଥିଲା । ୨୦୧୮ରେ ମଧ୍ୟ ନବୀନ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇଥିଲେ । ସେହି ସମୟରେ ମଧ୍ୟ ବିଜେଡି କର୍ମୀ ପଟୁଆରରେ ନବୀନଙ୍କ ରୋଡ୍‌ ସୋ କରିଥିଲେ । ବର୍ତ୍ତମାନ ସେ ଜୀବନବ୍ୟାପି ସାଧନା ପୁରସ୍କାରରେ ସମ୍ମାନିତ ହୋଇଛି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନଙ୍କ ଏହା ରଣନୀତି ଅଂଶ ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.