ETV Bharat / city

ନୂତନ କୃଷି ଆଇନକୁ ନେଇ କେନ୍ଦ୍ରକୁ ବିରୋଧୀଙ୍କ ଶାଣିତ ଆକ୍ରମଣ

author img

By

Published : Jan 12, 2021, 6:12 PM IST

Updated : Jan 12, 2021, 9:36 PM IST

ଦୀର୍ଘ ଦିନ ଧରି ନୂତନ କୃଷି ଆଇନକୁ ନେଇ ଚାଷୀ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ପୁନଃ ଆନ୍ଦୋଳନ ପାଇଁ ପ୍ରସ୍ତୁତି କରାଯାଉଛି। ସେପଟେ ରାଜ୍ୟରେ ବିରୋଧୀ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅଧିକ ପଢ଼ନ୍ତୁ...

opposition targets central government regarding new farm law in odisha
ନୂତନ କୃଷି ଆଇନକୁ ନେଇ କେନ୍ଦ୍ରକୁ ବିରୋଧୀଙ୍କ ଶାଣିତ ଆକ୍ରମଣ

ଭୁବନେଶ୍ବର: କେନ୍ଦ୍ରର କୃଷି ଆଇନ ବିରୋଧରେ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ପ୍ରସ୍ତୁତ ହୋଇଛି ଆନ୍ଦୋଳନର ରୂପରେଖ । ଆସନ୍ତାକାଲି ଅର୍ଥାତ ଜାନୁଆରୀ 13 ତାରିଖରେ ନୂତନ କୃଷି ଆଇନ ବିରୋଧରେ ଜୋରଦାର ଆନ୍ଦୋଳନ କରାଯିବ। ରାଜ୍ୟବ୍ୟାପୀ ଏହି ଆନ୍ଦୋଳନକୁ ସଂଗଠିତ କରାଯିବାକୁ କୃଷକ ସଙ୍ଗଠନର ମିଳିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଜାନୁଆରୀ 18 ତାରିଖରେ ମହିଳା ଚାଷୀ ରାଜ୍ୟବ୍ୟାପୀ ବିରୋଧ କରିବେ। 23 ତାରିଖରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ କିଶାନ ମୁକ୍ତି ସଂକଳ୍ପ ଦିବସରେ ରାଜଭବନ ଆଗରେ ଧାରଣା ଦେବେ ଚାଷୀ ସଂଗଠନ। ସାଧାରଣତନ୍ତ୍ର ଦିବସରେ ଗୋଟିଏ ପଟେ ସରକାରୀ ସ୍ତରରେ ପରେଡ ଚାଲିଥିବାବେଳେ ଚାଷୀମାନେ ରାଜ୍ୟବ୍ୟାପୀ ସମାନ୍ତରାଳ ପ୍ୟାରେଡ଼ କରିବେ। ଦେଶବ୍ୟାପୀ ଚାଲିଥିବା କୃଷକ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

କେବଳ କୃଷକ ସଂଘର୍ଷ ସମନ୍ବୟ ସମିତି ନୁହେଁ କଂଗ୍ରେସ ମଧ୍ୟ ଆସନ୍ତା 15 ତାରିଖରେ ଦେଶବ୍ୟାପୀ ରାଜଭବନ ଘେରାଉ କରିବାକୁ ଯୋଜନା ରଖିଛି। ରାଜ୍ୟରେ ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ଭବନରୁ ଏକ ପଦଯାତ୍ରାରେ ରାଜଭବନ ପର୍ଯ୍ୟନ୍ତ ଯିବ। ଏହାପରେ ସେଠାରେ ନୂତନ କୃଷି ଆଇନ ବିରୋଧରେ ଧାରଣା ଦେବ।

ଶାସକ ଦଳ ବିଜେଡି ମଧ୍ୟ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ଦୀର୍ଘ ଦିନ ଧରି ନୂତନ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ଜାରି ରଖିଥିବାବେଳେ କେନ୍ଦ୍ର ସରକାର ନୀତି ଉପରେ ପ୍ରଶ୍ନ ଉଠାଇଛି ବିଜେଡି। କୃଷକଙ୍କ ସମସ୍ୟାର ସମାଧାନ ନହେବା ଓ ଏଥିରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେଡି।

ବିଜେପି ପୂର୍ବ ଭଳି ନୂତନ କୃଷି ଆଇନକୁ ଐତିହାସିକ ଆଇନ କହିଛି । କିଛି ନ୍ୟାସ୍ତସ୍ୱାର୍ଥ ଗୋଷ୍ଠୀ ଆନ୍ଦୋଳନକୁ ଭିନ୍ନ ରୂପ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛି ବିଜେପି। ସେପଟେ କେନ୍ଦ୍ର ସରକାରଙ୍କ ଏହି ନୂତନ ଆଇନ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Jan 12, 2021, 9:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.