ETV Bharat / city

Economic Survey 2021-22: ବିରୋଧୀ ବର୍ଷିଲେ, ଜବାବ ରଖିଲା ଶାସକ ଦଳ - ଅର୍ଥନୈତିକ ସର୍ଭେ ରିପୋର୍ଟକୁ ନେଇ ବର୍ଷିଲେ ବିରୋଧୀ

କାଲି ଆସିବ 2022-23 ଆର୍ଥିକ ବର୍ଷର କାମଚଳା ବଜେଟ। ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଜାତୀୟ ହାର ଅପେକ୍ଷା ଓଡିଶାର ଅଭିବୃଦ୍ଧି ହାର ଖୁବ ଉତ୍ସାହ ଜନକ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Economic Survey 2021-22
Economic Survey 2021-22
author img

By

Published : Mar 29, 2022, 10:55 PM IST

ଭୁବନେଶ୍ବର: ଆସନ୍ତାକାଲି ଆସିବ 2022-23 ଆର୍ଥିକ ବର୍ଷର କାମଚଳା ବଜେଟ । ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଜାତୀୟ ହାର ଅପେକ୍ଷା ଓଡିଶାର ଅଭିବୃଦ୍ଧି ହାର ଖୁବ ଉତ୍ସାହ ଜନକ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଜାତୀୟ ସ୍ତରରେ ଅଭିବୃଦ୍ଧି ହାର 8.8 ଥିବାବେଳେ ରାଜ୍ୟର ଅଭିବୃଦ୍ଧି ହାର 10.1 ରହିଛି। ରାଜ୍ୟ ସରକାର ବହୁବିଧ ଯୋଜନା ହାତକୁ ନେଇଛନ୍ତି । ମୁଣ୍ଡ ପିଛା ଆୟ 27 ହଜାର ଟପିଛି।

ବିରୋଧୀ ବର୍ଷିଲେ, ଜବାବ ରଖିଲା ଶାସକ ଦଳ

ତେବେ ଅର୍ଥନୈତିକ ରିପୋର୍ଟକୁ ନେଇ ରାଜ୍ୟ ସରକାର ଯେଉଁ ଅର୍ଥନୈତିକ ଅଭିବୃଦ୍ଧି ବିକାଶର ଚିତ୍ର ଆଙ୍କିଛନ୍ତି ତାହା ସମ୍ପୂର୍ଣ ମିଥ୍ୟା। ଓଡିଶା ଦାରିଦ୍ର୍ୟତା ଟପି ଯାଇଛି। ଶିଶୁ ମୃତ୍ୟୁହାର, ମୃତ୍ୟୁ ହାରରେ ଓଡିଶା ପ୍ରଥମ। ଦାଦନ ଖଟିବାରେ ଓଡିଶା ପ୍ରଥମ। ଚାଷୀଙ୍କ ଆୟ କଥା କହିଲେ ନସରେ। ସବୁ କ୍ଷେତ୍ରରେ ପଛୁଆ ଓଡିଶା। ମୁଣ୍ଡ ପିଛା ଆୟ ସର୍ବନିମ୍ନ ରହିଛି । ଜନ୍ମହେବା ଶିଶୁର ମୁଣ୍ଡ ଉପରେ ଋଣ ଭାର 24 ହଜାର ଟଙ୍କା। ଇକୋନୋମିକ ସର୍ଭେ ଆଜି ଓଡିଶା ବାସୀଙ୍କୁ ହତାଶ କରିଛି ବୋଲି ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ।

ସେପଟେ ବିଜେଡି ବିଧାୟକ ଦେବୀ ମିଶ୍ର ରାଜ୍ୟ ସରକାରଙ୍କ ଅର୍ଥନୈତିକ ରିପୋର୍ଟକୁ ପ୍ରଶଂସା କରିଛନ୍ତି। ଋଣର ପ୍ରଭାବ ଯଦି ବହୁ ଉପଯୋଗୀ ହୁଏ ତେବେ ତାହା କୌଣସି ଅସୁବିଧା ନାହିଁ । ବହୁ ଫ୍ଲାଗସିପ ଯୋଜନା କରୁଛନ୍ତି ସରକାର । ରାଜ୍ୟର ଅଭିବୃଦ୍ଧି ହାର ଅଧିକ ବୋଲି ଦେବୀ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.