ETV Bharat / city

‘ମୋ ସରକାର’କୁ ବିରୋଧୀଙ୍କ ଟାର୍ଗେଟ, ଜବାବ ରଖିଲା ବିଜେଡି - Opposition against

ରାଜ୍ୟରେ ଏବେ ‘ମୋ ସରକାର’ କୁ ନେଇ ଜାରି ରହିଛି ଆରୋପ ପ୍ରତ୍ୟାରୋପ । ‘5T’ ସଚିବଙ୍କୁ ଟାର୍ଗେଟ କଲେ ବିରୋଧୀ । ଜବାବ ରଖିଲା ବିଜେଡି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 15, 2019, 10:12 PM IST

Updated : Oct 16, 2019, 12:51 AM IST

ଭୁବନେଶ୍ବର: ନବୀନ ପଟ୍ଟନାୟକ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବାପରେ ସରକାରୀ ସେବାକୁ ଲୋକଙ୍କ ହାତ ପାହାନ୍ତାରେ ପହଞ୍ଚାଇବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବାରେ ଲାଗିଛନ୍ତି । ରାଜ୍ୟ ସରକାର ଗାନ୍ଧୀ ଜୟନ୍ତିରୁ ଆରମ୍ଭ କରିଛନ୍ତି ‘ମୋ ସରକାର’ ଏବଂ ‘5T’ କାର୍ଯ୍ୟକ୍ରମ । ଆଉ ଏହି ‘ମୋ ସରକାର’ ଏବଂ ‘5T’ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗାନ୍ଧୀ ଜୟନ୍ତିରୁ ମୋ ସରକାର କାର୍ଯ୍ୟକାରୀ ପରେ ଏବେ ‘5T’ ସଚିବ ଓ ତାଙ୍କ ଟିମ ବିଭିନ୍ନ ଜିଲ୍ଲାକୁ ତୁଫାନି ଗସ୍ତ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ‘5T’ ସଚିବ ଭି.କେ କାର୍ତ୍ତିକେୟନ ପାଣ୍ଡିଆନ ବିଭିନ୍ନ ଅଫିସରଙ୍କ ଧରି ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ଲୋକଙ୍କ ସହ ଆଲୋଚନା କରୁଛନ୍ତି । ଇତିମଧ୍ୟରେ ଏହି ଟିମ 15ରୁ ଅଧିକ ଜିଲ୍ଲା ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି । ଏହି ରିପୋର୍ଟକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରି କୋରାପୁଟ, ମାଲକାନଗିରିଓ ନବରଙ୍ଗପୁର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ।

ଏହି ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପ-ସଭାପତି ସମୀର ମହାନ୍ତି କହିଛନ୍ତି 2019 ପୂର୍ବରୁ କାହା ସରକାର ଚାଲୁଥିଲା । ଏବେ କାହାର ଭାବମୂର୍ତ୍ତି ସଜାଡିବାକୁ ଏଭଳି ଭେଳିକି କରାଯାଉଛି । ଏହାସହ ଅଭିଯୋଗ କରିଛନ୍ତି 5ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି କିନ୍ତୁ ସାଙ୍ଗରେ ବିଭାଗୀୟ ମନ୍ତ୍ରୀ କି ସଚିବଙ୍କୁ ନେଉ ନାହାଁନ୍ତି । ଖାଲି ଏତିକି ନୁହେଁ ଗସ୍ତ ବେଳେ ସ୍ଥାନୀୟ ବିଧାୟକ ସାଂସଦଙ୍କୁ ମଧ୍ୟ ଅବଗତ କରାଯାଉ ନାହିଁ । ସ୍ଥାନୀୟ ନେତା ହୁଅନ୍ତୁକି ମନ୍ତ୍ରୀ ହସ୍ପିଟାଲରେ କଣ ସମସ୍ୟା ତାହା ସେମାନେ ହିଁ ଭଲ ଭାବରେ ଜାଣିପାରିବେ । ହେଲେ ‘5T’ ସଚିବ ଏକାକୀ ଯାଇ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ଦଳ ପ୍ରଶ୍ନ କରିଛି ।

ସେପଟେ କଂଗ୍ରେସ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ‘5T’ ସଚିବ, ସଚିବ, ମନ୍ତ୍ରୀ, ବିଧାୟକଓ ଜିଲ୍ଲାପାଳଙ୍କ ଠାରୁ ସେ ଅଧିକ ପ୍ରଭାବଶାଳୀ ବୋଲି ପ୍ରମାଣିତ କରିଛନ୍ତି । ସେ ସିଡିଏମଙ୍କୁ ସସପେଣ୍ଡ କରି ଦଣ୍ଡ ଦେଇପାରିବେ 3 ଜିଲ୍ଲା ପାଇଁ ପ୍ୟାକେଜ ଘୋଷଣା ବି କରିପାରିବେ । ପାଣ୍ଡିୟାନଙ୍କର ସବୁପ୍ରକାର କ୍ଷମତା ରହିଛି ବୋଲି ଏହା ପ୍ରମାଣିତ କରୁଛି ବୋଲି କହିଛନ୍ତି ପଞ୍ଚାନନ ।

ଅନ୍ୟପଟେ ଉଭୟ ବିରୋଧୀ ଦଳର ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି ବିରୋଧୀ ଅସହିଷ୍ଣୁ ହୋଇପଡିଛନ୍ତି । ଭୋକ ବିକଳରେ ତାଟିଆ କାମୁଡୁଛନ୍ତି । ବିଜେପି ଏହାକୁ ନେଇ ବିଚଳିତ । ସେମାନେ ମୋ ସରକାରକୁ ଭଲ ଭାବରେ ବୁଝି ନାହାଁନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁଙ୍କ ସହ ତପନ ଦାସ, ଇଟିଭି ଭାରତ

Intro:ବିରୋଧିଙ୍କ ଟାର୍ଗେଟରେ ମୋ ସରକାର ଓ 5ଟି। ସଚିବ ଭି କେ ପାଣ୍ଡିଆନ ବିଭିନ୍ନ ହସ୍ପିଟାଲ ଗସ୍ତ କରୁଛନ୍ତି। ହେଲେ ସାଥିରେ ଲୋକ ପ୍ରତିନିଧି ଙ୍କୁ କାହିଁକି ସାମିଲ କରି ନାହାଁନ୍ତି। ହସ୍ପିଟାଲ ଯାଉଛନ୍ତି ଅଥଚ ସ୍ୱାସ୍ଥ୍ୟ ସଚିବ ନାହାଁନ୍ତି। ବିଭାଗୀୟ ମନ୍ତ୍ରୀ ନାହାନ୍ତି କି ସ୍ଥାନୀୟ ବିଧାୟକ କି ସାଂସଦଙ୍କର ଦେଖା ନାହିଁ। ସେମାନଙ୍କୁ କାହିଁକି ନଜର ଅନ୍ଦାଜ କରା ଯାଉଛି। ଏପରି ଘନ ଘନ ଗସ୍ତ ଦ୍ୱାରା କାହାର ଭାବମୂର୍ତି ବଢ଼ୁଛି ବୋଲି ବିଜେପି ପ୍ରଶ୍ନ କରିଛି। ସ୍ଥାନୀୟ ନେତା ହୁଅନ୍ତୁ କି ମନ୍ତ୍ରୀ ହସ୍ପିଟାଲରେ କଣ ସମସ୍ୟା ତାହା ସେମାନେ ହିଁ ଭଲ ଭାବରେ ଜାଣିପାରିବେ। ହେଲେ 5ଟି ସଚିବ ଏକାକୀ ଯାଇ କେଉଁ ବାର୍ତା ଦେବାକୁ ଚାହୁଁଛନ୍ତି ବୋଲି ଦଳ ପ୍ରଶ୍ନ କରିଛି। ସେହିପରି କଂଗ୍ରେସ କହିଛି, ମନ୍ତ୍ରୀ, ସଚିବ ଓ ଜିଲ୍ଲାପାଳଙ୍କ ଠାରୁ ସେ ଅଧିକ ପ୍ରଭାବଶାଳୀ ବୋଲି ପ୍ରମାଣିତ କରିଛନ୍ତି। ଯେଉଁଥିପାଇଁ ସେ ସିଡିଏମଙ୍କୁ ସସପେଣ୍ଡ କରି ଦଣ୍ଡ ଦେଇପାରିବେ ସେପଟେ 3 ଜିଲ୍ଲା ପାଇଁ ପ୍ୟାକେଜ ଘୋଷଣା ବି କରିପାରିବେ। ତାଙ୍କର ସବୁପ୍ରକାର କ୍ଷମତା ରହିଛି ବୋଲି ଏହା ପ୍ରମାଣିତ କରୁଛି ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ପଞ୍ଚାନନ କାନୁନଗୋ।
ସେପଟେ ବିଜେଡି କହିଛି, ବିରୋଧୀ ଅସହିଷ୍ଣୁ ହୋଇ ଏଭଳି କହୁଛନ୍ତି। ଭୋକ ବିକଳରେ ତାଟିଆ କାମୁଡୁଛନ୍ତି। ବିଜେପି ଏହାକୁ ନେଇ ବିଚଳିତ। ସେମାନେ ମୋ ସରକାର କୁ ଭଲ ଭାବରେ ବୁଝି ନାହାନ୍ତି।

Body:ବାଇଟ ସମୀର ମହାନ୍ତି, ବିଜେପି ନେତା
ବାଇଟ ପଞ୍ଚାନନ କାନୁନଗୋ, କଂଗ୍ରେସ ମୁଖପାତ୍ର
ବାଇଟ ଲେନିନ ମହାନ୍ତି, ବିଜେଡି ମୁଖପାତ୍ର

Conclusion:
Last Updated : Oct 16, 2019, 12:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.